ପ୍ରଦର୍ଶନୀ ପଡ଼ିଆ ଏବେ ଜନଜାତି ଗାଁ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଓଡ଼ିଆ ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଙ୍ଗୀତର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଆଦିବାସୀ ସଂସ୍କୃତିର ବିବିଧତା ଆମ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିଛି। ଜନଜାତିଙ୍କ ବିକାଶ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନ ଜୀବିକାର ଉନ୍ନତି ହେଉଛି ମୁଖ୍ୟ ଲକ୍ଷ୍ୟ। ଏ ଦିଗରେ ଆମର ଉଦ୍ୟମ ଜାରି ରହିଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୦କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ମେଳାରେ ଉପଲବ୍ଧ ଜୈବିକ ଦ୍ରବ୍ୟର ଚାହିଦା ବେଶ୍‌ ଅଧିକ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମେଳା ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨ଟି ପୁସ୍ତିକା ‘ଆଦିବାସୀ’ ଓ ‘ବନଜା’ର ଉନ୍ମୋଚନ କରିଥିଲେ। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗ ଉପଦେଷ୍ଟା ସୁଜିତ୍‌ କୁମାର, ମୁନ୍ନା ଖାଁ, ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଏସ୍‌.ଆର୍‌. ଯାଦବ ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଯୋଗଦେଇଥିଲେ। ଚଳିତବର୍ଷ ମେଳା ପରିସରକୁ ୮ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ବିଭାଗ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣ ଏବଂ ଚଳିତବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ଆଦିବାସୀ କଳାଗ୍ରାମ ରହିଛି। ଏଥର ୨୬୨ ଷ୍ଟଲ୍‌ ନିର୍ମାଣ କରାଯାଇଛି। ଆଦିବାସୀ ଗ୍ରାମରେ ୨୧ ଆଇଟିଡିଏ ଓ ୩ ମାଇକ୍ରୋ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ବିଭିନ୍ନ ଜନଜାତିଙ୍କ ୨୪ ପାରମ୍ପରିକ ଗୃହ ସହିତ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି। ଆଦିବାସୀ ହାଟର ୩୩ ପିଣ୍ଡିରେ ଆଇଟିଡିଏ ଓ ମାଇକ୍ରୋ ପ୍ରୋଜେକ୍ଟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ବିଭାଗରେ ୩୯ ଷ୍ଟଲ୍‌ରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯାଉଛି। ସେହିଭଳି ଆଦିବାସୀ ଚିତ୍ରକଳା, କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ୪୨ ଷ୍ଟଲ୍‌ ଖୋଲାଯାଇଛି। ଆଦିବାସୀ କାରିଗରମାନେ କଳାଗ୍ରାମର ୨୭ ଷ୍ଟଲ୍‌ରେ ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି। ୨୪ ଆଦିବାସୀ ଖାଦ୍ୟ ଷ୍ଟଲ୍‌ରେ ୧୪ ରାଜ୍ୟର ଖାଦ୍ୟସାମଗ୍ରୀ ବିକ୍ରି କରାଯାଉଛି। ପ୍ରତ୍ୟହ ସନ୍ଧ୍ୟାରେ ମେଳାରେ ପାରମ୍ପରିକ ନୃତ୍ୟ, ସଙ୍ଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଛି। ଜାନୁୟାରୀ ୩୧, ଫେବୃୟାରୀ ୧ ଓ ୨ରେ ବିଭିନ୍ନ ରାଜ୍ୟର ଆଦିବାସୀ ନୃତ୍ୟ, ଫେବୃୟାରୀ ୭ରେ ଜନଜାତିଙ୍କ ସମସ୍ୟା ଉପରେ ଆଧାରିତ ନାଟକ ପ୍ରଦର୍ଶିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫେବୃୟାରୀ ୯ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ମେଳା ଚାଲିବ।


All Right Reserved By Dharitri.Com

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା କୁକୁର: ନୀତି ବିଳମ୍ବ ନେଇ ନିଜକୁ ଦାୟୀ କଲା ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର, ୨୮।୯(ଡି.ଏନ.ଏ.): ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁକୁର ପଶି ଆସିବା ନେଇ ଠାକୁରଙ୍କ ନୀତିରେ ବିଳମ୍ବ ହୋଇଥିଲା। ଏହି ଘଟଣାରେ ଏଏସ୍‌ଆଇ ନିଜକୁ ଦାୟୀ...

ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ପ୍ରଭାବ ହ୍ରାସ ନିମନ୍ତେ...

ମୋଦିଙ୍କୁ ଭେଟିଲେ ନବୀନ: ସ୍ବତନ୍ତ୍ର ପାହ୍ୟା ଦାବି ଦୋହରାଇଲେ

ଭୁବନେଶ୍ୱର,୧୨।୬(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ସାକ୍ଷାତ୍‌ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ...

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥି, ଦଲାଲ ଗିରଫ

କଟକ ଅଫିସ,୧୨ା୧୦- ବେଆଇନ ଶ୍ରମିକ ଚାଲାଣ କରୁଥିବା ୪୧ ଜଣ ମଧ୍ୟସ୍ଥି ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ...

ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର,୨ା୬(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ପ୍ରଥମ ଏଭରେଷ୍ଟ ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀର ଏଠାରେ ପହଞ୍ଚିଛି। ଶନିବାର ତାଙ୍କ ମରଶରୀରକୁ କାଠମାଣ୍ଡୁରୁ ନୂଆଦିଲ୍ଲୀ ଅଣାଯାଇଥିଲା। ବିମାନ...

ବାହାର ରାଜ୍ୟରୁ ସହାୟତା ପାଇଁ ଆସିଛି ୪,୭୦୦ କଲ୍‌:ଅସ୍ଥାୟୀ ଶିବିରରେ ରହିଛନ୍ତି ୧୮ହଜାର ଅଣଓଡ଼ିଆ ଶ୍ରମଜୀବୀ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ଲକ୍‌ଡାଉନ୍‌ରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଭୁବନେଶ୍ୱରରେ ୨୦ ଲାଇନ୍‌ ବିଶିଷ୍ଟ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ: ଭାଙ୍ଗିଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୪।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ ହୋଇଛି। ଦୋଳବେଦୀ କୋଣରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ପୂର୍ବାହ୍ନରେ ଭଙ୍ଗାଯିବା ଆରମ୍ଭ...

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ...

Leave a comment

Your email address will not be published. Required fields are marked *