ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି ସବୁର ରକ୍ଷଣାବେକ୍ଷଣ ତଥା ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ବିଭିନ୍ନ ସଙ୍ଗଠନ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଜିଲାରେ ନ ରହି ଭୁବନେଶ୍ୱରେ ରହିଛି। ଫଳରେ ଜିଲାର ଆବଶ୍ୟକତା ଓ ବାସ୍ତବତା କେହି ବୁଝି ପାରୁନାହାନ୍ତି। ପର୍ଯ୍ୟଟନ ଅଧିକାରୀ ଭୁବନେଶ୍ୱରରେ ରହି ମୟୂରଭଞ୍ଜ ଜିଲା ପାଇଁ କାମ କରୁଛନ୍ତି। କେଉଁ କାରଣରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏପରି ପଦକ୍ଷେପ ନେଇଛନ୍ତି ତାହା ବୁଝାପଡୁ ନାହିଁ। ଅନ୍ୟପକ୍ଷେ ଜିଲାରେ କୌଣସି ଶିଳ୍ପ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବେକାର ରହିଛନ୍ତି। ଏପରି ସ୍ଥିତିରେ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ଥିବାରୁ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ବିଭିନ୍ନ ସଙ୍ଗଠନ ଦାବି କରି ଆସୁଛନ୍ତି। କାରଣ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲାର ବେକାର ଯୁବତୀଯୁବକମାନେ ନିଯୁକ୍ତି ପାଇପାରିବେ। ସବୁଠୁ ବଡ କଥା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଉଥିବା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଜିଲାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇନାହିଁ। ଶିମିଳିପାଳ ଅଭୟାରଣ୍ୟକୁ ବିଭିନ୍ନ ରାଜ୍ୟ ସମେତ ବିଦେଶୀ ପର୍ଯ୍ୟଟକମାନେ ପ୍ରତିବର୍ଷ ଆସୁଛନ୍ତି। ଏନେଇ ସରକାରୀ ରେକର୍ଡ ମଧ୍ୟ ରହୁଛି। ଏହି ଜିଲାର ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପଦକ୍ଷେପ ନେଲେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ମୟୂରଭଞ୍ଜ ଜିଲାର ସ୍ଥାନ ସ୍ବତନ୍ତ୍ର ହୋଇ ପାରିବ। ବେକାର ଯୁବତୀଯୁବକମାନେ ଏହି କ୍ଷେତ୍ରରେ ସହଜରେ ନିଯୁକ୍ତି ପାଇବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

– ରବି ନାରାୟଣ ଚଲାନ


All Right Reserved By Dharitri.Com

ନିଶାରେ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା: ବହିଷ୍କାର ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ଯାଜପୁର ଅଫିସ,୭।୧୨: ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବା ଘଟଣାରେ ଗଣଶିକ୍ଷକ ମକରନ୍ଦ ମହାନ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା...

ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟ୍‌: ସୁନାରୂପା ଗହଣା ସହ ୧୮ ହଜାର ନେଇଗଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଭଣ୍ଡାରିପୋଖରୀ,୨୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ବାରିକପୁର ବଜାର ରାସ୍ତାରେ ଜଣେ...

ଏସ୍‌ଓଜି ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡରି ରିର୍ଜଭ ଫରେଷ୍ଟରେ ବୁଧବାର ସନ୍ଧ୍ୟା ୬ଟାରେ ଏସ୍‌ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ...

ଜନ ଶୁଣାଣିରେ ୧୯୧ ଅଭିଯୋଗ

ପରଜଙ୍ଗ,୧୪।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ୍‌ ୧୯୧ ଅଭିଯୋଗ...

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ: ରାଶନ କାର୍ଡ ତାଲିକାରୁ ବଞ୍ଚିତ ବୃଦ୍ଧ

ନୂଆଗାଁ,୪ା୭(ଡି.ଏନ୍‌.ଏ.): ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି।...

ବିପର୍ଯ୍ୟସ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ : ଭଡ଼ା ଅର୍ଥ କିଏ ନେଉଛି ଜଣାନାହିଁ

ନାଉଗାଁ,୨ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ପଞ୍ଚାୟତର ଛକ ଜାଗା, ବଜାର ଆଦି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି।...

ଜାନୁୟାରୀରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଜାନୁୟାରୀ ପହିଲାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ। ୩ ମାସ ଅବଧି ପରେ ଏହି ନିୟମକୁ ଆହୁରି କଠୋର ଭାବେ ଲାଗୁ କରାଯିବ।...

ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା, ୧୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ...

Leave a comment

Your email address will not be published. Required fields are marked *