Posted inଖେଳ

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଭାରତ ଗୋଟିଏ ଓଭର ଓ ୬ ଉଇକେଟ ହାତରେ ରଖି ହାସଲ କରିନେଇଛି। ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇଡେନ ପାର୍କଠାରେ ଖେଳାଯିବ।
ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍‌ କରିଥିଲା। ଦଳ ପାଇଁ କଲିନ ମୁନ୍‌ରୋ ସର୍ବାଧିକ ୫୯, ରସ ଟେଲର ୫୪*, କେନ ଓ୍ବିଲିୟମସନ ୫୧ ଓ ମାର୍ଟିନ ଗୁପ୍ଟିଲ ୩୦ ରନ୍‌ କରିଥିଲେ। ଭ୍ରମଣକାରୀ ଦଳର ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଟିମ୍‌ ଇଣ୍ଡିଆ ଇନିଂସ ଆରମ୍ଭରୁ ରୋହିତ ଶର୍ମା (୭)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଉଇକେଟ ପାଇଁ ୯୯ ରନ୍‌ର ଭାଗୀଦାରି କରିଥିଲେ। ପରେ ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ଲୋକେଶ ରାହୁଲ (୫୬), କୋହଲି (୪୫) ଓ ଦୁବେ (୧୩) ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହିଠାରୁ ଶ୍ରେୟାସ ଆୟାର ଓ ମନୀଷ ପାଣ୍ଡେଙ୍କ ଯୋଡ଼ି ଆବଶ୍ୟକ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଆୟାର ୫୮ ଓ ପାଣ୍ଡେ ୧୩ ରନ୍‌ କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଇଶ ସୋଧି ଦୁଇଟି ଉଇକେଟ ନେଇଥିଲେ।


All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭୁବନେଶ୍ୱର ଭାରତର ଭେନ୍ୟୁ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)- ୨୦୨୦ ଜାନୁୟାରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।...

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌...

ଡାକାର ରାଲିରେ ଗନ୍‌କ୍ଲେଭ୍ସଙ୍କ ମୃତ୍ୟୁ

ରିୟାଦ, ୧୩ା୧ (ପି.ଟି.)-ହିରୋ ମୋଟର ସ୍ପୋଟର୍‌ସ ଟିମ୍‌କୁ ଶକ୍ତ ଧକ୍କା ଲାଗିଛି। ସୌଦି ଆରବରେ ଚାଲିଥିବା ଡାକାର ରାଲିର ୭ମ ଷ୍ଟେଜ୍‌ ବେଳେ ଏହାର ପର୍ତ୍ତୁଗିଜ୍‌...

ଦଶନ୍ଧିର ଦିନିକିଆ, ଟି୨୦ ଦଳରେ ଧୋନୀ, ଟେଷ୍ଟରେ କୋହଲିଙ୍କୁ ନେତୃତ୍ୱ

ନୂଆଦିଲ୍ଲୀ,୨।୧(ପି.ଟି.)- ଇଏସ୍‌ପିଏଏନ୍‌ କ୍ରିକ୍‌ଇନ୍‌ଫୋ ତରଫରୁ ଗତ ଏକ ଦଶନ୍ଧିର ଦିନିକିଆ, ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ଦଳରେ ମହେନ୍ଦ୍ର...

ପୁଣି ସୁପର ଓଭରରେ ଶେଷ ହେଲା ମ୍ୟାଚ୍‌

କାନ୍‌ବେରା,୧ା୨- ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି୨୦ ସିରିଜ୍‌ର ଦୁଇ ମ୍ୟାଚ୍‌ର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା। ଶନିବାର ପୁଣି ଏକ...

ବ୍ଲାକ୍‌ କ୍ୟାପ୍‌ ଚ୍ୟାଲେଞ୍ଜ

ଏକ ସମ୍ପୂର୍ଣ୍ଣ ସିରିଜ ଖେଳିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ୫ଗୋଟି ଟି୨୦, ୩ଟି ଦିନିକିଆ...

କୋଣ୍ଟେ ଇଣ୍ଟର ମିଲାନ ନୂଆ ମ୍ୟାନେଜର

ମାଡ୍ରିଡ୍‌,୩୧।୫- ପୂର୍ବତନ ଜୁଭେଣ୍ଟସ ଓ ଚେଲସି ମ୍ୟାନେଜର ଆଣ୍ଟିନୋ କୋଣ୍ଟେଙ୍କୁ ଇଣ୍ଟର ମିଲାନ ଦଳର ନୂଆ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ଲବ...

ବାରବାଟୀ ଦିନିକିଆ: ଆଉ ୮ ଦିନ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୧୪ା୧୨- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଏବେ ରାଜ୍ୟରେ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)...

Leave a comment

Your email address will not be published. Required fields are marked *