୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଞ୍ଛାବଣିଆ ଗ୍ରାମର ସାମେଶ୍ୱର ରାଉତ, ଆଙ୍କୋ ଗ୍ରାମର ସୁଜିତ ବେହେରା, ରମାକାନ୍ତ ବେହେରା ଓ ଜୟନ୍ତ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମେଶ୍ୱର ରାଉତଙ୍କୁ ସୁଜିତ, ରାମକୃଷ୍ଣ ଓ ଜୟନ୍ତ ମିଳିତ ଭାବେ ଶୁକ୍ରବାର ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ମାମଲା (ନଂ. ୭/୨୦) ରୁଜୁ ହୋଇଛି। ଅପରପକ୍ଷେ ଜୟନ୍ତ ବେହେରାଙ୍କୁ ପ୍ରତିପକ୍ଷ ସାମେଶ୍ୱର ବେହେରା ଆକ୍ରମଣ କରିଥିବା ଅଭିଯୋଗ ମୁତାବକ ଅନ୍ୟ ଏକ ମାମଲା (ନଂ. ୮/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ତଦନ୍ତ ଅଧିକାରୀ ଏଏସ୍‌ଆଇ ହେମନ୍ତ କୁମାର ଦେବ ରାତିରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।


All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଚିନ୍ତାରେ ଚାଷୀ: ଧାନ ପାଇଁ ପବନ, ପରିବାକୁ ବର୍ଷା ବିପଦ

ଜଗତ୍‌ସିଂହପୁର ଅଫିସ,୬ା୧୧: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ଜିଲାବାସୀଙ୍କ ମେରୁଦଣ୍ଡ ବଙ୍କା କରିସାରିଲାଣି।...

କୂଅରେ ପଡି ବାର୍‌ହା ମୃତ

ଛେଣ୍ଡିପଦା,୧୭।୯(ସ୍ବ.ପ୍ର)-ଛେଣ୍ଡିପଦା ଥାନା ଜରପଡା ବନାଞ୍ଚଳ ବସନ୍ତପୁର ଗ୍ରାମରେ ଥିବା ଏକ ଖୋଲା କୂଅରେ ଏକ ବାରହା ଖସିପଡ଼ି ମଙ୍ଗଳବାର ମୃତ୍ୟୁବରଣ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ,...

ଏରସମା ଫାଶୀଦଣ୍ଡ ମାମଲା:୨୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଫାଶୀଦଣ୍ଡ ପାଇଥିବା କାଳିଆ ମାନା ମାମଲା ଉପରେ...

ଇଦ୍‌-ଉଲ୍‌-ଜୁହା ପାଇଁ ସହର ଉତ୍ସବମୁଖର

ଭଦ୍ରକ ଅଫିସ, ୧୨।୮- ସୋମବାର ଇଦ୍‌-ଉଲ୍‌-ଜୁହା ପର୍ବ। ଏଥିପାଇଁ ଭଦ୍ରକ ସହରରେ ଥିବା ବିଭିନ୍ନ ମସ୍‌ଜିଦ, ସମୂହ ନମାଜ ପାଠ ହେବାକୁ ଥିବା କଦମବେଡା ଇଦ୍‌ଗାହା...

ପ୍ରସୂତିଙ୍କୁ ମିଳିଲା ବିରଳ ବମ୍ବେ ଗ୍ରୁପ୍‌ ରକ୍ତ

ଅନୁଗୋଳ ଅଫିସ, ୨୨।୧- ଅନୁଗୋଳ ବଇଣ୍ଡା ଅଞ୍ଚଳର ଜଣେ ପ୍ରସୂତି ମହିଳାଙ୍କୁ ମିଳିଛି ବିରଳ ବମ୍ବେ ଗ୍ରୁପ୍‌ ବା ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ।...

ବାଂଶଡ଼ା ସେତୁ ଲାଗି କଂଗ୍ରେସର ଆନ୍ଦୋଳନ: ଭଦ୍ରକ-ଧାମରା ରେଳଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମନ୍ତେଈ ନଦୀ ଉପରେ ନିର୍ମାାଣାଧୀନ ବାଂଶଡ଼ା ସେତୁ ଦୀର୍ଘଦିନ ହେବ ଅଧାପନ୍ତରିଆ ହୋଇ ପଡ଼ିରହିଛି । ୨୦୧୩ ମସିହାରେ...

ସ୍ବାମୀ ନିଖୋଜ: ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ, ୨ ଅଟକ

ଖୋର୍ଦ୍ଧା ଅଫିସ,୧୬।୧୦: ବାଣପୁର ଥାନା ପଦନପୁର ଗାଁରେ ସୁଶାନ୍ତ ନାୟକ(୩୫) ମଙ୍ଗଳବାର ରାତିରୁ ନିଖୋଜ ଅଛନ୍ତି। ତାଙ୍କ ସ୍ତ୍ରୀ ଥାନାରେ ପହଞ୍ଚି ସ୍ବାମୀକୁ ହତ୍ୟା କରାଯାଇ...

ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ। ପିଲାମାନେ  ପାଠ୍‌...

Leave a comment

Your email address will not be published. Required fields are marked *