ଅନୁଗୋଳ ଜୁନିୟର କଲେଜରେ ପାସ୍‌ ହାର ୭୭.୮୧%:ଶ୍ରେଷ୍ଠ ୫ ମଧ୍ୟରେ ୪ ଛାତ୍ରୀ

ଅନୁଗୋଳ ଅଫିସ, ୪।୬

ଅନୁଗୋଳ ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। କଲେଜରେ ପାସ୍‌ ହାର ୭୭.୮୧ ପ୍ରତିଶତ ରହିଛି। ମୋଟ ୩୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୯୨ ପାସ୍‌ କରିଥିବାବେଳେ ଦ୍ୱିତୀୟ ଶ୍ରେଶୀରେ ୯୬ ଓ ୫୪ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୬୯ ଜଣ ଫେଲ୍‌ ହୋଇଥିବା ସୂଚନା ମିଳିଛି। ତେବେ ମହାବିଦ୍ୟାଳୟରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ରହିଛନ୍ତି। ଏହି ପାଞ୍ଚ ଜଣଙ୍କ ମଧ୍ୟରେ ସ୍ନେହାକିତା ମିଶ୍ର ୫୨୭ ନମ୍ବର ରଖି ପ୍ରଥମ ସ୍ଥାନରେ ଥିବାବେଳେ ପ୍ରଗତି ପ୍ରିୟମ୍ବଦା ଜେନା ୫୧୨ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ନେହାକିତାଙ୍କ ବଡ଼ ଭଉଣୀ ଶୁଭସ୍ମିତା ମିଶ୍ର ୫୦୧ ନମ୍ବର ରଖି ତୃତୀୟରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ଅନୁପମା ବେହେରା(୪୯୬) ଏବଂ ପଞ୍ଚମରେ ଛାତ୍ର ସତ୍ୟବ୍ରତ ପଣ୍ଡା (୪୮୮) ରହିଥିବା ଜଣାପଡିଛି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର କମିଛି। ୨୦୧୮ରେ ପାସ ପ୍ରତିଶତ ୮୪.୪୪ ରହିଥିଲା। ସେହିପରି ଗତ ବର୍ଷ ପ୍ରଥମ ଶ୍ରେଣୀରେ ୮୮ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷ ୯୨ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି।


All Right Reserved By Dharitri.Com

ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ...

ବିଦ୍ୟୁତ୍‌ ତାର ଛିଣ୍ଡି ୧ ମଇଁଷି, ୨ ପୋଢ ମୃତ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର)-ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ରବିବାର ଗୋଟିଏ ମଇଁଷି ଓ ୨ଟି ପୋଢ଼ର ମୃତ୍ୟୁ ଘଟିଛି।...

ବିଭୂତି ପ୍ରଧାନ ୧୬୬୯ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୬ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୬୦,୫୦୬ ଭୋଟ ପାଇଛନ୍ତି। ତାଙ୍କ...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍‌ ଉତ୍ପାଦନ

ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍‌ସିଏଲ୍‌ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍‌ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍‌ଡି...

ସାହିତ୍ୟ ପ୍ରତି ରୁଚି ରହୁ

ବଇଣ୍ଡା,୧୬।୬(ଡି.ଏନ.ଏ.)-ଆଧୁନିକ ଯୁଗରେ ପୁରାତନ ସଂସ୍କୃତି ଲୋପ ପାଇବାରେ ଲାଗିଛି। ହେଲେ କେତେକ କବିଙ୍କ ଯୋଗୁ ସାହିତ୍ୟ ବଞ୍ଚି ରହିଛି। ଓଡ଼ିଆ ଭାଷାକୁ ସାରା ଦେଶରେ ପରିଚିତ...

ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଅବହେଳିତ: ଆସୁନାହାନ୍ତି କର୍ମଚାରୀ, ମିଳୁନି ଚିକିତ୍ସା

ବଇଣ୍ଡା,୧୭।୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଅବହେଳିତ ହୋଇପଡ଼ିଛି। କର୍ମଚାରୀମାନେ ଚିକିତ୍ସାଳୟ ଖୋଲୁ ନ ଥିବାବେଳେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ମିଳୁ ନ...

ଭଡ଼ା ବୃଦ୍ଧି ଦାବିରେ ତାଳଚେର ଟ୍ରକ ମାଲିକ ସଂଘର ଆନ୍ଦୋଳନ

ତାଳଚେର, ୧।୭(ନି.ପ୍ର.): ଭଡ଼ା ବୃଦ୍ଧି ଦାବିରେ ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ସୋମବାରଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି। ତାଳଚେର କୋଲ୍ଡଫିଲ୍ଡରୁ ଟ୍ରକ ଯୋଗେ କୋଇଲା...

Leave a comment

Your email address will not be published. Required fields are marked *