ଜିଲା ମୁଖ୍ୟ ଡାକ୍ତରଖାନାକୁ ଆରମ୍ଭ ହେଲା ନିଃଶୁଳ୍କ ବସ୍‌ ସେବା

ବରଗଡ ଅଫିସ,୨୬।୧: ବରଗଡ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ଭଟଲି ବ୍ଲକ ଟୁକୁର୍ଲା(ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ନିଃଶୁଳ୍କ ବସ୍‌ ସେବା ଆରମ୍ଭ ହୋଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀ, କର୍ମଚାରୀ ପ୍ରମୁଖ ବସ ସେବା ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ। ଡିପିଏମ ଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ବସ୍‌ ସେବା ଆରମ୍ଭ ହେବା ଦ୍ବାରା ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ ଏଣିକି ବିନା ବସ୍‌ ଭଡାରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯିବା, ଆସିବା କରି ପାରିବେ। ପ୍ରକାଶ ଥାଉକି, ଗତ ୨୧ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ କରିଥିଲେ।


All Right Reserved By Dharitri.Com

ବାଇକ୍‌ରୁ ଖସି ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦ା୧୨-ବାଇକ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବତୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ହେଲେ...

ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ କାମପାଳ ନାୟକ ନିର୍ବାଚିତ

ହାଟଡିହୀ,୧୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ପଞ୍ଚାୟତର ବିଜେଡି ସଭାପତି ଭାବେ ବରିଷ୍ଠ କର୍ମୀ କାମପାଳ ନାୟକ ନିର୍ବାଚିତ ହୋଇଛନ୍ତି । ରବିବାର ବଞ୍ଚୋ...

ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ...

ରାସ୍ତାରେ ଜଗି ବସିଛି ବିପଦ

ଆରଡ଼ି, ୧୧।୮ (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟ କୁଳେଇପଦାସ୍ଥିତ ୨୦ ନମ୍ବର ଜାତୀୟ ରାଜପଥରେ ବିପଦ ଜଗି ବସିଛି। ଏହି ରାସ୍ତାରେ ବିଦ୍ୟୁତ୍‌...

ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା

ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର...

କରୋନା ଗୀତକୁ ନେଇ କମେଣ୍ଟ, ପେଟ୍ରୋଲ ପମ୍ପରେ ମାରପିଟ୍‌

କଟକ ରୋଡ,୧୯।୩ (ଡି.ଏନ୍‌.ଏ.): କରୋନା ଗୀତକୁ କେନ୍ଦ୍ରକରି ମଙ୍ଗଳବାର ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ...

ଶୀତରେ ଥରୁଛି ବଡ଼ବିଲ: ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀକୁ ଖସିଲା

ବଡ଼ବିଲ, ୩୦।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ସ୍ତର ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳ ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ...

ସ୍ବାଧୀନତା ଦିବସ ପାଳନ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ; ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବିରୋଧୀ ଯାହା କହୁଛନ୍ତି ୧୦ ବର୍ଷ ଧରି ଶୁଣୁଛୁ: ବିଜେଡି

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍‌ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଭାଜପା...

Leave a comment

Your email address will not be published. Required fields are marked *