ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଲୁଟ୍‌ ଅଭିଯୋଗ

ଘସିପୁରା, ୨୮।୧(ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ନାହାଗୁଣାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଫାଇନାନ୍ସ କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶାକାର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ସେ ନାହାଗୁଣା ଅଞ୍ଚଳରେ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ଋଣ ଅର୍ଥ ଆଦାୟ ପାଇଁ ଯାଇଥିଲେ। ତେବେ ୨୦ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପଲସର ଗାଡ଼ିରେ ୨ଜଣ ଦୁର୍ବୃତ୍ତ ଆସି ସେ ଧରିଥିବା ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ। ନିଶାକର ଏହି ଘଟଣାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ସେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘସିପୁରା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇପାରିନାହିଁ।


All Right Reserved By Dharitri.Com

ବ୍ରଜରାଜନଗର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପ୍ରଶାସନ ନିର୍ଦ୍ଦେଶକୁ ମାନୁନାହାନ୍ତି ଲୋକେ: ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି ପୋଲିସ

ଝାରସୁଗୁଡ଼ା ଅଫିସ,୨।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମରେ ଗତ ବୁଧବାର ଜଣେ ଯୁବତୀଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ...

ଆକ୍ରମଣ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାଟପୁର,୩ା୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟଳୟର ମାଜିଷ୍ଟେଟ ବିଷ୍ଣୁ ପ୍ରସାଦ ଦେବତା ଏକ ଆକ୍ରମଣ ମାମଲାର ଶୁଣାଣି କରି ପାଟପୁର ଥାନା ଜିଉରା ଗ୍ରାମର ଅଭିଯୁକ୍ତ...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ରବିବାରଠାରୁ ୩୧ ତାରିଖ...

୬୨୫ ଶଯ୍ୟା ସହ ଦୁଇ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର,୨।୪(ବ୍ୟୁରୋ): ଭୁବନେଶ୍ୱର ଓ କଟକରେ ଦୁଇଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଭୁବନେଶ୍ୱରରେ କିମ୍‌ସ ଏବଂ କଟକରେ ଅଶ୍ୱିନୀ ହସ୍ପିଟାଲ ପ୍ରସ୍ତୁତ ହୋଇଛି। କିମ୍‌ସରେ ୫୦୦...

ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାତ୍କାର -ଭିଡିଓ ଭାଇରାଲ ପରେ ପୀଡିତା ଥାନାରେ ଅଭିଯୋଗ କଲେ

ଜୁନାଗଡ଼,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଏକ ଗଣ ବଳାତ୍କାର ଘଟଣା ଘଟିଛି। ଜଣେ ନର୍ସିଂ ଛାତ୍ରୀଙ୍କୁ ଲିଫ୍ଟ ଦେବା ଆଳରେ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯାଇଛି ା...

ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର...

ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ...

Leave a comment

Your email address will not be published. Required fields are marked *