ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି । ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ପାଇଁ ଲକ୍ଷାଧିକ ଟଙ୍କା ବିନିମୟରେ ପାଇଖାନା ନିର୍ମାଣ କରାଯାଇଥିଲେ ସୁଦ୍ଧା ନିମ୍ନ ମାନର କାର୍ଯ୍ୟ ଯୋଗୁ ଛାତ୍ରମାନେ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲରେ ବହିଯାଉଥିବା ନାଳକୁ ଯାଉଛନ୍ତି । ଅପରାହ୍ନରେ ବିଦ୍ୟାଳୟ ଛୁଟି ପରେ ଖେଳକୁଦ କରି ସନ୍ଧ୍ୟା ସମୟରେ ଶୌଚପାଇଁ ଯିବାକୁ ପଡ଼ୁଛି ଏଭଳି ଦିନେ କି ଦୁଇଦିନ ନୁହେଁ ପ୍ରତିଦିନ ବିପଦପୂଣ୍ଣ ଭାବେ ଶୌଚ ପାଇଁ ଯାଉଛନ୍ତି। ଛାତ୍ରଙ୍କ ସୁରକ୍ଷା ନେଇ ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷ ଚିନ୍ତାରେ। ଏନେଇ ତିଆରିଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ରାଉତ କହିଛନ୍ତି ଯେ, ଲକ୍ଷାଧିକ ଟଙ୍କାରେ ଛାତ୍ରଙ୍କ ପାଇଁ କରାଯାଇଥିବା ପାଇଖାନାର କବାଟ ପଡୁ ନ ଥିବାବେଳେ ପାଇପରେ ମଇଳା ନ ଯାଇ ଚୋକ୍‌ ହେଉଛି। ନିକଟରେ ରୋଷେଇ ଘର ରହିଥିବାବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲ ନିକଟରେ ଏହି ପାଇଖାନା ନିର୍ମାଣ କରାଯାଇଛି ତେଣୁ ଦୁର୍ଗନ୍ଧ ହେଉଛି। ଏନେଇ ସେ ବାରମ୍ବାର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଦୁର୍ଭାଗ୍ୟଜନକ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଅଞ୍ଚଳର ଜଣେ ପ୍ରଭାବଶାଳୀ ଶିକ୍ଷକ ଉକ୍ତ ଠିକା କାର୍ଯ୍ୟ କରି ଏଭଳି ନିମ୍ନମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ପାକଲମାହାରେ ମଧ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବିନିଯୋଗରେ ହଷ୍ଟେଲ ମରାମତି ସହ ପାଇଖାନା ନିର୍ମାଣ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ପାଇଖାନା ପାଇପରୁ ପାଣି ଲିକେଜ ହୋଇ ଦୁର୍ଗନ୍ଧ ହେଉଛି। ହଷ୍ଟେଲ ମରାମତି କାର୍ଯ୍ୟ ଅଧାରୁ ବନ୍ଦ କରିଦିଆଯାଇଛି। ଫଳରେ ହଷ୍ଟେଲର ଛାତ୍ରମାନେ ଏକ ଶ୍ରେଣୀ ଗୃହରେ ରାତ୍ରୀଯାପନ କରୁଛନ୍ତି । ସୂଚନା ଯୋଗ୍ୟଯେ, ଉକ୍ତ ଅଞ୍ଚଳ ଦୁର୍ଗମ ଏବଂ ମାଓବାଦୀ ପ୍ରବଣ ହୋଇଥିବାରୁ କୌଣସି ଉଚ୍ଚ ପଦାଧିକାରୀଙ୍କ ପାଦ ପଡୁନାହିଁ। ଫଳରେ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ବାଟମାରଣ ହେଉଥିବା ଆଶଙ୍କା କରାଯାଇଛି । ଏନେଇ ବିଭାଗୀୟ ଯନ୍ତ୍ରୀ ବୁଦ୍ଧିରାମ ମୁର୍ମୁଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏନେଇ ଠିକାଦାର କୌଣସି ନିମ୍ନମାନର କାର୍ଯ୍ୟ କରିନାହାନ୍ତି ବରଂ କାମରେ ଏପଟ ସେପଟ ହୋଇ ଭୁଲ ହୋଇଛି। ତେଣୁ ତାହା ପୁଣି ମରାମତି କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲାରେ ବାଲିଗୁଡ଼ା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ସମସ୍ତ ଛାତ୍ରାବାସରେ ସ୍ବଚ୍ଛ ପିଇବା ପାଣି ସମେତ ପାଇଖାନା, ଏବଂ ହଷ୍ଟେଲ ଗୃହ ନିର୍ମାଣ ସହ ମରାମତି କାର୍ଯ୍ୟ କରାଯାଉଛି। ହେଲେ କିଛି ଅଧିକାରୀଙ୍କ ତଦାରଖ ଅଭାବ ଯୋଗୁ ଏହା ଦିଗହରା ହୋଇପଡୁଥିବା ନେଇ ଜନଅସନ୍ତୋଷ ଦେଖାଯାଇଛି ା କେଉଁଠି କାର୍ଯ୍ୟ ନିମ୍ନ ମାନର କରାଯାଉଛି ତ ଆଉ କେଉଁଠି କାର୍ଯ୍ୟକୁ ଅଧାରୁ ଛାଡ଼ି ଦିଆଯାଉଛି ଯାହାକି ଦୁର୍ଗମ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟ ପାଇଁ କରାଯାଉଥିବା ଜନହିତକର ଯୋଜନା ବାଟ ହୁଡୁଛି।


