ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଦୁଇ ବର୍ଷ ମଧ୍ୟରେ ସରକାର ଦ୍ୱିତୀୟ ଥର ଏହି ବିମାନ କମ୍ପାନୀକୁ ଘରୋଇକରଣ କରିବା ଲାଗି ପ୍ରୟାସ କରିଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସରକାର ୧୦୦% ଅଂଶଧନ ବିକ୍ରି କରିବେ। ସେହିଭଳି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଯୁଗ୍ମ କମ୍ପାନୀ ଏଆଇ-ସ୍ୟାଟ୍‌ସରେ ଥିବା ସରକାରଙ୍କ ୫୦% ଅଂଶଧନ ବିକ୍ରି କରାଯିବ। ଏଥି ଲାଗି ବିଡିଂ ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛୁକ ଥିବା ପକ୍ଷ ୨୦୨୦ ମାର୍ଚ୍ଚ ସୁଦ୍ଧା ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିବେ। କେଉଁ ବିଡରମାନେ ସଫଳ ହେଲେ ତାର ଏକ ତାଲିକା ମାର୍ଚ୍ଚ ୩୧ ସୁଦ୍ଧା ଜାରି କରାଯିବ। ଏହି ତାରିଖରେ ପରିବର୍ତ୍ତନ କରାଯାଇପାରେ ବୋଲି ପ୍ରାରମ୍ଭିକ ସୂଚନା ପତ୍ରରେ ଉଲ୍ଲେଖ ରହିଛି।
ପୂର୍ବଥର ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବାକୁ ସରକାର ପ୍ରୟାସ କରିଥିଲେ। ହେଲେ ଏଥିରେ ସରକାରଙ୍କୁ ସଫଳତା ମିଳି ନ ଥିଲା। ଏୟାର ଇଣ୍ଡିଆର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ, ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ, ଏୟାର ଲାଇନ ଏଲାଏଡ ସର୍ଭିସେସ ଏବଂ ଭାରତ ହୋଟେଲରେ ଅଂଶଧନ ରହିଛି। ଏହି ସବୁ କମ୍ପାନୀଗୁଡିକରେ ଥିବା ସରକାରଙ୍କ ଅଂଶଧନକୁ ଅନ୍ୟ ଏକ କମ୍ପାନୀ ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡକୁ ହସ୍ତାନ୍ତର କରି ଦିଆଯିବ। ଏହାକୁ ବିନିବେଶ ପ୍ରସ୍ତାବଠାରୁ ଅଲଗା ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ବର୍ତ୍ତମାନ ପ୍ରାୟ ୬୦,୦୭୪ କୋଟି ଟଙ୍କାର ଋଣ ଭାର ରହିଛି। ଏହା ମଧ୍ୟରୁ ଆଗ୍ରହୀ ବିଡରଙ୍କ ଭାଗରେ ୨୩,୨୮୬ କୋଟି ଟଙ୍କା ପଡିବ।
ନରିମାନ ପଏଣ୍ଟରେ ରହିଥିବା ଏୟାର ଇଣ୍ଡିଆ ମୁଖ୍ୟାଳୟ ଏବଂ ଦିଲ୍ଲୀର କର୍ପୋରେଟ ମୁଖ୍ୟାଳୟ ଏହି ଟ୍ରାଞ୍ଜାକଶନର ପରିସରଭୁକ୍ତ ହୋଇନାହିଁ। ଏହା ସରକାରଙ୍କ ନିକଟରେ ରହିବ। ଆଗାମୀ କିଛି ବର୍ଷ ଲାଗି ସଫଳ ବିଡର ଏହାକୁ ବ୍ୟବହାର କରିପାରିବେ। କର୍ମଚାରୀ ଶେୟାର ବିକଳ୍ପ ଯୋଜନାରେ କର୍ମଚାରୀଙ୍କ ଶେୟାର ମିଳିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କର୍ମଚାରୀଙ୍କୁ ପ୍ରାୟ ୩% ଶେୟାର ଦେବାକୁ ପ୍ରସ୍ତାବ ରଖାଯିବ। ଏଥି ଲାଗି ୯୮ କୋଟି ଶେୟାର ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ବର୍ତ୍ତମାନ ସୁଦ୍ଧା ୧୬,୦୭୭ ହଜାର କର୍ମଚାରୀ ଅଛନ୍ତି। ଏହା ମଧ୍ୟରେ ସ୍ଥାୟୀ କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ବିମାନ କମ୍ପାନୀରେ ଆବଶ୍ୟକତା ମୁତାବକ କର୍ମଚାରୀ ରହିଥିବା ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଛନ୍ତି। ଏକ ମଜବୁତ ସିଦ୍ଧାନ୍ତ ଆଧାରରେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନ କାନ୍ତ ପାଣ୍ଡେ କହିଛନ୍ତି।


All Right Reserved By Dharitri.Com

୩୫% କମିପାରେ ଘର ବିକ୍ରି

ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର...

ଭାରତର ଆର୍ଥିକ ବିକାଶ ହାର ଅନୁମାନ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୪-୮: ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ ମାନ୍ଦାବସ୍ଥା ଭିତରେ ଦେଶର ଆର୍ଥିକ ବିକାଶ ହାର ଅନୁମାନକୁ ହ୍ରାସ କରିଛି। ଏଜେନ୍ସି ପକ୍ଷରୁ ଆର୍ଥିକ ବର୍ଷ ୨୦୧୯...

ରିଲାଏନ୍ସ କମ୍ୟୁନିକେଶନରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ରିଲାଏନ୍ସ କମ୍ୟୁନିକେଶନ ୩୦,୧୪୨ କୋଟି ଟଙ୍କା କ୍ଷତି ସହିବା ପରେ ଏହାର ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀ...

ନିବେଶକଙ୍କୁ ୩ ଲକ୍ଷ କୋଟି ଟଙ୍କା କ୍ଷତି

ମୁମ୍ବାଇ,୭-୧:ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୮୮ ପଏଣ୍ଟ ହ୍ରାସ ଘଟିଛି। ଏହା ୬ ମାସ ମଧ୍ୟରେ ସବୁଠାରୁ ବଡ ହ୍ରାସ ବୋଲି ଜଣାପଡିଛି। ଇରାନ...

୩୭ ହଜାର ନିକଟତର ସୁନା,ରୁପା ୪୩ ହଜାର ଟପିଲା

ନୂଆଦିଲ୍ଲୀ,୬-୮: ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଅଧିକ ଘନୀଭୂତ ହେବାକୁ ଯାଉଥିବା ବେଳେ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ୦.୨୫% ହ୍ରାସ କରିବା କାରଣରୁ...

ବିଦେଶକୁ ଟଙ୍କା ପଠାଇଛନ୍ତି ଗୋୟଲ:ଇଡି

ନୂଆଦିଲ୍ଲୀ,୨୫-୮: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଟିକସ ଦେବାରୁ ରକ୍ଷା ପାଇବା ଲାଗି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ଏହାରି ମାଧ୍ୟମରେ ସେ ଜାଲିଆତି...

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି...

ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର...

Leave a comment

Your email address will not be published. Required fields are marked *