ଅନୁଗୋଳରେ ବର୍ଜ୍ୟବସ୍ତୁ ପରିଚାଳନା:ଖୋଳାହେବ ୩ଶହ କମ୍ପୋଷ୍ଟ ପିଟ

ଅନୁଗୋଳ ଅଫିସ, ୪ା୬

ରାଜ୍ୟର ସମସ୍ତ ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପୌରାଞ୍ଚଳରେ ତିନିଶହ ଲେଖାଏ କମ୍ପୋଷ୍ଟ ପିଟ୍‌ ଖୋଳିବାକୁ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମହାନଗରନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଏହି ଚିଠି ଅନୁଗୋଳ ପୌରାପାଳିକାରେ ପହଞ୍ଚିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଅନୁଗୋଳ ସହରର ଅଳିଆ ପରିଚାଳନା ପୌରପାଳିକା ପାଇଁ ବଡ଼ ଚିନ୍ତାର ବିଷୟ ଥିଲା। ଡମ୍ପିଂୟାର୍ଡ ନ ଥିବାରୁ ଅଳିଆ କେଉଁଠି ପକାଯିବ ତାହା ସ୍ଥିର ହୋଇପାରୁ ନ ଥିବାରୁ ସହର ସଫେଇ ବାଧାପ୍ରାପ୍ତ ହେଉଥିଲା। ତେବେ ଏଣିକି ଅଳିଆ ଆଉ ଏଣେ ତେଣେ ପଡ଼ିବ ନାହିଁ କି ଆଉ ସକାଳ, ମଧ୍ୟାହ୍ନରେ ନିଆଁ ଲଗାଯିବ ନାହିଁ। ସେହିପରି ପଚାସଢ଼ା ଗନ୍ଧ ମଧ୍ୟ ସହରରୁ ଦୂରେଇ ଯିବ। ସହରର ଅଳିଆ ପକାଇବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଏବେ ପଦକ୍ଷେପ ନିଆଯାଉଛି। ସହରର କଠିନ ବର୍ଜ୍ୟବସ୍ତୁକୁ ଛାଡ଼ିଦେଲେ ଅନ୍ୟ ଅଳିଆ ପକାଇବାକୁ ସହରରେ ୩ଶହଟି କମ୍ପୋଷ୍ଟ ପିଟ ଖୋଳା ଆରମ୍ଭ ହୋଇଛି। ସୋମବାର ସକାଳୁ ଏହି ଖନନ କାର୍ଯ୍ୟ କରାଯାଉଛି। ପ୍ରତି ଖାତର ଗଭୀର ୧୦ ଫୁଟ ଥିବାବେଳେ ଓସାର ୫ ଫୁଟ ରହିଛି। ସହରରେ ଥିବା ୨୩ ୱାର୍ଡରେ ଏହି ଖାତ ଖୋଳାଯିବ। ପ୍ରତିଟି ୱାର୍ଡରେ ୧୦ରୁ ୧୫ଟି ଲେଖାଏଁ ରହିବ। ସେହିପରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ସହ ପରିବା ମାର୍କେଟ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବସ୍‌ଷ୍ଟାଣ୍ଡ ନିକଟରେ ମଧ୍ୟ ଏହି ଖାତ ଖୋଳାଯାଇ କୁଢ଼ କୁଢ଼ ଆଳିଆକୁ ଜୈବ ବର୍ଜ୍ୟବସ୍ତୁରେ ପରିଣତ କରାଯିବ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ସପ୍ତାହେ ମଧ୍ୟରେ ୩ଶହ କମ୍ପୋଷ୍ଟ ପିଟ ଖୋଳାଯିବ। ସହରବାସୀଙ୍କ ସହ ବ୍ୟବସାୟୀମାନେ ମଧ୍ୟ ଉକ୍ତ କମ୍ପୋଷ୍ଟ ପିଟରେ ଅଳିଆ ପକାଇ ପାରିବେ। ଉକ୍ତ ଖାତରେ ଧିରେ ଧିରେ ମାଟି ଦିଆଯାଇ ଆବରଣ କରାଯିବ। ଫଳରେ ମାଟିରେ ଅଳିଆ ଗୁଡ଼ିକ ଖତ ହୋଇଯିବ। ସେହିଭଳି ଖାତ ଗୁଡ଼ିକ ପୂରଣ ହୋଇଯିବା ପରେ ଅନ୍ୟସ୍ଥାନରେ ପୁଣି ଅଳିଆ ପଡ଼ିବାର ବ୍ୟବସ୍ଥା କରାଯିବ। ସଫେଇ କର୍ମଚାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ଅଳିଆ ସଂଗ୍ରହ କରି ଉକ୍ତ ଖାତରେ ପକାଇବେ। ମହାନଗର ନିଗମରେ ୫ଶହ ଓ ପୌରାଞ୍ଚଳରେ ୩ଶହ ଏବଂ ବିଜ୍ଞପିତ ଅଞ୍ଚଳରେ ଶହେଟି ଲେଖାଏଁ ଖାତ ଖୋଳାଯିବ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଥିବା ଜେନା ସୂଚନା ଦେଇଛନ୍ତି।


All Right Reserved By

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ...

ସଂଯୋଗ ନ ଥାଇ ଆସୁଛି ବିଦ୍ୟୁତ୍‌ ବିଲ୍‌

ଢେଙ୍କାନାଳ ଅଫିସ, ୩୦।୪ଢେଙ୍କାନାଳ ଜିଲାରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟକ୍ରମ ସମୀକ୍ଷା ହେଉନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥାଇ ପ୍ରତିମାସରେ ବିଲ୍‌ ଆସୁଛି। ଏହାକୁ...

ନନ୍ଦିନୀ ଦେବୀ ଥିଲେ ସାଲିସ୍‌ବିହୀନ ନେତ୍ରୀ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳ ଗୋପବନ୍ଧୁ ଟାଉନହଲଠାରେ ରବିବାର ସନ୍ଧ୍ୟା ୬ଟାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟିକା ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ପାଳିତ...

ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ

ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ...

ଗଁ। ମଝି ଦେଇ ଯୋରରେ ମିଶୁଛି ଶୌଚାଳୟ ପାଣି:ତାତିଲେ ଲୋକେ, ଘେରିଲେ ନର୍ସିଂହୋମ

ଅନୁଗୋଳ ଅଫିସ, ୪।୬ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ନିକଟ ଗଁା ମଝି ଦେଇ ଛଡ଼ାଯାଉଥିବା ବେଳେ ତାହା ଲିଙ୍ଗରାଯୋଡ଼ି ଯୋରକୁ...

ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ...

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା...

ବିନୋଦ ହ୍ୟୁଣ୍ଡାଇରେ ଭେନ୍ୟୁର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ କାଣ୍ଡସର ଠାରେ ଥିବା ବିନୋଦ ହ୍ୟୁଣ୍ଡାଇ ପରିସରରେ ହ୍ୟୁଣ୍ଡାଇର ନୂତନ ଯାନ ‘ଭେନ୍ୟୁ’ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଅନୁଗୋଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *