ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି। ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଆର୍ଥିକ ସହାୟତା ପ୍ରଦାନ କରି ଏହାକୁ ଛିଡା କରିବା ଲାଗି ମଧ୍ୟ କମ୍ପାନୀ ବିଚାର କରୁଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶିତ ତଥ୍ୟକୁ ଭିତ୍ତି କରି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଯଦିଓ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ରିଲାଏନ୍ସ ଭାଗ ନେଇ ନାହିଁ, ତଥାପି ଏହା ଏଟିହାଦ ଏୟାରଓ୍ବେଜ ସହ ମିଶି ଜେଟ୍‌ର ଅଂଶଧନ କିଣିବାକୁ ଚାହୁଁଛି। ୟୁଏଇର ଏୟାରଲାଇନ୍ସ କମ୍ପାନୀ ଇତିମଧ୍ୟରେ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ଭାଗ ନେଇ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିଛି। ପୂର୍ବରୁ ଏହି କମ୍ପାନୀ ଜେଟ୍‌ର ୨୪% ଅଂଶଧନ ମାଲିକ ହୋଇଥିବା ବେଳେ ଏଫଡିଆଇ ନିୟମ ଅନୁଯାୟୀ ଏହା ଅଟୋମେଟିକ ରୁଟ୍‌ ଜରିଆରେ ୪୯% ପର୍ଯ୍ୟନ୍ତ ଅଂଶଧନ ନେଇପାରିବ। ଏହି ନିୟମ ଅନୁଯାୟୀ, ଜଣେ ଏନ୍‌ଆର୍‌ଆଇ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିପାରିବ। ତେବେ ୪୯ ପ୍ରତିଶତ ପରେ ଅଧିକ ଅଂଶଧନ କିଣିବାକୁ ହେଲେ ଏଟିହାଦକୁ କେନ୍ଦ୍ର ସରକାରଙ୍କଠାରୁ ପ୍ରାକ୍‌ ଅନୁମତି ନେବାକୁ ହେବ। ତେବେ ଏସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କୌଣସି ପ୍ରତିକ୍ରିୟା ଦେଇନାହିଁ। କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏୟାରଲାଇନ୍ସ ସେକ୍ଟରରେ ପାଦ ଥାପିବା ନେଇ କମ୍ପାନୀ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ସେବି ନିକଟରେ ଏ ସଂକ୍ରାନ୍ତରେ କମ୍ପାନୀ ପୂର୍ବରୁ ଜଣାଇବ। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେଟ୍‌କୁ ପାଣ୍ଠି ଯୋଗାଣ ନେଇ ଋଣପ୍ରଦାନକାରୀଙ୍କ ସହ ରିଲାଏନ୍ସର ଆଲୋଚନା ଜାରି ରହିଛି। ଏହି କାରଣରୁ ସମାଧାନରେ ବିଳମ୍ବ ହେଉଥିବାରୁ କମ୍ପାନୀ ମ୍ୟାନେଜମେଣ୍ଟ ଅଦିନରେ ଜେଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପ୍ରତି ରିଲାଏନ୍ସର ପ୍ରୀତି ନେଇ ପ୍ରଶ୍ନ ହେବାରୁ ଅନ୍ୟ ଏକ ସୂତ୍ର କହିଛନ୍ତି ଯେ, ଏହାକୁ ନେଇ କମ୍ପାନୀ ବୋର୍ଡରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଉପରେ କମ୍ପାନୀ ଧ୍ୟାନ ଦେବ। ଆଗ୍ରହୀ କମ୍ପାନୀମାନେ ନିଷ୍ପତ୍ତି ନେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଥିବାରୁ ରିଲାଏନ୍ସ ସହ ଆଲୋଚନା ଧୀରଗତିରେ ଚାଲିଥିବା ସେ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଗତବର୍ଷ ମାର୍ଚ୍ଚରେ ଏକ ଇନଫରମେଶନ ମେମୋରେଣ୍ଡନ ଜାରି କରିଥିଲେ। ତେବେ ବିଡ଼୍‌ ପାଇଁ କେହି ଆଗ୍ରହ ନ ଦେଖାଇବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିଗୋଷ୍ଠୀ ଏୟାର ଇଣ୍ଡିଆରୁ ୭୬ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଯାଇଥିଲେ। ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ୪୮,୭୮୧ କୋଟି ଟଙ୍କାର ଋଣ ଥିବା ବେଳେ ଏହା ହ୍ରାସ ପାଇଁ ସହଯୋଗୀ କମ୍ପାନୀ ଓ ସମ୍ପତ୍ତିକୁ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଜେଟ୍‌ ଏୟାରଓ୍ବେଜ ଉପରେ ୮୪୧୪ କୋଟି ଟଙ୍କାର ଋଣ ରହିଛି।

