ଜୀବନ ଅନ୍ୟର ଦାନ

ଡ. ବାସୁଦେବ ମିଶ୍ର
ମଣିଷ ଜୀବନ ଯେ ଅନ୍ୟର ଦାନ ଏ କଥାକୁ ବୁଝିବା ହେଉଛି ସଂସାରରେ ଜୀବନ ବଞ୍ଚତ୍ବାର ସର୍ବୋତ୍କୃଷ୍ଟ କଳା। ଏହି କଳା ବାସ୍ତବରେ ଖୁବ୍‌ କମ୍‌ ଲୋକଙ୍କୁ ଜଣାଥାଏ। ସମସ୍ତେ କେବଳ ନିଜ ସହିତ ଛଳନା କରିବାକୁ ଭଲ ପାଆନ୍ତି। କେତେ ବେଦ, ପୁରାଣ, ଉପନିଷଦ୍‌ରେ ଧୁରୀଣ ପଣ୍ଡିତ ମଧ୍ୟ ଏପରି କଳାର ଧାର ଧାରି ନ ଥିବା ବହୁ କ୍ଷେତ୍ରରେ ଦେଖାଯାଏ। ସେମାନେ ନିଜକୁ ମର୍ତ୍ତ୍ୟଭୂମିର ଜୀବ ବୋଲି ସ୍ବୀକାର କରି ନ ଥାନ୍ତି। ଅନବରତ ଏକ କାଳ୍ପନିକ ସ୍ବର୍ଗର ଅନ୍ବେଷଣରେ ରହିଥାନ୍ତି। କିନ୍ତୁ ବାସ୍ତବରେ ନିଜ ଅଜାଣତରେ ସ୍ବର୍ଗର ବିପରୀତ ଦିଗରେ ଅଗ୍ରସର ହେଉଥାନ୍ତି।
ଜୀବନଧାରଣର ଅର୍ଥ ହେଲା ଅନ୍ୟର ସାହାଯ୍ୟ ନେଇ ବଞ୍ଚତ୍ବା। ଜନ୍ମ ପୂର୍ବରୁ ମାତାଙ୍କର ସାହାଯ୍ୟ ନେଇ ତାଙ୍କ ଗର୍ଭରେ କିଛି ଦିନ ବାସକରୁ। ପୃଥିବୀପୃଷ୍ଠକୁ ଆସିବା ପରେ ସାହାଯ୍ୟକାରୀମାନଙ୍କର ଧାଡି କ୍ରମେ ଲମ୍ବା ହୋଇଯାଏ। ମାଆଙ୍କର ଅନ୍ତୁଡିଶାଳରେ ଅନ୍ତୁଡି ନିଆଁର ଉଷ୍ମତା ପାଇ, ତାଙ୍କ ବକ୍ଷର ଅମୃତ ଖାଇ ଆମର ଶରୀର ପୁଷ୍ଟ ହୁଏ। ପିତାଙ୍କର ସୁରକ୍ଷା ଆମକୁ ବଳ ଦିଏ। ତାଙ୍କ ହାତ ଧରି ବାଟ ଚାଲିବା ଶିଖୁ। କେବଳ ମାତାପିତା ନୁହନ୍ତି, କିଏ ଆମର ବଞ୍ଚତ୍ବାରେ ସାହାଯ୍ୟ ନ କରେ କୁହନ୍ତୁ ତ, ଭାବି ଦେଖିଲେ ଆମକୁ ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ଅଗଣନ। ଗଛଟି ଉପରେ ନିର୍ଭର କରୁ ଅମ୍ଳଜାନ ପାଇଁ, ଝରଣା ଉପରେ ନିର୍ଭର କରୁ ଜଳଟିକିଏ ପାଇଁ, ଚାଲୁଚାଲୁ ବାଟରେ ଗୋଡ଼ଖସିଗଲେ ଅନ୍ୟମାନେ ଆମକୁ ଉଠାଇବାରେ ସାହାଯ୍ୟ କରନ୍ତି। ମୃତ୍ୟୁ ପରେ ମଧ୍ୟ ଆମକୁ ନେଇ ମଶାଣିରେ ସତ୍କାର କରନ୍ତି ଅନ୍ୟମାନେ।
