‘କରୋନା’ ଭାଇରସ୍‌ ପାଇଁ ଆଡ୍‌ଭାଇଜରି: ୪ ମେଡିକାଲରେ ଖୋଲିବ ସ୍ବତନ୍ତ୍ର ଓ୍ବାର୍ଡ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ)/ କଟକ ଅଫିସ : ‘କରୋନା’ ଭାଇରସ୍‌ ପାଇଁ ଶନିବାର ରାଜ୍ୟ ସରକାର ଆଡ୍‌ଭାଇଜରି ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସ୍ପିଟାଲଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ କଟକ ଏସ୍‌ସିବି, ବୁର୍ଲା, ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ସମେତ ପାରାଦୀପ ବନ୍ଦର ଏବଂ ରେଲ୍‌ୱେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ବିଶେଷକରି ବିଦେଶରୁ ଆସୁଥିବା ଘାତକ ‘କରୋନା’ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ‘କରୋନା’କୁ ନେଇ ଶନିବାର ଭୁବନେଶ୍ୱରସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ବାସ୍ଥ୍ୟ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଯୋଗଦେଇଥିଲେ। ବରିଷ୍ଠ ମେଡିସିନ ପ୍ରଫେସର ତଥା ଡିଏମ୍‌ଇଟି ଡା. ସିବିକେ ମହାନ୍ତିଙ୍କ କହିବାନୁଯାୟୀ, ଏହା ଏକ ସାଧାରଣ ଥଣ୍ଡାଜନିତ ରୋଗ। ମାତ୍ର ଏବେ ଏହା ଗୁଣସୂତ୍ରରେ ପରିବର୍ତ୍ତନ ଆଣିବା ଫଳରେ ଅଧିକ ଉଗ୍ରରୂପ ଧାରଣ କରିଛି। ଏଥିପୂର୍ବରୁ ୨୦୦୨, ୨୦୧୩ ଓ ୨୦୧୫ରେ ଏହି ରୋଗ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିଲା। ଭାରତର ବମ୍ବେ, କେରଳ ଓ ହାଇଦ୍ରାବାଦରେ କରୋନା ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି। ମାତ୍ର ଏଥିପ୍ରତି ଭୟଭୀତ ହେବାର କୌଣସି କାରଣ ନାହିଁ। ସରକାର ଏଥିପ୍ରତି ସଚେତନ ଥିବା ଡାକ୍ତର ମହାନ୍ତି କହିଛନ୍ତି।


All Right Reserved By Dharitri.Com

ଲୁଟେରା ଗ୍ୟାଙ୍ଗ୍‌ଠାବ: ୬ ଗିରଫ

କଟକ ଅଫିସ, ୧୧।୭: ସିଡିଏ ଫେଜ-୨ ପୋଲିସ ବୁଧବାର ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏଥିସହ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।...

ଆପ୍ରେଣ୍ଟିସ୍‌ଶିପ୍‌ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍‌ଶିପ୍‌ ବା ଶିକ୍ଷାନବିସ୍‌୍‌ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍‌ଶିପ୍‌ ସଂସ୍ଥା ପଞ୍ଜୀକୃତ...

ମହାପ୍ରଭୁଙ୍କୁ ଦର୍ଶନ କଲେ ନେପାଳ ରାଜଗୁରୁ

ପୁରୀ ଅଫିସ, ୩୧ା୭: ନେପାଳର ରାଜଗୁରୁ ତଥା ବୌଦ୍ଧିକ ସାଧକ ଅର୍ଜୁନ ପ୍ରସାଦ ବାସ୍ତୋଲା ବୁଧବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟାରେ ବାସ୍ତୋଲା...

ଭୁବନେଶ୍ୱରକୁ ନୂଆ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ପ୍ରଥମେ ଏୟାର ଇଣ୍ଡିଆ ଓ ପରେ ଏୟାର ଏସିଆ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ପ୍ରତ୍ୟାହାର କରିସାରିଲେଣି। ହେଲେ ଏବେ...

କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର...

ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର

ଦିଗପହଣ୍ଡି,୭ା୩(ଡି.ଏନ.ଏ.) ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର...

ଖୁବ୍‌ଶୀଘ୍ର କଳାହାଣ୍ଡିରେ କୋଭିଡ ହସ୍ପିଟାଲ: ଦିନିକିଆ ଗସ୍ତରେ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର

ଭବାନୀପାଟଣା/ଧର୍ମଗଡ,୧୫।୪(ଡି.ଏନ୍‌.ଏ.): ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆସି ଭବାନିପାଟଣାଠାରେ ହେବାକୁ ଥିବା କୋଭିଡ...

୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’: ଅଂଶଗ୍ରହଣ କରିବେ ୩ ହଜାର ଶିକ୍ଷାର୍ଥୀ

ଭୁବନେଶ୍ୱର, ୧୨।୧୧:(ବ୍ୟୁରୋ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ଆରମ୍ଭ ହେବ। ତିନିଦିନ ବ୍ୟାପୀ ଏହି...

Leave a comment

Your email address will not be published. Required fields are marked *