ଟୁଇଟର ଜରିଆରେ ମିଳୁଛି ନିଯୁକ୍ତି ପ୍ରସ୍ତାବ
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ କର୍ମଚାରୀଙ୍କୁ ଏବେ ସୋସିଆଲ ମିଡିଆ ସାଇଟ ଟୁଇଟର ସାହାରା ହୋଇଛି। ଏହାରି ମାଧ୍ୟମରେ ଛୋଟ ବଡ଼ କମ୍ପାନୀମାନେ ଏବେ ଜେଟ୍‌ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବମାନ ପଠାଉଥିବା ଜଣାପଡିଛି। ଇତିମଧ୍ୟରେ ସ୍ପାଇଶଜେଟ୍‌ ସିଏମ୍‌ଡି ଅଜୟ ସିଂହ ୧୦୦ ପାଇଲଟ, ୨୦୦ରୁ ଅଧିକ କ୍ୟାବିନ କ୍ରୁ ଏବଂ ୨୦୦ରୁ ଅଧିକ ଟେକ୍ନିକାଲ -ଏୟାରପୋର୍ଟ ଷ୍ଟାଫ୍‌ଙ୍କୁ ଚାକିରି ଦେଇଛନ୍ତି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କର୍ମଚାରୀ

ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା କମ୍ପାନୀର କର୍ମଚାରୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ବକେୟା ଦରମା ଏବଂ ଜରୁରୀ ପାଣ୍ଠି ପ୍ରଦାନ କରିବାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସହାୟତା କରନ୍ତୁ ବୋଲି ସେମାନେ ପତ୍ରରେ ଦର୍ଶାଇଛନ୍ତି। କମ୍ପାନୀ ବନ୍ଦ ହୋଇଯିବା ପରେ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବା ବେଳେ ୩ ମାସ ହେବ ଦରମା ନ ପାଇ ସେମାନେ ଏବେ ପରିବାର ସହ ଡହଳବିକଳ ହେଉଥିବା ପତ୍ରରେ ଦର୍ଶାଇଛନ୍ତି। ଅନିଶ୍ଚିତ ଭବିଷ୍ୟତ ଭିତରେ ଜେଟ୍‌ର ୨ଟି ୟୁନିୟନ ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ ଏବଂ ଜେଟ୍‌ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ ପତ୍ର ଲେଖି ବକେୟା ଦରମା ପ୍ରଦାନ କରିବାରେ ସହାୟତା କରନ୍ତୁ ବୋଲି କହିଛନ୍ତି।


All Right Reserved By

ହିସାବ ଚୂଡ଼ାନ୍ତ କରିବା ପାଇଁ ଏୟାର ଇଣ୍ଡିଆକୁ ୫୦ ଦିନ ସମୟ

ନୂଆଦିଲ୍ଲୀ,୧୨-୫: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ବକେୟା ରହିଛି। ଚଳିତ ଆର୍ଥିକ...

୫୦୦ ଫୁଟ ତଳକୁ ଖସିଲା ବସ୍‌:୨୫ ଯାତ୍ରୀ ମୃତ, ୩୫ ଆହତ

ଶିମ୍‌ଲା,୨୧।୬:ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାରେ ଏକ ଘରୋଇ ବସ୍‌ ୫୦୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ଜଣଙ୍କ ପ୍ରାଣହାନି ଘଟିଛି। ଅନ୍ୟ...

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ...

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା: ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

କୋଲକାତା,୫।୬: ଲୋକ ସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ନିର୍ବାଚନୀ ହିଂସା ଥମିବାର ନାଁ ନେଉନି। ମଙ୍ଗଳବାର ଉତ୍ତର କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ କେତେଜଣ...

ନିଟ୍‌ରେ ଆଇନିଟ୍‌ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୯-୬: ଚଳିତ ବର୍ଷ ନିଟ୍‌ ପ୍ରବେଶିକାରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ‘ଆଇନିଟ’ଛାତ୍ରୀଛାତ୍ରଙ୍କ ସଫଳତା ହାର ଉଲ୍ଲେଖନୀୟ ରହିଛି। ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ଧାରାରୁ ବଜାୟ ରଖିବା...

ହୋଣ୍ଡା ଟୁହ୍ବିଲର୍ସ-ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଚୁକ୍ତି

ଭୁବନେଶ୍ୱର,୧୫-୫: ଗ୍ରାହକଙ୍କୁ ଫାଇନାନ୍ସର ଅଧିକ ବିକଳ୍ପ ପ୍ରଦାନ କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ...

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି। ୩ଜଣ...

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବେଜ୍‌ବିହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *