ହନୁମତିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ତଳମୁଣ୍ଡକୁ ପାଣି ଆସୁନି, ଚାଷୀ ହନ୍ତସନ୍ତ

ତେଲକୋଇ, ୨୫ା୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ହନୁମତିଆ କ୍ଷୁଦ୍ର ଜଳ ସେଚନ (ଡିମିରିଆ)ପ୍ରକଳ୍ପରୁ ତଳ ମୁଣ୍ଡକୁ ଜଳ ଯୋଗାଣ ହୋଇପାରୁନାହିଁ । ଏଥିଯୋଗୁ ସୂର୍ଯ୍ୟମୁଖି, ଆକୁଳ ମକା, ଶୋରିସ ଓ ଚିନାବାଦାମ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ମଧ୍ୟରେ ପାଣି ପମ୍ପ ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ପାଣି ଯୋଗାଣ ପାଇଁ ପାଣିପକ୍ଷ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ରବି ଫସଲ ନଷ୍ଟ ହେଉଥିବା ନେଇ ଶୁକ୍ରବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି କ୍ଷୁଦ୍ର ଜଳସେଚନ ମାଧ୍ୟମରେ ରବି ଫସଲ ପାଇଁ ଡିମିରିଆ ଜଟ ଓ ହାଲପୋଡି ଚାଷୀମାନଙ୍କର ଆବଶ୍ୟକ ଜଳସେଚନ କରା ନ ଗଲେ ରବି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବା ନେଇ ସେମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି। ପର୍ଯ୍ୟାପ୍ତ ପାଣି ହନୁମତିଆ ଜଳ ପ୍ରକଳ୍ପରେ ରହିଥିବା ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଣ ହୋଇପାରୁ ନ ଥିବା ହାଲପୋଡି ଗ୍ରାମର ଚାଷୀ ଡିଲେଶ୍ୱର କହିଛନ୍ତି। ସେହିପରି ଏହି ଜଳ ପ୍ରକଳ୍ପରୁ ୩ହଜାର ଚାଷୀ କ୍ଷତି ହେବା ଆଶଙ୍କା କରିଛନ୍ତି । ଏ ସମ୍ବନ୍ଧରେ ଜଳସେଚନ ବିଭାଗର ଏସ୍‌ଡିଓ ଡି. ସୁଧାକରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ଚାଷୀଙ୍କ ରବି ଫସଲ ପାଇଁ ଜଳଯୋଗାଣ ହୋଇପାରିବ ।


All Right Reserved By Dharitri.Com

ଟ୍ରେଣ୍ଡି ଟ୍ରେଡ୍‌ ଫେୟାର

ପର୍ଯ୍ୟଟନ ଋତୁ। ଶୀତର ଆଗମନ। ଠିକ୍‌ ଏହି ସମୟରେ ଆରମ୍ଭ ହୋଇଯାଇଛି ରାଜଧାନୀରେ ଟ୍ରେଡ୍‌ ଫେୟାର। ଜମିଛି ବ୍ୟବସାୟୀଙ୍କର ଭିଡ଼। ସଭିଙ୍କ ପାଇଁ ସାଜିଛି ମୁଖ୍ୟ...

୩ ପୋଲିସ କର୍ମଚାରୀଙ୍କ ସମେତ ଭ୍ୟାନକୁ ଅଟକ ରଖିଲେ ଗ୍ରାମବାସୀ

ପାଟଣା, ୧୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନାର ଭ୍ୟାନ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ଟଭାସରୁଆ ଗ୍ରାମବାସୀ ଗୁରୁବାର ରାତିରେ ଅଟକ ରଖି ପୋଲିସ ବ୍ୟବସ୍ଥା...

୨୦୨୦ ପର୍ଯ୍ୟଟନ ଫୋକସରେ ପଶ୍ଚିମ-ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଶେଷକରି...

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ମୋଟ୍‌ ୧୩ ସୁସ୍ଥ

ଭୁବନେଶ୍ୱର,୧୩ା୪(ବ୍ୟୁରୋ) : ରାଜ୍ୟବାସୀଙ୍କ ପାଇଁ ଏକ ପୁଣି ଏକ ଖୁସି ଖବର ଆସିଛି। କଳାହାଣ୍ଡିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି। ଏନେଇ...

ଚିଲିକାରେ ସୃଷ୍ଟି ହୋଇପାରେ ୩ୟ ମୁହାଣ

କୃଷ୍ଣପ୍ରସାଦ, ୧୫ା୪ (ଡି.ଏନ.ଏ.): ମହାମାରୀ କରୋନା ଭୟ ଲାଗି ରହିଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସଠାରେ ବଙ୍ଗୋପସାଗର କୂଳ ଲଘିଂବାରେ ଲାଗିଛି। ସମୁଦ୍ର ଓ...

ଶୁଖିନି ଫନୀର କ୍ଷତ: ଅସଜଡ଼ା ଶିକ୍ଷାନୁଷ୍ଠାନ, ସଂଘର୍ଷ କରୁଛି ହୋଟେଲ ଶିଳ୍ପ; ପୁରୁଣା ରୂପକୁ ଫେରୁଛି ବାଲୁଖଣ୍ଡ

ପୁରୀ ଅଫିସ,୩।୫: ବାତ୍ୟା ଫନୀକୁ ବିତିଗଲା ବର୍ଷେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ୧୪ ଜିଲା ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ...

ଏନ୍‌ଏଚ୍‌ରେ ଜଳୁନି ହାଇମାଷ୍ଟ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ୨୦ନମ୍ବର ଜାତୀୟରାଜପଥର ବିଭିନ୍ନ ସ୍ଥାନରେ ଥିବା ଓଭର ବ୍ରିଜ ଉପରେ ଓ ଜନଗହଳିପୂର୍ଣ୍ଣ ଛକ ରାସ୍ତା ଗୁଡ଼ିକରେ ଲୋକ ତଥା...

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

Leave a comment

Your email address will not be published. Required fields are marked *