Posted inଜାତୀୟ

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା

ଲକ୍ଷ୍ନୌ,୪ା୬: ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ୫ ମାସ ତଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଏସ୍‌ପି-ମାୟାବତୀଙ୍କ ବିଏସ୍‌ପିକୁ ନେଇ ଗଠନ ହୋଇଥିବା ମେଣ୍ଟ ଆପାତତଃ ଭାଙ୍ଗିଯାଇଛି। ଆଗାମୀ ଉପନିର୍ବାଚନ ବିଏସ୍‌ପି ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନରେ ମେଣ୍ଟକୁ ସେଭଳି ସଫଳତା ନ ମିଳିବା ପରେ ଏସ୍‌ପିଠାରୁ ବିଏସ୍‌ପି ଦୂରେଇ ଯିବାକୁ ମନସ୍ଥ କରିଛି। ସୋମବାର ବିଏସ୍‌ପି ସୁପ୍ରିମୋ ମାୟାବତୀ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ କହିଛନ୍ତି ଯେ, ଆଗାମୀ ଉପନିର୍ବାଚନରେ ଦଳ ୧୧ ଆସନରେ ଏକାକୀ ଲଢ଼ିବ । ଖାଲି ସେତିକି ନୁହେଁ’ ୨୦୨୨ ବିଧାନସଭା ନିର୍ବାଚନ ମଧ୍ୟ ବିଏସ୍‌ପି ଏକା ଲଢ଼ିବ ଓ କାହା ସହ ମେଣ୍ଟ କରିବ ନାହିଁ ବୋଲି ସେ କହିଛନ୍ତି॥ ନୂଆଦିଲ୍ଲୀରେ ନବନିର୍ବାଚିତ ଏମ୍‌ପି, ସଙ୍ଗଠନ କର୍ମକର୍ତ୍ତା, ସହଯୋଗୀ, ଜିଲା ସଭାପତିମାନଙ୍କ ବୈଠକରେ ମାୟାବତୀ ଏଭଳି ମତ ଦେଇଥିବା ଜଣାପଡ଼ିଛି।
ପୂର୍ବରୁ ଯାଦବ ଭୋଟକୁ ହାତେଇବା ଲାଗି ପ୍ରୟାସ କରି ଏସ୍‌ପି-ବିଏସ୍‌ପି ମେଣ୍ଟ ଗଠନ କରିବା ସହ ଏହା ଚିରସ୍ଥାୟୀ ରହିବ ବୋଲି କହିଥିଲେ। କିନ୍ତୁ ଏସ୍‌ପି ଯାଦବ ଭୋଟ ହାତେଇବାରେ ବିଫଳ ହେଲା। ଏମିତିକି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଓ ତାଙ୍କ ପରିବାରର ଅନ୍ୟ ୨ଜଣ ସଦସ୍ୟ ପରାଜୟବରଣ କଲେ। ସାଧାରଣ ନିର୍ବାଚନରେ ଭାଜପାକୁ ୬୨ ଆସନ ମିଳିଥିବାବେଳେ ଏସ୍‌ପିକୁ ୫ ଓ ବିଏସ୍‌ପିକୁ ୧୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଯାଦବ ଭୋଟ ନ ମିଳିବା ପରେ ଏବେ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ମାୟାବତୀ ଏସ୍‌ପି ହାତ ଛାଡ଼ି ଏକା ଲଢ଼ିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏସ୍‌ପି-ବିଏସ୍‌ପି ମେଣ୍ଟ ଦ୍ୱାରା ଦଳକୁ ବହୁ କ୍ଷତି ସହିବାକୁ ପଡ଼ିଛି ବୋଲି ମାୟାବତୀ କହିଛନ୍ତି। ଏଥିସହ ୨୦୨୨ ବିଧାନସଭା ନିର୍ବାଚନ ବିଏସ୍‌ପି ସହ ମେଣ୍ଟକରି ଲଢ଼ିବା ଲାଗି ଯୋଜନା କରିଥିବା ଏସ୍‌ପିକୁ ଶକ୍ତ ଧକ୍କା ଲାଗିଛି। ମେଣ୍ଟରେ ଫାଟନେଇ ଦଳକୁ କୌଣସି ସୂଚନା ନାହିଁ କି ଉପନିର୍ବାଚନରେ ବିଏସ୍‌ପି ଏକା ନିର୍ବାଚନ ଲଢ଼ିବା ସମ୍ପର୍କରେ କିଛି ଅବଗତ କରାଯାଇ ନାହିଁ ବୋଲି ଏସ୍‌ପି ପକ୍ଷରୁ କୁହାଯାଇଛି। ବରିଷ୍ଠ ଏସ୍‌ପି ନେତା ରାଜେନ୍ଦ୍ର ଚୌଧୁରୀ ଏଭଳି ଅଭିଯୋଗକୁ ଖଣ୍ଡନ କରି ଦୁଇ ଦଳ ଏକାଠି ମେଣ୍ଟକରି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।


