କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବିଧାୟକ

ପବିତ୍ରନଗର/କଣିହାଁ, ୪ା୬(ଡି.ଏନ.ଏ.)

ଅନୁଗୋଳ ଜିଲା କଣିହାଁ ବ୍ଲକରେ ଗତ ଗୁରୁବାର ଓ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୋମବାର ପାଲଲହଡ଼ା ବିଧାୟକ ମୁକେଶ ପାଲ ବିଭିନ୍ନ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି। ବିଧାୟକ ପ୍ରଥମେ ବୁରୁକୁନା ପଞ୍ଚାୟତର ଶରଧାପୁର ଗ୍ରାମରେ କନକେଶ୍ୱରୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ପରେ ଝୁଲାଖୁଣ୍ଟିଆ ଗ୍ରାମରେ ମା’ ମଙ୍ଗଳାକୁ ଦର୍ଶନ କରି ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ଭେଟିଥିଲେ। କ୍ଷତିଗ୍ରସ୍ତ ହରିଜନସାହିର ଲୋକଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ। ପରେ ମହୀଧରପୁର, ବୁରୁକୁନା ଗ୍ରାମକୁ ଯାଇଥିଲେ। ବିଧାୟକ ପାଲ ରାଜସ୍ବ ବିଭାଗ ଅଧିକାରଙ୍କୁ ଯୋଗାଯୋଗ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେହିପରି କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଖଜୁରିଆ ଗ୍ରାମର ତେଲୁ ସାହୁଙ୍କ ଘର ଉପରେ ଶୁକ୍ରବାର ସନ୍ଧ୍ୟାରେ ଗଛ ପଡିବାରୁ ସ୍ତ୍ରୀ ଚଞ୍ଚଳା ସାହୁଙ୍କ ମୃତ୍ୟୁ ଘଟିଥିଲା। ବିଧାୟକ ପାଲ, କଣିହାଁ ବିଡିଓ ରମେଶ ଜେନା ପ୍ରମୁଖ ମୃତକଙ୍କ ପରିବାରକୁ ଭେଟିଥିଲେ। ତାଙ୍କୁ ସମବେଦନା ଜଣାଇବା ସହ ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ କେତେଜଣ ସାମାଜିକ କର୍ମୀ ଓ ବିଜୁ ଯୁବ ବାହିନୀ ସଦସ୍ୟ ତାଙ୍କ ଘର ଉପରୁ ଗଛ ହଟାଇଥିବା ଜଣାପଡିଛି। ବିଧାୟକଙ୍କ ଏହି ପରିଦର୍ଶନ ବେଳେ କଣିହାଁ ବ୍ଲକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ଯୁଗଳ କିଶୋର ସାହୁ, ବିଜେଡି କର୍ମୀ ସୁବାସ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ନୃସିଂହ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

କେଏସ୍‌ଆଇପିଏଲ ଉଦ୍ୟମରେ ଲାଗିଲା ଶତାଧିକ ଚାରା : ‘ଗଛ ଲଗାଅ, ସୁରକ୍ଷା ଦିଅ’

ପରଜଙ୍ଗ, ୬।୭(ଡି.ଏନ.ଏ.): ପରଜଙ୍ଗ ବ୍ଲକ ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବନ ବିଭାଗ ଏବଂ ୫୩ନଂ. ଜାତୀୟ...

ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ, ଠାକୁରଗଡ଼ ଥାନାରେ ମାମଲା ରୁଜୁ

ବଇଣ୍ଡା,୧୧।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ତାବଡ଼ା ଗ୍ରାମର ମହିଳା ଫୁଲ ବେହେରାଙ୍କୁ ସେହିଗ୍ରାମର ଜମ୍ବେଶ୍ୱର ନାୟକ, ଯତୀନ ନାୟକ ଓ ଚାନ୍ଦି ନାୟକ ଟାଙ୍ଗିଆରେ ଆକ୍ରମଣ କରିଥିବା ମଙ୍ଗଳବାର...

ତାଳଚେରରେ ବ୍ରଜକିଶୋର ୧୨୫୮୦ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୨୫୮୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

ବିଗିଡ଼ିଛି ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା

ଅନୁଗୋଳ ଅଫିସ/କଣିହଁା, ୨୩।୭ ଅନୁଗୋଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ପ୍ରତିଦିନ ଗରିବ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଜିଲା ମୁଖ୍ୟ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୯୮ ହଜାର ଲୁଟ୍‌

କଣିହାଁ,୫।୬(ଡି.ଏନ.ଏ.)-କଣିହାଁ ବ୍ଲକ ସମଲ ଥାନା ବୁଲାଝର ନିକଟରେ ସୋମବାର ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୯୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀଙ୍କୁ ଠକେଇ ଅଭିଯୋଗ : କମ୍‌ ମୂଲ୍ୟରେ କିଣାଯାଉଛି କ୍ଷୀର

ଛେଣ୍ଡିପଦା, ୧୬।୬(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ କ୍ଷୀର ଚାଷୀ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର କର୍ମଚାରୀ ମାପରେ...

ବୀର ପୁଅକୁ ଝୁରୁଛି ବଡ଼ସୁଅଁ।ଳ : ଶହୀଦ ଅଜିତ୍‌ଙ୍କୁ ଚାହିଁ ବସିଛନ୍ତି ସଭିଏଁ

କାମାକ୍ଷାନଗର, ୨୦।୬(ଡି.ଏନ୍‌.ଏ.) – ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଛନ୍ତି ଅଜିତ୍‌ ସାହୁ। ହଠାତ୍‌ ଏହି ଘଟଣାକୁ ବିଶ୍ୱାସ କରିପାରି ନ ଥିବା ସାଙ୍ଗସାଥୀ, ବନ୍ଧୁବାନ୍ଧବ,...

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଅଭିଯୁକ୍ତଙ୍କୁ ଧରିବା ଲାଗି ଗଠନ ହେଲା ୩ ଟିମ୍‌

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ ରବିବାର ନିଜ ଆଡ଼ୁ ବଳାତ୍କାର ଓ ହତ୍ୟା...

Leave a comment

Your email address will not be published. Required fields are marked *