୧୬ ବର୍ଷ ଧରି କୌଣସି ଚିଠି ନ ବାଣ୍ଟି ଘରେ ଲୁଚାଇ ରଖିଲେ ପୋଷ୍ଟମ୍ୟାନ

ଟୋକିଓ,୨୫।୧: ଜାପାନରେ ଜଣେ ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ପୋଷ୍ଟମ୍ୟାନ୍‌ ୨୪ ହଜାରରୁ ଅଧିକ ଚିଠି ନ ବାଣ୍ଟି ପକାଇ ରହିଥିଲେ। ଏନେଇ ଜଣାପଡ଼ିବା ପରେ ପୋଷ୍ଟାଲ ଅଧିକାରୀ ଲୋକଙ୍କୁ କ୍ଷମା ମାଗିଛନ୍ତି। ସ୍ଥାନୀୟ ୟୋକୋହାମାରେ ଏଭଳି ଘଟଣା ଘଟିଛି। ୨୦୦୩ଠାରୁ ଗତ ୧୬ ବର୍ଷ ଧରି ମୁଖ୍ୟ ପୋଷ୍ଟମ୍ୟାନ୍‌ ଥିବା ଏହି ବ୍ୟକ୍ତି ଜଣକ କୌଣସି ଚିଠି ବାଣ୍ଟି ନ ଥିଲେ। ଏହାପରେ ଯାଞ୍ଚ୍‌ ହେବାରୁ ତାଙ୍କ ଘରୁ ଚିଠିଗୁଡ଼ିକ ମିଳିଥିଲା। ଚିଠି ମିଳୁ ନ ଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଜୁନିୟରମାନଙ୍କୁ ହଇରାଣ କରିବା ଲାଗି ସେ ଏପରି କରିଥିବା କୁହାଯାଉଛି। ସେ ଦୋଷୀ ସାବ୍ୟସ୍ତ ହେଲେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହିତ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

କିମ୍‌ ଜୋଙ୍ଗ ଉନ୍‌ ଏବେ କେଉଁଠି: ଉତ୍ତରକୋରିଆର ୬ ନେତା ମଧ୍ୟ ଏଭଳି ହୋଇଥିଲେ ନିଖୋଜ

ଓ୍ବାଶିଂଟନ/ସିଓଲ,୨୯।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଏଭଳି ପ୍ରଥମ ଥର ନୁହେଁ ଯେ,...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ଆମେରିକାରେ ୪ ଲକ୍ଷ ଉପରେ ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୯।୪: ବିଶ୍ୱ ଏବେ କରୋନା କବଳିତ। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିଲେ ବି ଏଭଳି ଯମଯନ୍ତ୍ରଣାରୁ ମୁକୁଳିବା ଲାଗି ଅଣ୍ଟା...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ସରକାରୀ ବୈଠକରେ ଜଙ୍କ୍‌ଫୁଡ୍‌ ମନା : ମୁଢ଼ି,ଫଳ ଖାଇବେ ଅଧିକାରୀ ଓ ମନ୍ତ୍ରୀ

ସରକାରୀ ବୈଠକରେ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ଜଙ୍କ୍‌ଫୁଡ୍‌ ଖାଇବେ ନାହିଁ ବୋଲି ବିହାର ସରକାର ତଥା ନୀତିଶ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।...

ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…

କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍‌ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ...

ଏମିତି ଝରଣା ନିକଟକୁ ଯିବା ପାଇଁ ଲାଗିଥାଏ ଡର

ବ୍ୟସ୍ତବହୁଳ ଜୀବନରୁ ଟିକେ ଶାନ୍ତି ତଥା କିଛି ସମୟ ଖୁସିରେ କାଟିବା ପାଇଁ ମନ ଚାହେଁ କେଉଁଆଡ଼େ ଟିକେ ବୁଲିଯିବାକୁ। ସାଧାରଣତଃ ଝରଣା ଦେଖିବାକୁ କିଏ...

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ମିନାଟିଟଲାନ୍‌,୨୧ା୪(ଏଏଫ୍‌ପି): ମେକ୍ସିକୋର ଭେରାକ୍ରୁଜ୍‌ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସାଧାରଣ ନିରାପତ୍ତା ସେକ୍ରେଟେରିଏଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁକଧାରୀମାନେ ମିନାଟିଟଲାନ୍‌ସ୍ଥିତ...

Leave a comment

Your email address will not be published. Required fields are marked *