ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌:ଘରେ ପଶୁଛି ନର୍ଦ୍ଦମା ପାଣି

ଭୁବନ, ୪।୬(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍‌ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବ୍ୟକ୍ତିଗତ ସ୍ବାର୍ଥସାଧନ ଲାଗି ନାଳ ପୋତି ଦିଆଯାଇଛି। ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧ ପଚାପାଣି ଘରେ ପଶୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ଏନ୍‌ଏସି କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାବେଳେ ଏହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।
ଏନ୍‌ଏସିର ସବୁଠାରୁ ବ୍ୟସ୍ତବହୁଳ ୨ନଂ. ଓ୍ବାର୍ଡରେ ଶତାଧିକ ପରିବାର ବାସ କରୁଛନ୍ତି। କାଳୀବଜାର ଭଳି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଏହି ଓ୍ବାର୍ଡରେ ଅବସ୍ଥିତ। ଏହି କାରଣରୁ ଦୈନିକ ଜିଲା ତଥା ଜିଲା ବାହାରୁ ହଜାର ହଜାର ବ୍ୟବସାୟୀ ଏଠାକୁ ଆସିଥାନ୍ତି। ସେହିପରି କାଳୀବଜାରଠାରୁ ଅରବିନ୍ଦ ମାର୍ଗ ଦେଇ ଯାଇଥିବା ଡ୍ରେନ୍‌ ଆବର୍ଜନା ଜଳ ନିଷ୍କାସନର ବଡ଼ ମାଧ୍ୟମ। ହାପି ଅଟୋ ନିକଟରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଡ୍ରେନ୍‌କୁ ମାଟି ପକାଇ ପୋତି ଦେଇଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ରୁ ପାଣି ଉଛୁଳି ଘରେ ପଶୁଛି। ଏଥିରୁ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟ ବାଦ୍‌ ପଡୁନି। ରାସ୍ତାରେ ନର୍ଦ୍ଦମା ଜଳ ଜମିରହି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଛାତ୍ରୀଛାତ୍ରମାନେ ଆବର୍ଜନା ପାଣି ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଶତ୍ରୁଘ୍ନ ପୃଷ୍ଟିଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଶନିବାର ଦାବିପତ୍ର ଦେଇଥିଲେ। ଏଥିପୂର୍ବରୁ ଏ ସମ୍ପର୍କରେ ଜିଲା ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଜନସାଧାରଣ ନର୍ଦ୍ଦମା ପାଣିରେ ଘାଣ୍ଟି ହେଉଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ତୁରନ୍ତ ପ୍ରତିକାର କରା ନ ଗଲେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଅଞ୍ଚଳବାସୀ କହିଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳ କୁହନ୍ତି, ଅଞ୍ଚଳର ଜଣେ ବ୍ୟକ୍ତି ମାଟି ପକାଇ ଡ୍ରେନ୍‌ ଅବରୋଧ କରି ରଖିଛନ୍ତି। ଏ ନେଇ ତାଙ୍କୁ ନୋଟିସ୍‌ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଚେତାବନୀ ଦେବା ସତ୍ତ୍ୱେ ସେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ଏତଲା ଦିଆଯିବ। ଏଥିସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ବିଭୂତି ପ୍ରଧାନ ୧୪୨୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୦ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୬,୭୨୩ ଭୋଟ ପାଇଛନ୍ତି। ତାଙ୍କ...

ପାଲଲହଡ଼ାରେ ମୁକେଶ ୬୭୯୧ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୧ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୭୯୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମୁକେଶ ୪୧୬୬୮...

ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍‌ ଉତ୍ପାଦନ

ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍‌ସିଏଲ୍‌ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍‌ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍‌ଡି...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ତାଳଚେର,୨୨।୬(ନି.ପ୍ର.) – ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଗୁରୁବାରଠାରୁ ସେ ନିଖୋଜ...

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦ: ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା

ଢେଙ୍କାନାଳ ଅଫିସ, ୩୦।୫: ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳବାସୀ। ଅନବରତ ୧୨ ଘଣ୍ଟା ଧରି ଅଘୋଷିତ...

ତାଳଚେରରେ ସୁଧୁରୁନି ବିଦ୍ୟୁତ୍‌ ସେବା

ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି।...

ପ୍ରଫୁଲ୍ଲ ମଲ୍ଲିକ ୬୯୧୭ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୩ତମ ରାଉଣ୍ଡ ଫଳାଫଳ ପ୍ରକାଶିତ ହୋଇଛି। ୩୦,୩୨୦ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ହୀନସ୍ତା: ୯ ବର୍ଷ ହେଲା ଏକ୍ସ-ରେ ମେଶିନ ଅଚଳ

କାମାକ୍ଷାନଗର, ୨୬।୬(ଡି.ଏନ୍‌.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ...

Leave a comment

Your email address will not be published. Required fields are marked *