ହାତ ବଢ଼େଇ ଅନ୍ୟମାନଙ୍କର ସାହାଯ୍ୟ ନେବା, ନିଜକୁ ପୁଷ୍ଟ କରିବା ଏବଂ ତା’ପରେ ସେମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ମଣିବାକୁ ମନୁଷ୍ୟର ଗୁଣ ନା ଦୋଷ ବୋଲି କୁହାଯିବ? ଅତି ପ୍ରାଚୀନ କାଳରୁ ଜଙ୍ଗଲରେ ଶୀଘ୍ର ଧାଇଁ ପାରୁଥିବା ଜୀବଟାକୁ ପୋଷା ମନେଇ କାବୁକରି ତାକୁ ନିଜ ବାହନରେ ପରିଣତ କରିବା ଏବଂ ତା’ର ଶ୍ରମକୁ ନିଜର ଯିବା ଆସିବା କାମରେ ବିନିଯୋଗ କରିବାକୁ ଏକ ଉଦାହରଣରୂପେ ନିଆଯାଇପାରେ। ମନୁଷ୍ୟର ଶକ୍ତିଠାରୁ ପଶୁର ଶକ୍ତି ଅଧିକ। ସେହି ଶକ୍ତିକୁ ଜୁଆଳି ଲଙ୍ଗଳ ମାଧ୍ୟମରେ ବ୍ୟବହାର କରି ମାଟିକୁ ତାଡ଼ିବା, ଚାଷ କରିବା, କୁକୁରର ଅଳ୍ପ ନିଦ୍ରା ଏବଂ ସ୍ବାମିଭକ୍ତି ଗୁଣଟିକୁ ନିଜର ସୁରକ୍ଷା ପାଇଁ ବ୍ୟବହାର କରିବା- ଏମିତି ହାତବଢ଼େଇ ସବୁ ପଶୁପକ୍ଷୀଙ୍କର ସାହାଯ୍ୟ ନିଏ ମଣିଷ। ଏପରିକି କେତେକ ପଶୁପକ୍ଷୀଙ୍କୁ ପିଞ୍ଜରାବଦ୍ଧ କରି ସେମାନଙ୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରେ। ପୁଣି କେତେକଙ୍କୁ ମାରି ସେମାନଙ୍କର ମାଂସ ଖାଇ ନିଜ ଶରୀରର ଅଭିବୃଦ୍ଧି କରିବାକୁ ପଛାଏ ନାହିଁ ମଣିଷ।
ସଂସାରଟା ଯାକର ସାହାଯ୍ୟ ସହଯୋଗରେ ଜୀବନ ବଞ୍ଚୁଥିବା ମଣିଷ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ବୋଲି ଗଣାହୁଏ କେମିତି? ଏକ ସହଜ ଓ ସମ୍ଭୋଗମୟ ଜୀବନ ବଞ୍ଚତ୍ବା ନିମନ୍ତେ ମନୁଷ୍ୟ ତା’ର ମସ୍ତିଷ୍କକୁ ଯେତିକି ଖଟାଏ, ଯେତିକି କୌଶଳର ଉଦ୍ଭାବନ, ଆବିଷ୍କାର ତଥା ସେଗୁଡ଼ିକର ପ୍ରୟୋଗ କରେ, ଅନ୍ୟ ପ୍ରାଣୀ ସେପରି କରିପାରନ୍ତି ନାହିଁ। ଅନ୍ୟ ପ୍ରାଣୀମାନଙ୍କର ଶ୍ରମ, ସୁଖ, ଏବଂ ଅର୍ଜନକୁ ଚୋରି କରିବାରେ ଅଥବା ଜୋର କରି ନେଇଯିବାରେ ମଣିଷ ସମସ୍ତଙ୍କଠାରୁ ଆଗରେ। କୁକୁଡା ଅଣ୍ଡା ଦିଏ। ଛୁଆ ଫୁଟିବା ଆଗରୁ ତାକୁ ମଣିଷ ନେଇ ଖାଇଦିଏ। ବଳଦକୁ ଶ୍ରମମୁଖୀ କରିବା ଉଦ୍ଦେଶ୍ୟ ନେଇ କିଶୋର ଅବସ୍ଥାରେ ତା’ର ପୁଂସତ୍ୱ ନଷ୍ଟ କରେ। ମହୁମାଛିକୁ ତା’ର ବସାରୁ ଘଉଡ଼ାଇ ଦେଇ ତା’ର ସଞ୍ଚତ୍ତ ମଧୁକୁ ନେଇଯାଏ। ଏ କ୍ଷେତ୍ରରେ ସେ ଜଳଚର, ସ୍ଥଳଚର, ଆକାଶଚର କାହାରିକୁ ବାଦ୍‌ ଦିଏନା।
ଏଇ ଅଭ୍ୟାସ ଏବଂ କୌଶଳଟି ସେ ଯେ କେବଳ ମନୁଷ୍ୟ ଭିନ୍ନ ପ୍ରାଣୀମାନଙ୍କଠାରେ ପ୍ରୟୋଗ କରେ, ତାହା ନୁହେଁ, ମନୁଷ୍ୟ-ମନୁଷ୍ୟ ଭିତରେ ମଧ୍ୟ ଏପରି କୌଶଳର ପ୍ରୟୋଗ ଦେଖାଯାଏ। ଏହା ସପକ୍ଷରେ ମଣିଷର ଯୁକ୍ତି ହେଲା- ଯେଉଁ ସମୟ ଏବଂ ଶକ୍ତି ଅନ୍ୟମାନଙ୍କଠାରୁ ଅନାୟସରେ ମିଳିପାରୁଛି, ତାକୁ ସେ ଉପଯୋଗ କରିବ ନାହିଁ କାହିଁକି? ସେଥିପାଇଁ କେତେବେଳେ କାହାକୁ ପୋଷା ମନାଇବାକୁ ପଡ଼େ ତ କାହାକୁ ଖୋସାମତ କରିବାକୁ ହୁଏ। କାହା ଉପରେ ଜବରଦସ୍ତି ମଧ୍ୟ କରିବାକୁ ହୁଏ।
ବାସ୍ତବରେ ନିଜ ଅଭିଜ୍ଞତାରୁ କିଛି ଶିଖିବା ପୂର୍ବରୁ ମନୁଷ୍ୟ ଅନ୍ୟର ଅଭିଜ୍ଞତାରୁ ଶିଖିବାକୁ ପାଏ ଅନେକ। ଅଗ୍ନିର ଦାହିକା ଶକ୍ତିର ପରିଚୟ ଏବଂ ଅଭିଜ୍ଞତା ନିଜେ ପ୍ରାପ୍ତ ହେବା ପୂର୍ବରୁ ତାହା ସେ ନିଜ ଗୁରୁଜନଙ୍କଠାରୁ ପାଏ। ମନୁଷ୍ୟ ତା’ର ବଞ୍ଚତ୍ବା ଭିତରେ ପ୍ରାପ୍ତ ଅଭିଜ୍ଞତାଗୁଡିକୁ ପରବର୍ତ୍ତୀ ପିଢ଼ିକୁ ପ୍ରଦାନ କରିବା ପାଇଁ ଉଦ୍‌ଗ୍ରୀବ। ସେଥିପାଇଁ ସେ ରଚନା କରେ ଶାସ୍ତ୍ରପୁରାଣ, ଇତିହାସ। ନିଜର ଅଭିଜ୍ଞତାକୁ ତହିଁରେ ଲିପିବଦ୍ଧ କରି ରଖେ ପରବର୍ତ୍ତୀ ପିଢ଼ିକୁ ଶିକ୍ଷା ଦେବା ପାଇଁ।
ମାନୁଷୀ ସ୍ବାର୍ଥପରତାର ଆଉ ଏକ ନଗ୍ନ ଉଦାହରଣ ହେଲା ମନୁଷ୍ୟ ନିଜ ଶରୀରର ଅଭ୍ୟନ୍ତରକୁ ଦେଖିବାକୁ ଯାଇ ପ୍ରଥମେ ବେଙ୍ଗ, ମୂଷାର ଛାତିରେ ଛୁରି ଲଗାଏ। ବୈଜ୍ଞାନିକମାନେ ମଣିଷକୁ ମରଣାନ୍ତକ ରୋଗରୁ ରକ୍ଷା କରିବାକୁ ଯାଇ ଯେଉଁ ଔଷଧ ତିଆରି କରନ୍ତି, ତାକୁ ପ୍ରଥମେ ପରୀକ୍ଷା କରାଯାଏ ମୂଷା ଦେହରେ ପ୍ରୟୋଗ କରି।
ଆମର ଜୀବନ ଯେ ମାତାପିତା, ସମାଜ ଓ ପରିବେଶର ଦାନ ଏ କଥା ବୁଝିବା ଦରକାର। ଅହଂକାରର ଅନ୍ଧପୁଟୁଳି ବାନ୍ଧି ବାଟ ଚାଲୁଚାଲୁ ଅନେକବାର ଝୁଣ୍ଟି କ୍ଷତବିକ୍ଷତ ହେବା ଅପେକ୍ଷା ଅନ୍ଧପୁଟୁଳିକୁ ହଟାଇ ବାଟଚାଲିଲେ ଆଉ ଝୁଣ୍ଟିବାର ଆଶଙ୍କା ରହିବ ନାହିଁ। ଜୀବନର ବାସ୍ନା ମହକୁଥିବ ଦୂରରୁ ଦୂରକୁ ଚତୁର୍ଦ୍ଦିଗକୁ। ଈଶ୍ୱରଙ୍କର ଆଶୀର୍ବାଦ ଝରିପଡୁଥିବ ମଥା ଉପରେ।
ଦଶରଥପୁର ଯାଜପୁର, ମୋ- ୯୪୩୮୩୨୮୭୫୫


All Right Reserved By Dharitri.Com

ଭାରତ କେତେ ସାର୍ବଭୌମ

ଆକାର ପଟେଲ ଭାରତ କେତେ ସାର୍ବଭୌମ ଏବଂ ଏହା କେତେ ପରିମାଣରେ ଯାହା ଇଚ୍ଛା ତାହା କରିପାରିବ? ତୃତୀୟ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ...

ନୋବେଲ୍‌ ପଦାର୍ଥ ବିଜ୍ଞାନୀ

ଡ. ଗୌରୀଶଙ୍କର ସାହୁ ବ୍ରହ୍ମାଣ୍ଡ ସମ୍ବନ୍ଧୀୟ ଦୁଇଟି ଯୁଗାନ୍ତକାରୀ ଗବେଷଣାକୁ ଏ ବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି।...

ଏଇ ଭାରତରେ

ହିନ୍ଦୁ ଓ ମୁସଲମାନଙ୍କ ପର୍ବ, ପରମ୍ପରା ଭିନ୍ନ ହୋଇଥିଲେ ହେଁ ବିହାରର ଏକ ଗାଁରେ ହିନ୍ଦୁମାନେ ଯେଭଳି ମୁସଲମାନଙ୍କ ପରମ୍ପରାକୁ ଆଦରିନେଇଛନ୍ତି ତାହା ସହାବସ୍ଥାନ ଓ...

ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ...

ବିପଜ୍ଜନକ ବର୍ଷ

ଆକାର ପଟେଲ ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବା ସହ ଏହା କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଯାଇଛି। ଏହାକୁ ଲାଗୁକରିବା ପାଇଁ ସରକାରଙ୍କ...

ମନ ଫେରୁଛି ବହିକୁ

ଉପେନ୍ଦ୍ର ବିଶ୍ୱାଳ ଦୈନିକ ‘ଧରିତ୍ରୀ’ର ଲେଖିକା ଓ ଲେଖକମାନଙ୍କର ଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ। ସମ୍ମାନନୀୟ ସମ୍ପାଦକ ସଭିଙ୍କ ସାମ୍ନାରେ ସୁନ୍ଦର କଥାଟିଏ ରଖିଥିଲେ ସେଦିନ। କେମିତି...

ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା

ଡ. ଶରତ ଚନ୍ଦ୍ର ରଥ ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା- ପ୍ରତ୍ୟେକର ବ୍ୟାବହାରିକ ଉପଯୋଗିତା ରହିଛି। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିବା ପରି...

ଅବାସ୍ତବ ଚାଷୀଙ୍କ ଆୟବୃଦ୍ଧି ଲକ୍ଷ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ଚାଷୀଙ୍କ ଆୟ ୬ ବର୍ଷରେ ଦୁଇଗୁଣା ବଢ଼ିବ କି ନାହିଁ ତାହାକୁ ନେଇ ଚିନ୍ତା କରିବା ପ୍ରାୟ ସମସ୍ତେ...

Leave a comment

Your email address will not be published. Required fields are marked *