All Right Reserved By Dharitri.Com

ପାଣି ଆସୁ ଆସୁ କେନାଲରେ ଘାଇ

ବାଲିଆ,୨୪।୭: ବାଲିଆ ଜଳସେଚନ ସେକ୍ସନ ଅଧୀନ ୪ନଂ କେନାଲରେ ପାଣି ଆସୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣି ବିନା...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା: ବାଲିଗୁଡ଼ାରେ ପହଞ୍ଚି ବିଡିଓଙ୍କୁ ଦେଲେ ଦାବିପତ୍ର

ବାଲିଗୁଡ଼ା,୨୯।୨(ଡି.ଏନ୍‌.ଏ.): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତ ଦାସ ୨୦୧୯ ଜୁଲାଇ ୧୦ରୁ ଯାଜପୁର ଜିଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ। ତେବେ...

ବାଙ୍କୀ ଡବଲ ମର୍ଡର ଘଟଣା: ଆଜି ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବ କଂଗ୍ରେସ

ବାରଙ୍ଗ,୨୯।୨ (ଡି.ଏନ.ଏ): ବାଙ୍କୀରେ ହୋଇଥିବା ଡବଲମର୍ଡର ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚାହୁଁ ନାହିଁ। ରାଜନୈତିକ କାରଣ...

କାର୍ତ୍ତିକ ଶେଷ ସୋମବାର: ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜି ଉଦୟଗିରି, ୧୧।୧୧(ଡି.ଏନ୍‌.ଏ.): କାର୍ତ୍ତିକ ମାସ ଶେଷ ସୋମବାର ନିମନ୍ତେ କନ୍ଧମାଳ ଜିଲା ଜି ଉଦୟଗିରି ଧବଳେଶ୍ବର ମନ୍ଦିରରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।...

ଚିଲିକା ଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼; ଡଙ୍ଗା ନ ପାଇ ନିରାଶରେ ଫେରିଲେ

ବାଲୁଗାଁ, ୩୦ା୧୨(ଡି.ଏନ.ଏ.):  ନୂତନବର୍ଷର ଆଗମନ ସଙ୍ଗେ ସଙ୍ଗେ ବିଦାୟବର୍ଷର ଶେଷ ରବିବାର ଚିଲିକା ପରିଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚିଲିକା ମଧ୍ୟରେ ଥିବା...

ଜନସେବା କେନ୍ଦ୍ର ଖୋଲିବାରେ ଅନିୟମିତତା ମାସକ ପରେ ତଦନ୍ତ ଆରମ୍ଭ, ୩ ଜଣଙ୍କ ବୟାନ ରେକର୍ଡ

ଛତ୍ରପୁର,୩୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ପୂର୍ବରୁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା...

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୩୧ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଶୁକ୍ରବାର ଏକ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଆସିଛି। ଆଠଗଡ଼ ବଡମ୍ବା ରେଞ୍ଜ ତାଳଚନ୍ଦ୍ରଗିରି ଜଙ୍ଗଲରୁ ଖାରୋଡ ଗ୍ରାମକୁ ୩ବର୍ଷର ମାଈ...

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ...

Leave a comment

Your email address will not be published. Required fields are marked *