Posted inଫୁରସତ

ଫେରୀଟେଲ ଭିଲେଜ୍‌

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ତେବେ ପୃଥିବୀରେ ଏଭଳି ଅନେକ ମନୁଷ୍ୟକୃତ ସ୍ଥାନ ରହିଛି, ଯାହା ଦେଖିବାକୁ ଖୁବ୍‌ ମନୋରମ ମଧ୍ୟ। ଏଭଳି ଏକ ସ୍ଥାନ ରହିଛି ଦକ୍ଷିଣ-ପୂର୍ବ ପୋଲାଣ୍ଡରେ। ଏଠାରେ ଥିବା ଜାଲିପି ନାମକ ଗାଁଟି ସମ୍ପୂର୍ଣ୍ଣ ଭାବେ ଚିତ୍ରିତ ହୋଇଛି ସୁନ୍ଦର ସୁନ୍ଦର ପେଣ୍ଟିଂରେ। ତେବେ ଲୋକଙ୍କ କହିବା ଅନୁଯାୟୀ ୧୯ଶ ଶତାବ୍ଦୀ ପ୍ରାରମ୍ଭରେ ସେଠାକାର ଘରଗୁଡିକରେ ବାୟୁ ଚଳାଚଳର ସୁବିଧା ନ ଥିଲା ଏବଂ ଘରର କାନ୍ଥଗୁଡିକ ଚିମିନି ଧୂଆଁର ଦାଗ ଲାଗି ବେରଙ୍ଗ ଦେଖାଯାଉଥିଲା। ତେଣୁ ପ୍ରତିକାର ସ୍ବରୂପ ଏଠାକାର ଜଣେ ବାସିନ୍ଦା ନିଜ ଘରକୁ ଏକ କଳାତ୍ମକ ସ୍ପର୍ଶ ଦେବାକୁ ଯାଇ ଘରର କାନ୍ଥରେ ବିଭିନ୍ନ ଫୁଲର ଚିତ୍ର ଆଙ୍କିଥିଲେ, ଯାହା କାନ୍ଥର ଦାଗ ଲୁଚାଇବା ସହ ଘରର ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ସହାୟକ ହେଲା। ଏଥିରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟ ଅଧିବାସୀମାନେ ମଧ୍ୟ ନିଜ ଘରକୁ ସେହିଭଳି ପେଣ୍ଟିଂ କରିବାରେ ଲାଗିଲେ। ଫଳ ସ୍ବରୂପ ସମ୍ପୂର୍ଣ୍ଣ ଗାଁଟି ଚିତ୍ରିତ ହୋଇଗଲା ସୁନ୍ଦର ସୁନ୍ଦର ଫୁଲର ପେଣ୍ଟିଂରେ। ସେବେଠାରୁ ଏହି ପ୍ରଥା ପିଢି ପରେ ପିଢି ଚାଲି ଆସିଛି ଏବଂ ଏହି ଗାଁକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ବେଶ୍‌ ଭିଡ ମଧ୍ୟ ଜମୁଛି।


All Right Reserved By Dharitri.Com

ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ...

ଜୟପୁର ଯନ୍ତର ମନ୍ତର: କିଛି ଅଜଣା କଥା

ଯନ୍ତର ମନ୍ତର ହେଉଛି ଏମିତି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର...

ଏହି ଜିଲାରେ ୧ କିଲୋ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ ମିଳୁଛି ୧ କିଲୋ ଚାଉଳ

ହାଇଦ୍ରାବାଦ୍‌,୧୭।୧୦: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି। ନିକଟରେ ଛତିଶଗଡର ଅମ୍ବିକାପୁରରେ ଏକ ‘ଗାର୍ବେଟ୍‌ କାଫେ’ ଖୋଲାଯାଇଛି। ଯେଉଁଠି ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ...

ଓ୍ବାଶିଂମେଶିନ୍‌ରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି, ଫଟୋ ଭାଇରାଲ

ଋଷ୍‌: ସାଧାରଣତଃ ଓ୍ବାଶିଂମେଶିନ୍‌ରେ କପଡ଼ା ଧୁଆ ଯାଇଥାଏ। ଯଦି ଏହା ଭିତରେ ଆପଣ ହଠାତ୍‌ କିଛି ଅଦ୍ଭୁତ ଦୃଶ୍ୟ ଦେଖିବେ ତେବେ ଲୋମ ଟାଙ୍କୁରି ଉଠିବା...

ଗାଡ଼ି ଦାମ୍‌ ୫୬ ହଜାରକୁ ଜରିମାନା ୪୨ ହଜାର ଟଙ୍କା

ଭାଗଲପୁର: ସେପ୍ଟେମ୍ବର୧ ରୁ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ବିହାର ଭାଗଲପୁର ସହରରେ ସବୁଠାରୁ ବେଶୀ ଜରିମାନା ୧୫ ବର୍ଷ ବୟସ୍କ ଜଣେ...

ନଡ଼ିଆ ଷଢ଼େଇ ଗଛରେ ଟାଙ୍ଗି ପକ୍ଷୀଙ୍କୁ ଖାଦ୍ୟ-ପାନୀୟ ଦେଉଛନ୍ତି ଛାତ୍ରୀଛାତ୍ର

ବେଙ୍ଗାଲୁରୁ,୧୪।୨: ଦକ୍ଷିଣ କନ୍ନଡରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ସ୍କୁଲ ନିକଟରେ ଥିବା ଗଛରେ ନଡିଆ ଷଢ଼େଇ ଟାଙ୍କି ପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଦେଉଥିବା...

ରହସ୍ୟମୟ କୁଣ୍ଡ: ତାଳି ମାରିଲେ ଉପରକୁ ଉଠିଥାଏ ପାଣି

ନୂଆଦିଲ୍ଲୀ: ବିଶ୍ୱରେ ଏମିତି କିଛି ରହସ୍ୟଜନକ ଘଟଣା ଘଟିଥାଏ, ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ସେମିତି ଏକ ରହସ୍ୟମୟ କୁଣ୍ଡ ରହିଛି ଭାରତରେ।...

Leave a comment

Your email address will not be published. Required fields are marked *