କାରରୁ ଓହ୍ଲାଇ କୋଷ୍ଠରୋଗୀଙ୍କୁ ରାସ୍ତା ପାର କରାଇଲେ ଡାକ୍ତର: ଛୁଇଁଲେ କୁଷ୍ଠରୋଗ ବ୍ୟାପେ ନାହିଁ

ଚିପିଲିମା, ୪।୬ (ସ୍ବ.ପ୍ର.)କୁଷ୍ଠରୋଗୀମାନଙ୍କ ପ୍ରତି ଆମମାନଙ୍କ ଭିତରେ ଏବେ ବି ଘୃଣାଭାବ ରହିଛି। ସେମାନଙ୍କୁ ଛୁଇଁଲେ କୁଷ୍ଠରୋଗ ବ୍ୟାପେ ବୋଲି ଆମମାନଙ୍କ ଭୁଲ୍‌ ଧାରଣା ମଧ୍ୟ ରହିଛି। କୌଣସି ବ୍ୟକ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ନିଜ ପରିବାର ଲୋକଙ୍କ ଦ୍ୱାରା ହିଁ ଉପେକ୍ଷିତ ହେଉଛନ୍ତି। ସେମାନଙ୍କୁ ଘରୁ ବାହାର କରି ଦିଆ ଯାଉଛି। ଏଣୁ ବାଧ୍ୟ ହୋଇ ସେମାନେ କୁଷ୍ଠ ରୋଗୀ କଲୋନୀ ନାହିଁ ତ ଗାଁ ବାହାରେ ରହୁଛନ୍ତି। ଏଣୁ ଆମକୁ ଏଭଳି ବିଚାରଧାରାରୁ ମୁକୁଳିବାକୁ ପଡିବ। କୁଷ୍ଠରୋଗୀଙ୍କୁ ଘୃଣା ନ କରି ଭଲ ପାଇବାକୁ ହେବ। ଘରେ ରଖି ସେମାନଙ୍କୁ ଚିକିତ୍ସା କଲେ ଓ ନିୟମିତ ଔଷଧ ଦେଲେ ଏହା ଭଲ ହୋଇଯିବ। ଆମକୁ ଏହା ମନେ ରଖିବାକୁ ହେବ ଯେ, କୁଷ୍ଠରୋଗୀଙ୍କୁ ଛୁଇଁଲେ ଆଦୌ ଏହି ରୋଗ ଅନ୍ୟକୁ ବ୍ୟାପେ ନାହିଁ। ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲ (ଭିମ୍‌ସାର)ର ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏହି ବାର୍ତ୍ତା ଦେଇଛନ୍ତି। ସୋମବାର ସକାଳେ ସେ କାର ଚଳାଇ ଯାଉଥିବାବେଳେ ଜଣେ କୁଷ୍ଠରୋଗୀ ରାସ୍ତା ପାର ହୋଇ କୁଷ୍ଠ କଲୋନୀ ଭିତରେ ଥିବା କୁଡିଆକୁ ଯିବାକୁ ଚେଷ୍ଟା କରୁଥିଲେ। ହେଲେ ଗାଡିମୋଟରର କ୍ଷୀପ୍ର ଗତି ଯୋଗୁ ଆଗପଛ ହୋଇ ରହି ଯାଉଥିଲେ। କିଛି ସମୟ ଧରି ଏହା ଦେଖିବା ପରେ ରାସ୍ତାକଡକୁ ଡାକ୍ତର ରାମଚନ୍ଦାନୀ ନିଜ କାର ସାଇଡ୍‌ କରିଥିଲେ। କାରରୁ ଓହ୍ଲାଇ କୁଷ୍ଠରୋଗରେ ଆକ୍ରାନ୍ତ ବୃଦ୍ଧ ଜଣଙ୍କ ପାଖକୁ ଯାଇଥିଲେ। ‘ମଉସା କୁଆଡେ ଯିବ’ ବୋଲି ପଚାରିବାରୁ ବୃଦ୍ଧ ଜଣକ କହିଥିଲେ ‘ବାପା ରାସ୍ତା ସେପଟେ ଦିଶୁଥିବା ମୋ କୁଡିଆକୁ ଯିବି। ହେଲେ ଗାଡିମୋଟର ଧାଁ ଦଉଡ କରୁଥିବାରୁ କେତେବେଳୁ ଏମିତି ଆଗପଛ ହୋଇ ଭୟରେ ରହି ଯାଉଛି’। ଏହା ଶୁଣି ତତ୍‌କ୍ଷଣାତ ଡାକ୍ତର ତାଙ୍କୁ କୋଳେଇ ଧରି ରାସ୍ତା ଆରପଟେ ଥିବା କୁଡିଆରେ ଛାଡିଥିଲେ। ‘ଆସୁଛି’ ବୋଲି କହିବା ବେଳେ ବୃଦ୍ଧ ଜଣଙ୍କ ଡାକ୍ତରଙ୍କୁ ଧନ୍ୟବାଦ ତ ଦେଲେ ହେଲେ ନାଁ, ଗାଁ ପଚାରିବାକୁ ଭୁଲି ନ ଥିଲେ। ଡାକ୍ତର ନିଜ ପରିଚୟ ବି ଦେଲେ। ଏହା ଜାଣିବା ପରେ ବୃଦ୍ଧ ଜଣକ କହିଲେ ‘ବାପା ସତରେ କ’ଣ ତମ ଭଳି ଯୁବକ ବା ଡାକ୍ତର ଏ ସମାଜରେ ଅଛନ୍ତି ଯିଏ କୁଷ୍ଠରୋଗୀକୁ ଛୁଇଁ ପାରୁଛି। ଆମେ ତ ସମାଜରେ ଘୃଣାର ପାତ୍ର।’ ଏହା ଶୁଣି ହସିଦେଇ ଡାକ୍ତର ରାସ୍ତା ପାର ହେଲେ ଆଉ ନିଜ କାର ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହୋରିଗଲେ। ତେବେ ଡାକ୍ତର କୁଷ୍ଠରୋଗୀଙ୍କୁ କୋଳେଇ ରାସ୍ତା ପାର କରିବା ଦୃଶ୍ୟ ସେଠାରେ ଥିବା ଅନ୍ୟ ଜଣେ ନିଜ ମୋବାଲରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଏବେ ଭାଇରାଲ ହେବା ସହ ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଏ ନେଇ ଡାକ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମମାନଙ୍କ ଭଳି ସେମାନେ ବି ତ ମଣିଷ ନା। ସମାଜରେ ସମ୍ମାନର ବଞ୍ଚିବା ସେମାନଙ୍କର ଅଧିକାର ଅଛି। ଆମେ ରୋଗକୁ ଘୃଣା କରିବା ହେଲେ ରୋଗୀଙ୍କୁ ନୁହେଁ। ଶିକ୍ଷିତ ସମାଜ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ପୋଲିସ ଇନ୍‌ଫର୍ମର ସନ୍ଦେହରେ ପୁଣି ହତ୍ୟା: ୧୨ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ଦ୍ୱିତୀୟ ନରସଂହାର