All Right Reserved By Dharitri.Com

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୨୪

ନୂଆଦିଲ୍ଲୀ,୨୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା କବଳକୁ ନେଇ ସାରିଲାଣି। ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସମୟ...

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ କାକପୋରାଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ କାମ କରୁଥିଲେ। ତାଙ୍କ...

ରେଲଓ୍ବେ ଆରମ୍ଭ କଲା ଓ୍ବାଟରଲେସ୍‌ ଟଏଲେଟ୍‌

ମୁମ୍ବାଇ,୨।୨: ମୁମ୍ବାଇର ମରିନା ଲାଇନ୍‌ ଷ୍ଟେଶନରେ ରେଲଓ୍ବେ ପକ୍ଷରୁ ଓ୍ବାଟରଲେସ୍‌ ଟଏଲେଟ୍‌ ଆରମ୍ଭ କରାଯାଇଛି। ପ୍ଲାଟଫର୍ମ ନମ୍ବର ୧ରେ ଏହା କରାଯାଇଛି। ଏଥିରେ କମ୍‌ ପାଣି...

ବିଗ୍‌ବସ୍‌ରେ ଭାଗ ନେବାକୁ ଚାହାଁନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ ଅଧିକାରୀ

ଲକ୍ଷ୍ନୌ,୧୭।୫: ଲୋକ ସଭା ନିର୍ବାଚନ ୨୦୧୯ ଅବସରରେ ଏବେ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା...

ପଛଘୁଞ୍ଚାର ପ୍ରଶ୍ନ ଉଠୁନି; ସିଏଏ ବିରୋଧୀ ବିକ୍ଷୋଭ ପଛରେ ୧୦୦ ପ୍ରତିଶତ ରାଜନୀତି: ଶାହା

ନୂଆଦିଲ୍ଲୀ,୧୮ା୧୨ (ଆଇଏଏନ୍‌ଏସ୍‌): ସିଏଏ ପଛରେ ୧୦୦ ପ୍ରତିଶତ ରାଜନୀତି ରହିଛି। କେତେକ ରାଜନୈତିକ ଦଳ ହିନ୍ଦୁ ଓ ମୁସ୍‌ଲିମ୍‌ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା...

ମନମୋହନଙ୍କୁ ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସର ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ,୧୬।୬: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ...

ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର: ଆତଙ୍କବାଦୀଙ୍କୁ ‘ଫକ୍ସ୍‌ ହୋଲ୍‌ ଆମ୍ବୁଶ୍‌’ ତାଲିମ୍‌ ଦେଉଛି ଆଇଏସ୍‌ଆଇ

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ପାକିସ୍ତାନ ସୈନ୍ୟବିଭାଗ ନିର୍ଦ୍ଦେଶରେ କାର୍ଯ୍ୟ ଜାରି ରହିଛି।...

ଜଣେ ବଳାତ୍କାରୀଙ୍କ ସମେତ ୩ କଏଦୀ ଜେଲ୍‌ରୁ ଫେରାର

ଅମୃତସର,୨।୨: ଜଣେ ବଳାତ୍କାରୀଙ୍କ ସମେତ ୩ ଜଣ କଏଦୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଅମୃତସର ଜେଲ୍‌ରେ ଏଭଳି ଘଟଣା ଘଟିଛି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରେ...

Leave a comment

Your email address will not be published. Required fields are marked *