Posted inଖେଳ

ଅଷ୍ଟ୍ରେଲିଆନ ଓପନ: ଚତୁର୍ଥ ରାଉଣ୍ଡରେ ନାଡାଲ, ଥିମ୍‌, ଓ୍ବାରିଙ୍କା

ମେଲବୋର୍ନ, ୨୬।୧(ଏଏଫ୍‌ପି)- ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲ ବର୍ଷ ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଜୟଯାତ୍ର ଜାରି ରଖିଛନ୍ତି। ଶନିବାର ଟୁର୍ନାମେଣ୍ଟର ଷଷ୍ଠ ଦିବସରେ ନାଡ଼ାଲ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୨୭ ତମ ସିଡ ଖେଳାଳି ସ୍ପେନର ପାବ୍ଲୋ କାରେନୋ ବୁଷ୍ଟାଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୩ ବର୍ଷୀୟ ନାଡାଲ ଏଥର ସଫଳ ହେଲେ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଅଭିଜ୍ଞ ତଥା ସିନିୟର ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହେବେ। ଏବେ ସେ ୨୩ତମ ସିଡ ଅଷ୍ଟ୍ରେଲିଆର ନିକ୍‌ କିର୍ଗିୟସଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। କିର୍ଗିୟସ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ମାରାଥନ ୬-୨, ୭-୬, ୬-୭, ୬-୭, ୭-୬ ସେଟ୍‌ରେ ୧୬ତମ ସିଡ୍‌ ରୁଷିଆର କାରେନ ଖାଚାନୋଭଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୧୦ମ ସିଡ ଫ୍ରାନ୍ସର ଗାଏଲ ମନଫିଲ୍ସ ଓ ପଞ୍ଚମ ସିଡ୍‌ ଡୋମିନିକ୍‌ ଥିମ୍‌ ପରସ୍ପରକୁ ଭେଟିବେ। ମନ୍‌ଫିଲ୍ଡ ୭-୬. ୬-୪, ୬-୩ ସେଟ୍‌ରେ ଲାଟଭିଆ କ୍ୱାଲିଫାୟର ଏର୍ନେଷ୍ଟ ଗଲବିସ୍‌ଙ୍କୁ ଓ ଅଷ୍ଟ୍ରିଆର ଥିମ୍‌ ୬-୨, ୬-୪, ୭-୭, ୬-୪ ସେଟ୍‌ରେ ୨୯ତମ ସିଡ୍‌ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ହରାଇ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ସେହିପରି ଅନ୍ୟଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଚତୁର୍ଥ ସିଡ୍‌ ରୁଷିଆର ଡାନିଏଲ ମେଡଭେଡେଭ ଓ ୨୦୧୪ ଚାମ୍ପିୟନ ୧୫ତମ ସିଡ୍‌ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କା ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ମେଡଭେଡେଭ ୬-୪, ୬-୩, ୬-୨ ସେଟ୍‌ରେ ଆଲେକ୍ସେଇ ପପିରିନଙ୍କୁ ଓ ୧୯ତମ ସିଡ୍‌ ଜନ୍‌ ଇସ୍ନର ରିଟାୟାର୍ଡ ହର୍ଟ ହେବା କାରଣରୁ ଓ୍ବାରିଙ୍କା ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ସପ୍ତମ ସିଡ୍‌ ଜର୍ମାନୀର ଆଲେକଜାଣ୍ଡାର ଭେରେଭ ଓ ୧୭ତମ ସିଡ୍‌ ଆନ୍ଦ୍ରେ ରୁବ୍ଲେଭ ଚତୁର୍ଥ ରାଉଣ୍ଡରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ରୁବ୍ଲେଭ ୨-୬, ୭-୬, ୬-୪, ୭-୬ ସେଟ୍‌ରେ ୧୧ତମ ସିଡ ଡେଭିଡ ଗଫିନ୍‌ ଓ ଭେରେଭ ୬-୨,୬-୨,୬-୪ ସେଟ୍‌ରେ ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ...

୧୯ ବର୍ଷରୁ କମ୍‌ କ୍ରିକେଟ: ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଭାରତ ସିରିଜ ବିଜୟୀ

ଇଷ୍ଟ ଲଣ୍ଡନ, ୨୮ା୧୨ (ପି.ଟି.)- ସ୍ଥାନୀୟ ବଫାଲୋ ପାର୍କଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଯୁବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଯଶସ୍ବୀ ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ...

‘ଅବସର ନେଇ ଏବେ ଧୋନୀଙ୍କର ଯୋଜନା ନାହିଁ’

ନୂଆଦିଲ୍ଲୀ,୨୦।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କର ଏବେ ଅବସର ନେଇ କୌଣସି ଯୋଜନା ନାହିଁ। ଏ ସଂକ୍ରାନ୍ତରେ...

ଘରେ କାମ କରୁଥିବା ଯାଜପୁର ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ଗମ୍ଭୀର

ନୂଆଦିଲ୍ଲୀ,୨୪। ୪(ପି.ଟି.): ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ତାଙ୍କ ଘରେ କାମ କରୁଥିବେ ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ୪୯...

୨୦୨୦ ପରେ ପେସ୍‌ ଅବସର ନେବେ

ନୂଆଦିଲ୍ଲୀ,୨୬।୧୨(ପି.ଟି.)- ଭାରତୀୟ ଟେନିସ ଆଇକନ୍‌ ଲିଆଣ୍ଡର ପେସ୍‌ ୨୦୨୦ ପରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବ ତାଙ୍କ ଗୌରବମୟ କ୍ୟାରିୟରର ଶେଷ...

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି...

ଜାପାନ ଓପନ: ଶେଷ ହେଲା ଭାରତର ଅଭିଯାନ

ଟୋକିଓ,୨୭।୭(ପି.ଟି.)- ଚଳିତ ଜାପାନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଇଭେଣ୍ଟର ସେମିଫାଇନାଲରେ...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

Leave a comment

Your email address will not be published. Required fields are marked *