ଲାଞ୍ଜିଗଡ,୨୨।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା...

ହୀରାକୁଦର ୫ଟି ଗେଟ୍‌ ବନ୍ଦ

ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା...

ବନବିଭାଗ ଚଢ଼ାଉ : କାଠ ସାମଗ୍ରୀ, ଯନ୍ତ୍ରପାତି ଜବତ

ଲାଠୋର, ୮ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଉପରେ ବନବିଭାଗ ଶନିବାର ଚଢ଼ାଉ କରିଥିଲା। ଚଢାଉ ବେଳେ...

ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୬।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିତ୍ସା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିତ୍ସାଳୟ, ବ୍ଲକମାନକେ...

ସମ୍ବଲପୁର ଲୋକ ମହୋତ୍ସବ ଉଦ୍‌ଘାଟିତ

ସମ୍ବଲପୁର,୫।୧(ବ୍ୟୁରୋ): ଆମର୍‌ ସଂସ୍କୃତି ଆରମ୍‌ ଟେକ୍‌ ଅଟେ । ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଲେ, ଜାତିର ସମ୍ମାନ ବୃଦ୍ଧି ହୋଇଥାଏ। ତେଣୁ ପ୍ରତ୍ୟେକସ୍ତରରୁ ଲୋକ ସଂସ୍କୃତିକୁ...

ରାଜେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, ୨୪।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାର...

ସମସିଆରେ ଦିବ୍ୟାଙ୍ଗ ପରିବାର: ରିପୋର୍ଟ ତଲବ କଲା ମୁଖ୍ୟମନ୍ତ୍ରୀ ଅଫିସ

ଲାଠୋର, ୧୧ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଅଧିନ ବାଞ୍ଜିପାଲି ଗଁାର ସୁରେନ୍ଦ୍ର ତାଣ୍ଡି। ଭିନ୍ନକ୍ଷମ ସୁରେନ୍ଦ୍ର ଝନେ ସ୍ନାତକ। ଘରେ ରୁଗୀଆ ମା’ ସଂଗେ...

୧୪ ବର୍ଷର ବାଳିକା ୮ ମାସର ଗର୍ଭବତୀ: ୬୦ ବର୍ଷର ବ୍ୟକ୍ତି କୋର୍ଟ ଚାଲାଣ

ଜୁନାଗଡ଼,୧।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ୧୪ ବର୍ଷର ବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ...

Leave a comment

Your email address will not be published. Required fields are marked *