ଜାତୀୟ ସ୍ମୃତି ହେବ ଗୋପବନ୍ଧୁଙ୍କ ଜନ୍ମପୀଠ: ସୁଆଣ୍ଡୋରେ ୫-ଟି ସଚିବ

ସାକ୍ଷୀଗୋପାଳ,୨୭ା୧(ଡି.ଏନ.ଏ)- ଉକତ୍ଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ଜାତୀୟ ସ୍ମୃତି ଭାବେ ସଂରକ୍ଷିତ କରାଯିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟାନ ପାଣ୍ଡିଆନ ରବିବାର ଅପରାହ୍ନରେ ପୁରୀ ଜିଲା ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଗ୍ରାମ ଗସ୍ତରେ ଆସିଛନ୍ତି। ଗ୍ରାମ ମନ୍ଦିର ଉନ୍ନୟନ ସହ ଗୋପବନ୍ଧୁଙ୍କ ପୈତୃକ ବାସଗୃହର ପୁନରୁଦ୍ଧାର କରାଯାଇ ଏହାକୁ ଜାତୀୟ ସ୍ମୃତି ଉଦ୍ଦେଶ୍ୟରେ ସଂରକ୍ଷିତ କରାଯିବ। ଏଥିପାଇଁ ଜମି ହସ୍ତାନ୍ତର ନେଇ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନାକ୍ରମେ ଉକ୍ତ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି। ସଚିବଙ୍କ ସହିତ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂହ, ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ଇଡକୋର ସିଏମଡି ବିନ୍ଧେଶ୍ୱର ପାତ୍ର, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ଇଂ ଶାନ୍ତନୁ କୁମାର ଜେନା ପ୍ରମୁଖ ଅଧିକାରୀ ଗୋପବନ୍ଧୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପୁରାତନ ବାସଗୃହ, ଗ୍ରାମ ମନ୍ଦିର, ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ। ଜମି ହସ୍ତାନ୍ତର ନେଇ ସଚିବ ଓ ଜିଲାପାଳ ପରିବାରର ସଦସ୍ୟ ଧିରେନ୍ଦ୍ର ନାଥ ଦାସ ଓ ରବୀନ୍ଦ୍ର ନାଥ ଦାସ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।


All Right Reserved By Dharitri.Com

ଟ୍ରକ୍‌, ଆମ୍ବୁଲାନ୍ସରେ ବେଆଇନ୍‌ ପ୍ରବେଶ କରୁଛନ୍ତି ଲୋକେ: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ

ଛତ୍ରପୁର, ୨୨।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସୀମାରେ କରାଯାଉଥିବା ମିଳିତ ଯାଞ୍ଚ ବୁଧବାର ଷଷ୍ଠ ଦିନରେ ପହଁଚିଛି। ଆନ୍ଧ୍ର,...

ଲଗାଣ ବର୍ଷା: କାନ୍ଥ ପଡ଼ି ଜଣେ ଗୁରୁତର

ମାର୍ଶାଘାଇ, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ବହୁ କ୍ଷୟକ୍ଷତି...

କରୋନା ପରୀକ୍ଷା ଲାଗି କିଟ୍‌ ଦିଅ

ଭୁବନେଶ୍ୱର, ୨।୪(ବ୍ୟୁରୋ): ସରକାର ରାଜ୍ୟରେ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ନିୟମିତ ବ୍ୟବଧାନରେ ଭିଡିଓ...

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

\ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଧନଞ୍ଜୟପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଟରାପଲ୍ଲୀରେ ସୋମବାର ସନ୍ଧ୍ୟାରେ ୨ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ...

ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଜରୁରି

ସୋନପୁର, ୭।୭(ନି.ପ୍ର) ସୁବର୍ଣ୍ଣପୁର ଜିଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ...

କରୋନା ମୁକାବିଲା: ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଶେଷ ହେବାକୁ ଆଉ ସପ୍ତାହେ ବାକି ରହିଛି। ଦୀର୍ଘ ୪୭ ଦିନ ଲକ୍‌ଡାଉନ ପରେ ମଧ୍ୟ ଦେଶର ବିଭିନ୍ନ...

ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ଜୋର୍‌ଦାର ଉଦ୍ୟମ ଜାରି ରଖିଛି। ଜିଲାର ୧୧ଟି ବ୍ଲକର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ...

ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ

ପୁରୀ ଅଫିସ,୧୯ା୧: ସତ୍ୟବାଦୀ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର...

Leave a comment

Your email address will not be published. Required fields are marked *