ଭୋଗରାଇ ନାବାଳିକା ଜଗତ୍‌ସିଂହପୁରରୁ ଉଦ୍ଧାର

ଭୋଗରାଇ, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ଗ୍ରାମର ବିଜୟ କୁମାର ଦେ ନାମକ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ତାଙ୍କ ବାପା ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ଅପହରଣକାରୀଙ୍କ ବିରୋଧରେ ଏକ ମାମଲା (ନଂ. ୧୦/୨୦) ରୁଜୁ କରାଯାଇ ନାବାଳିକାଙ୍କୁ ଉଦ୍ଧାର ପାଇଁ ତଲାସୀ କରାଯାଇଥିଲା। ଅପହରଣକାରୀ ଯୁବକଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରି ଭୋଗରାଇ ପୋଲିସ ସଦଳବଳେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ଯୁବକଙ୍କ ସାଙ୍ଗ ଘରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅପହର୍ତ୍ତାଙ୍କୁ ଗିରଫ କରି ଶନିବାର ଭୋଗରାଇ ଥାନାରେ ହାଜର କରିଥିଲେ। ନାବାଳିକା ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ଶନିବାର ବାଲେଶ୍ୱର ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅପହରଣକାରୀ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ଯୁବକଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


All Right Reserved By Dharitri.Com

ବାରଣ୍ଡାରେ ମଧ୍ୟାହ୍ନଭୋଜନ ରୋଷେଇ

ବନ୍ତ, ୬।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ଅଧିକାଂଶ ସ୍କୁଲରେ ରୋଷେଇ ଘର ନ ଥିବାବେଳେ ଆଉ କେତେକ ସ୍କୁଲରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ...

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା : ଘର ନ ଥାଇ ହୋଇଛି ୧୫ରୁ ଊର୍ଦ୍ଧ୍ୱ ମିଥ୍ୟା ବିଲ୍‌

ଗୋପ,୧୧।୧୦(ଡି.ଏନ୍‌.ଏ.) : ଆବାସ ଯୋଜନାରେ ଗୋପ ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବ୍ଲକ୍‌ରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଚାକିରିରୁ ବହିଷ୍କୃତ ହୋଇଥିବାବେଳେ ଆଉ ଜଣେ...

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍‌ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ

କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍‌ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ...

ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି,...

ରେଳଷ୍ଟେଶନ ପରିସରରୁ ଜବରଦଖଲ ଉଚ୍ଛେଦ

ବେତନଟୀ,୧୦ା୧୨(ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ପରିସରରେ ଦୀର୍ଘ ବର୍ଷ ଧରି ଦୋକାନ ବଜାର ଓ ଡ଼େଲି ପରିବା ମାର୍କେଟ ଗଢି ଉଠିଥିବାବେଳେ ସୋମବାର ଏହାକୁ ଉଚ୍ଛେଦ କରାଯାଇଛି।...

୫-ଟି ପ୍ରଭାବ:ମାଲକାନଗିରି ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ନିଲମ୍ବିତ

ମାଲକାନଗିରି,୯।୧ (ଡି.ଏନ୍‌.ଏ.)- ବୁଧବାର ମାଲକାନଗିରି ଜିଲାରେ ୫-ଟିର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ସଦର ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବିପୁଳା ସରଦାରଙ୍କୁ ସରକାର...

ଇସ୍ରୋ ଯିବେ ନବୋଦୟ ଛାତ୍ରୀ

ବନ୍ତଳା, ୧୩।୩(ଡି.ଏନ୍‌.ଏ)- ଅନୁଗୋଳ ସ୍ଥିତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମନସ୍ବିନୀ ସାହୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା...

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା...

Leave a comment

Your email address will not be published. Required fields are marked *