ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ କର୍ମକର୍ତ୍ତାମାନେ ବିଧାୟକଙ୍କୁ ସ୍ବାଗତ କରିଥିଲେ। ଏହା ପରେ ବିଧାୟକ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଥମେ ସମସ୍ତ ୱାର୍ଡ଼ରେ ଥିବା ରୋଗୀମାନଙ୍କୁ ଭେଟି ଫଳ ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହା ପରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସୂତି ବିଭାଗ କର୍ମଚାରୀମାନଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡ. ତତ୍ତଦର୍ଶି ଦାସ ଓ ବିପିଏମ. ଏମ୍‌ ରାଜ ଶେଖରଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର କ’ଣସବୁ ଅସୁବିଧା ରହିଛି ତଥା ନିରାମୟ ଯୋଜନା ଓ ପ୍ରସୂତିମାନଙ୍କୁ ମିଳୁଥିବା ସୁବିଧା ଉପରେ ପଚରି ବୁଝିଥିଲେ । ବିଧାୟକଙ୍କ ଗସ୍ତ ସମୟରେ କୋକସରା ବ୍ଲକ୍‌ ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ପଞ୍ଚକ ପୋଢ, ରମେଶ ଦୁର୍ଗା, ମାନସ ରଞ୍ଜନ ବାଗ, ପ୍ରମୋଦ ପ୍ରଧନି, ଜନ୍ମେଜୟ ଦଳପତି, ମହେଶ ଗୁପ୍ତା, ମହେନ୍ଦ୍ର ନେଗି, କେଶବ ନାଏକ, ବସନ୍ତ ପଟ୍ଟନାୟକ, ସନ୍ତୋଷ ନାଏକ, ଅଜୟ ସାହୁ, ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


All Right Reserved By Dharitri.Com

ଗୋଲବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୬୦ ଦୋକାନ

ସମ୍ବଲପୁର, ୨୮।୧୦ (ବ୍ୟୁରୋ): ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ...

ଶାଳଗଣ୍ଡି ସହ ପିକ୍‌ଅପ୍‌ ଜବତ, ୩ ଗିରଫ

ଜମନକିରା,୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନଖଣ୍ଡସ୍ଥ ବଡ଼ରମା ରେଞ୍ଜ କାଣିବନ୍ଧଲି ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ ସହ ୬...

ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ଗିରଫ ୨ ମୁଖ୍ୟ ଅଭିଯୁକ୍ତ ଜେଲଗଲେ

ସୋନପୁର,୧୭।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ବିଚାରପତି...

ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩ ଫେରାର୍‌

ଜମନକିରା, ୨୧।୮(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଷଣ୍ଢପଥର ବାବେଜୋର ପୋଲ ନିକଟରେ ଏକ ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର...

ମେଡିକାଲ ସାଇନ୍ସରେ ରିସର୍ଚ୍ଚ କରିବି: ଆଶୁତୋଷ

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ୨୦୧୯ର ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର...

ବଢ଼ତି ଭତା ପାଏବାରୁ ଦିବ୍ୟାଙ୍ଗ ବଁଚିତ୍‌

ଚିପିଲିମା, ୧୯।୧୨ (ଡି.ଏନ୍‌.ଏ.)- ରାଏଜ୍‌ ସରକାରକଁର ତରଫୁ ଦିବ୍ୟାଙ୍ଗମାନେ ବଢ଼ତି ଭତା ଟଁକା ପାଏବେ ବଲି ଘୋଷନା କରାଯାଇଛେ। ହେଲେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକରେ...

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହଳ ଆର ରାତ୍ର

ଅତାବିରା, ୧୭।୭ (ଡି.ଏନ୍‌.ଏ): ଆମର ସମାଜରେ ଅନେକ ଲୋକ୍‌ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍‌। ଯେନ୍‌ଥିରଲାଗି ବିନା କାମ୍‌ଧଁଦାରେ...

ସଚେତନତା ହିଁ ଆଣିବ ସ୍ଥିରତା

ସୋନପୁର,୧୧।୭(ନି.ପ୍ର.): ଜିଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ...

Leave a comment

Your email address will not be published. Required fields are marked *