ନେପାଳରେ ଚିହ୍ନଟ ହେଲେ ପ୍ରଥମ କୋରୋନା ଭାଇରସ ରୋଗୀ

କାଠମାଣ୍ଡୁ,୨୪।୧: ଚାଇନାର ଉହାନ ସହରରୁ ଆସିଥିବା ଜଣେ ଛାତ୍ରଙ୍କ ନିକଟରେ କୋରୋନା ଭାଇରସ ପଜିଟିଭ ଥିବା ଚିହ୍ନଟ ହୋଇଛି। ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ଭାଇରସ ଗତବର୍ଷ ଡିସେମ୍ବରରେ ଚାଇନାର ଉହାନ ସହରରେ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ସାଉଥ୍‌ କୋରିଆ, ଜାପାନା, ତାଇଓ୍ବାନ ଓ ଥାଇଲାଣ୍ଡକୁ ବ୍ୟାପି ଗଲାଣି। ଏହାକୁ ଦେଖି ବିଭନ୍ନ ଦେଶରେ ଚାଇନାରୁ ଆସୁଥିବା ଲୋକେ ଓ ଚାଇନା ଗସ୍ତ କରୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମିତିକି ଭାରତ ଚାଇନାରେ ପାଳନ କରିବାକୁ ଥିବା ସାଧାରଣତନ୍ତ୍ର ଦିବସକୁ ବାତିଲ କରିଦେଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଚାଇନାରେ କୋରୋନା ଭାଇରସରେ ଶୁକ୍ରବାର ସୁଦ୍ଧା ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।


All Right Reserved By Dharitri.Com

କରୋନା ଭାଇରସ: ଯେ କୌଣସି ଅଙ୍ଗକୁ କରିପାରେ ଆକ୍ରାନ୍ତ, ହୃଦରୋଗୀଙ୍କ ପାଇଁ ଅଧିକ ବିପଦ

ଜୁରିଚ୍‌,୨୩।୪: କରୋନା ଭାଇରସ କେବଳ ଫୁସ୍‌ପୁସ୍‌କୁ ନୁହେଁ ରକ୍ତ ମାଧ୍ୟମରେ ଖୁବ୍‌ଶୀଘ୍ର ଅନ୍ୟ ଅଙ୍ଗକୁ ମଧ୍ୟ ସଂକ୍ରମଣ କରିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସ୍ବିଜରଲାଣ୍ଡର ଜୁରିଚ୍‌...

ଆଫଗାନିସ୍ତାନ ବିସ୍ଫୋରଣ: ଜଣେ ଶିଶୁଙ୍କ ସମେତ ୨ ମୃତ

ହେରାତ,୧୮।୫: ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଥିବା ଏକ ରାସ୍ତା କଡ଼ରେ ଶନିବାର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ...

ଜୀବନ ଯୁଦ୍ଧରେ ହାରିଗଲେ କରୋନା ସହ ଲଢୁଥିବା ୪୫ ଡାକ୍ତର

ରୋମ,୨୮।୩: କରୋନା ମହାମାରୀ ଏବେ ଇଟାଲୀରେ କାୟା ବିସ୍ତାର କରିଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଇଟାଲୀରେ ଏବେ ମୃତକଙ୍କ...

ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ...

କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪...

ଆମେରିକା, ଇରାନ ଯୁଦ୍ଧମୁହାଁ

ଓ୍ବାଶିଂଟନ/ତେହେରାନ,୪ା୧ (ପି.ଟି./ଏଏଫ୍‌ପି): ଦୁଇ ଶତ୍ରୁଙ୍କ ମଧ୍ୟରେ କୁହୁଳୁଥିବା ବିବାଦ ଶେଷରେ ନିଆଁ ହୋଇ ଭୟାବହ ରୂପ ଧାରଣ କରିଛି। ଆମେରିକାର ରକେଟ ମାଡ଼ରେ ଇରାନ ସେନାର...

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ...

କରୋନା ଆତଙ୍କ: କୋଟିଏ ୬୦ ଲକ୍ଷ ଘରେ ବନ୍ଦ; ବିବାହ-ଅନ୍ତିମ ସଂସ୍କାର ଉପରେ କଟକଣା

ରୋମ,୮।୩: ଚାଇନା ପରେ ଏବେ କରୋନା ଆତଙ୍କ ଗୋଟିଏ ପରେ ଗୋଟିଏ ଦେଶ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୯୪ଟି ଦେଶରେ କରୋନା ପହଞ୍ଚିସାରିଛି। ଇଟାଲିରେ କରୋନା...

Leave a comment

Your email address will not be published. Required fields are marked *