ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ ବିକ୍ରି ହେଉଛି। ହେଲେ ସଫେଇ ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଏଠାକୁ ଆସୁଥିବା ଗ୍ରାହକ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ନର୍ଦ୍ଦମା ଓ କୁଢ଼ କୁଢ଼ ଆବର୍ଜନା ଯୋଗୁ ବଜାର ଏବଂ ଏହା ନିକଟ ଅଞ୍ଚଳ କୁକୁର ଓ ଘୁଷୁରିଙ୍କ ଆଡ୍ଡାସ୍ଥଳୀ ପାଲଟିଛି।
ଉଲ୍ଲେଖନୀୟ ବିଷୟ ହେଲା ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ କାଶୀନଗର ଆସି ଏହି ବଜାର ଅଞ୍ଚଳରେ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଶୁଭ ଦେଇଥିଲେ। ପରେ ସେଠାରେ କେତେକ ରୁମ୍‌ ନିର୍ମାଣ ହୋଇଥିଲା। ଏନ୍‌ଏସିର ତତ୍କାଳୀନ କର୍ତ୍ତୃପକ୍ଷ ବ୍ୟବସାୟ ପାଇଁ ପ୍ରତ୍ୟେକ କାଉନସିଲର୍‌ଙ୍କୁ ଗୋଟିଏ ଲେଖାଏ ରୁମ୍‌ ଦେବା ପାଇଁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ଜଣେ ପୂର୍ବତନ କାଉନସିଲର କହିଛନ୍ତ, ଏବେକାର ପାରଳାଖେମୁଣ୍ଡି ବିଧାୟକ ସେତେବେଳେ ମଧ୍ୟ ବିଧାୟକ ଥିଲେ। ହେଲେ ସେ ସମୟରେ ନିର୍ବାଚନ ଥିବା ଯୋଗୁ ସେ କାଉନସିଲର୍‌ମାନଙ୍କୁ ରୁମ୍‌ ନ ଦେବାପାଇଁ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ କାଉନସିଲର୍‌ମାନଙ୍କୁ ଲିଜ୍‌ରେ ରୁମ୍‌ ଦେବା କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ନିର୍ବାଚନ ଶେଷ ହେବା ପରେ ରୁମ୍‌ ଦେବାକୁ କେନ୍ଦ୍ରକରି ରାଜନୈତିକ କନ୍ଦଳ ସୃଷ୍ଟି ହେବା ଯୋଗୁ ପରବର୍ତ୍ତୀ ସମୟରେ ନିର୍ମିତ ରୁମ୍‌ଗୁଡ଼ିକ ଅବ୍ୟବହୃତ ପଡ଼ିଥିଲା। କେତେକ ବ୍ୟବସାୟୀ ଏନ୍‌ଏସିରୁ ଅନୁମତି ନେଇ ନିଜ ଖର୍ଚ୍ଚରେ ରୁମ୍‌ ଗୁଡ଼ିକରେ ଶଟର୍‌ ମଧ୍ୟ ଲଗାଇଥିଲେ। ମାତ୍ର ଆବର୍ଜନାମୟ ପରିବେଶ ସହ କୁକୁର ଓ ଘୁଷୁରିଙ୍କ ଆଡ୍ଡା ଯୋଗୁ ରୁମ୍‌ ଗୁଡ଼ିକ ବ୍ୟବହାର ହୋଇପାର ନ ଥିଲା। ତେବେ କେତେକ ରୁମ୍‌ର ଶଟର୍‌ କଳଙ୍କି ଲାଗି ନଷ୍ଟ ହୋଇଯିବା ପରେ ଏବେ ରୁମ୍‌ ଭିତରେ ଘୁଷୁରି ଆଶ୍ରୟ ନେଉଛନ୍ତି। ଏହା ବାହାରେ ମଧ୍ୟ ଦଳ ଦଳ ଘୁଷୁରି ଓ କୁକୁର ଶୋଇଥିବା ଦେଖିବାକୁ ମିଳୁଛି। ସେହିପରି ଦୁର୍ଗନ୍ଧ ଯୋଗୁ ଲୋକେ ସେଠାକୁ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ରୁମ୍‌ଗୁଡ଼ିକ ଏପରି ‘ସର୍‌କାର୍‌ କା ମାଲ୍‌ ଦରିଆ ମେ ଡାଲ୍‌’ ନୀତିରେ ନଷ୍ଟ କରିବା ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପନିପରିବା ଓ ଆମିଷ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶୀଘ୍ର ବଜାର ଅଞ୍ଚଳକୁ ସଫା କରିବା ସହ ରୁମ୍‌ ଗୁଡ଼ିକର ଉପଯୁକ୍ତ ବ୍ୟବହାର କରିବା ପାଇଁ ଅଞ୍ଚଳବାସୀ ଓ ବ୍ୟବସାୟୀ ଦାବି କରିଛନ୍ତି।


All Right Reserved By Dharitri.Com

୩ ବର୍ଷର ଶିଶୁକନ୍ୟା ନିଖୋଜ, ତଦନ୍ତ ଚଳାଇଛି ପୋଲିସ

ଓଡଗାଁ, ୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ସାକେରୀ ହରିଜନ ସାହିରୁ ସୋମବାର ସକାଳୁ ଏକ ୩ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ...

ଆଦର୍ଶ ସହରର ଉପେକ୍ଷିତ ୩ନଂ. ୱାର୍ଡ:ନର୍ଦ୍ଦମା ପାଣି ରାସ୍ତାରେ

ଢେଙ୍କାନାଳ ଅଫିସ, ୨।୧୧ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ଜାତୀୟସ୍ତରୀୟ...

ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ...

ମେରାଇନ୍‌ ଡ୍ରାଇଭ ମାର୍ଗ ଫଟୋ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୧(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ବହୁତ କ୍ଷତି ସାଧନ କରିଥିଲା। ବିଶେଷ କରି ପୁରୀ ଜିଲାକୁ ବହୁଳ କ୍ଷତି ପହଞ୍ଚାଇଥିଲା। ପର୍ଯ୍ୟଟନର ପ୍ରଶସ୍ତ ମାର୍ଗ...

୮ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜ୍ୟରେ ପୁଣି ହୋଇପାରେ ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା...

ସବୁଜ ପତ୍ରିକାଧାରୀଙ୍କ ସଂଖ୍ୟା ଗଣତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରେ କେତେ ସବୁଜ ପତ୍ରିକାଧାରୀ ରହିଛନ୍ତି ସେମାନଙ୍କ ସଂଖ୍ୟା ଗଣତି ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏ...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ...

ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି...

Leave a comment

Your email address will not be published. Required fields are marked *