ତାଳଚେର ପୁସ୍ତକ ମେଳା ଉଦ୍‌ଘାଟିତ

ତାଳଚେର,୨୪ା୧(ନି.ପ୍ର.)

ପୁସ୍ତକ ବନ୍ଧୁ ଭାବେ କାର୍ଯ୍ୟ କରେ। ତାହାର ବିକଳ୍ପ ନାହିଁ। ପୁସ୍ତକ ଜ୍ଞାନ ବିକାଶ ଓ ରୋଜଗାରର ମାