୭ ଟ୍ରେଲର ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍‌

ବାରିପଦା ଅଫିସ,୨୫ା୧- ଅତ୍ୟଧିକ ମାଲ୍‌ ପରିବହନ କରୁଥିବା ୭ ଭାରିଯାନ (ଟ୍ରେଲର) ଡ୍ରାଇଭରଙ୍କ ଲାଇସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ଟ୍ରେଲରଗୁଡିକରୁ ୫ ଲକ୍ଷ ୫୫୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ମୟୂରଭଞ୍ଜ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିଭାଗର ଏମଭିଆଇ ଶିଶିର କୁମାର ସାହୁ ଓ ଜୁନିୟର ଏମଭିଆଇ ଦେବଦାସ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ବାରିପଦାର ଦରଖୁଲି ନିକଟରେ ତାମିଲନାଡୁର ତ୍ରୀଚି ଅଞ୍ଚଳରୁ ଝାଡଖଣ୍ଡର ରାମଗଡ ଅଭିମୁଖେ ଯାଉଥିବା ୭ଟି ଟ୍ରେଲରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏହି ଟ୍ରେଲରଗୁଡିକରେ ଧାର୍ଯ୍ୟଠାରୁ ଅତ୍ୟଧିକ ମାଲ୍‌ ପରିବହନ ହେଉଥିବା ଜଣା ପଡିଥିଲା।


All Right Reserved By Dharitri.Com

କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା...

ବୁଲିଲା ମୋ ସରକାର ଅଭିଯାନ ସଚେତନତା ରଥ

ବାରିପଦା ଅଫିସ,୧୮ା୧- ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲା ମଙ୍ଗଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ...

ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୂର ଖେଳ

ବାରିପଦା ଅଫିସ,୮।୧୦- ସଂସ୍କୃତି ଓ ପରମ୍ପରାକୁ ନେଇ ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର ବାରିପଦା ସହର ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସହରର ୨୬ଟି...

ଅଜଣା ରୋଗରେ ଶତାଧିକ ଗୋରୁ ଆକ୍ରାନ୍ତ

କୁଆମରା,୧୦ା୮(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଶତାଧିକ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ କ୍ରମେ ବିଭିନ୍ନ ଗ୍ରାମକୁ ବ୍ୟାପିବାର...

ଏଚ୍‌ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା: ମା’ ପେଟରେ ଆଖିବୁଜିଲା ଶିଶୁ

ବାରିପଦା ଅଫିସ,୧୫ା୧୨-ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣେ ଗର୍ଭବତୀ ଗର୍ଭକଷ୍ଟ ପାଉଥିଲେ ବି ଡାକ୍ତରମାନେ ତାଙ୍କୁ ଚିକିତ୍ସା ନ କରିବାରୁ ଗର୍ଭସ୍ଥ ଶିଶୁ ଦୁନିଆର ଆଲୋକ ଦେଖିବା...

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୧୧ା୨- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ।...

ଧାରଣା ସ୍ଥଳରେ ଟଳିପଡିଲେ ଶିକ୍ଷକ: ମୟୂରଭଞ୍ଜ ଜିଲା ଗଣଶିକ୍ଷକ ସଂଘ ସଭାପତି ଥିଲେ; ଅଧୁରା ରହିଗଲା ଦାବି ପୂରଣ

ଭୁବନେଶ୍ୱର,୨ା୧୨(ବ୍ୟୁରୋ)/କୁଆମରା/ଖୁଣ୍ଟା(ଡି.ଏନ୍‌.ଏ) – ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିର ଆନ୍ଦୋଳନସ୍ଥଳରେ ଅନ୍ୟଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ...

Leave a comment

Your email address will not be published. Required fields are marked *