ଏ-୧ ଗ୍ରେଡ୍‌ଧାରୀଙ୍କୁ ସମ୍ବର୍ଦ୍ଧନା:‘ବୌଦ୍ଧିକ ଜ୍ଞାନ ବିକଶିତ କର’

ଢେଙ୍କାନାଳ ଅଫିସ, ୪।୬

କଠିନ ପରିଶ୍ରମ, ନିଷ୍ଠା, ଅଧ୍ୟାବସାୟ ବିଦ୍ୟାର୍ଥୀ ଜୀବନର ମୂଳ ପୁଞ୍ଜି। ଦକ୍ଷତା ଏବଂ ବୌଦ୍ଧିକ ଜ୍ଞାନ ବିକଶିତ ହେଲେ ଛାତ୍ରୀଛାତ୍ରମାନେ ସଫଳ ମଣିଷ ହୋଇପାରିବେ। ଢେଙ୍କାନାଳ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିପାରିବ ବୋଲି କହିଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ମାଟ୍ରିକ୍‌ ପରୀକ୍ଷାରେ ଜିଲାରୁ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା କହିଥିଲେ। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୩୮ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସବୁକ୍ଷେତ୍ରରୁ ଉଦ୍ୟମ ହେଲେ ଜିଲା ଶିକ୍ଷାରେ ରାଜ୍ୟସ୍ତରରେ ପ୍ରଥମସ୍ଥାନ ହାସଲ କରିବ। ଏଥିରେ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହିଥିଲେ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିବା ଛାତ୍ରୀଛାତ୍ର ସମେତ ଶତପ୍ରତିଶତ ପାସ୍‌ ହାର ରଖିଥିବା କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗୁଣ୍ଡିଚାନାଳୀସ୍ଥିତ ସରକାରୀ ଅପଗ୍ରେଡେଡ୍‌ ହାଇସ୍କୁଲ ଏବଂ ଢେଙ୍କାନାଳ ସଦର ବ୍ଲକ ବାରଦାସ୍ଥିତ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବି.ବି. ହାଇସ୍କୁଲର ମେଧାବୀ ଛାତ୍ରୀ ବିଷ୍ଣୁପ୍ରିୟା ପଣ୍ଡା ନିଜର ଅନୁଭୂତି ବାଣ୍ଟିଥିଲେ।
ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡିଇଓଙ୍କ କାର୍ଯ୍ୟାଳୟର ବିଜ୍ଞାନ ସୁପରଭାଇଜର ସୁକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ସମାରୋହରେ ବିଇଓ ଅଜୟ ପାତ୍ର, ହରିହର ଦେହୁରୀ, ନିତ୍ୟାନନ୍ଦ ବାରିକ, ମିନତି ଦେହୁରୀଙ୍କ ସମେତ ବହୁ ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାରେ ପାସ୍‌ହାର ଥିଲା ୭୨.୦୨%। ୨୭୦ ହାଇସ୍କୁଲର ୧୬,୮୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିରୁ ୧୨,୦୦୩ ଜଣ ପାସ୍‌ କରିଥିଲେ।


All Right Reserved By Dharitri.Com

ବିନୋଦ ହ୍ୟୁଣ୍ଡାଇରେ ଭେନ୍ୟୁର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ କାଣ୍ଡସର ଠାରେ ଥିବା ବିନୋଦ ହ୍ୟୁଣ୍ଡାଇ ପରିସରରେ ହ୍ୟୁଣ୍ଡାଇର ନୂତନ ଯାନ ‘ଭେନ୍ୟୁ’ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଅନୁଗୋଳ...

ଖଟି ଖାଇବାରେ ମଜା ଅଲଗା

ଦହି ନେବ…ଦହି। ସ୍ନେହ ବୋଳା ଏହି ଦି ପଦ ଡାକ ଶୁଣିଲେ ଘରୁ ବାହାରି ଆସନ୍ତି ପିଲାଠାରୁ ବୟସ୍କ। ସକାଳୁ ସକାଳୁ ଲୋକଙ୍କ ଦୁଆର ମୁହଁକୁ...

ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ...

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ...

ଡମ୍ପିଂୟାର୍ଡ଼ ପ୍ରକଳ୍ପ ବୁଲିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୨।୬- ଅନୁଗୋଳ ସହରର ପ୍ରସ୍ତାବିତ ଡମ୍ପିଂୟାର୍ଡ଼ ସ୍ଥାନ କୁଶାସିଂହାକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଡମ୍ପିଂୟାର୍ଡ଼ ନିର୍ମାଣରେ କେଉଁଠି...

ଅନୁଗୋଳ ରକ୍ତଭଣ୍ଡାର ଖାଲି

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ଫାଙ୍କା ପଡ଼ିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍‌ର ରକ୍ତ ନାହିଁ। ଫଳରେ ମେଡିକାଲରୁ...

ଚୋରି ଉଦ୍ୟମ ବିଫଳ: ଯୁବକଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଫେରାର

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ନାଲ୍‌କୋ ଥାନା ଅନ୍ତର୍ଗତ ଏକ୍ସିସ୍‌ ବ୍ୟାଙ୍କ ପଛପଟେ ଏକ ଭଡାଘରେ ରହୁଥିବା ସିଦ୍ଧନାଥ ଗିରିଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ...

ପରଜଙ୍ଗରେ ନୃସିଂହ, କାମାକ୍ଷାନଗରରେ ପ୍ରଫୁଲ୍ଲ ବିଜୟୀ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ଆସନରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶତ୍ରୁଘ୍ନ ଜେନାଙ୍କୁ...

Leave a comment

Your email address will not be published. Required fields are marked *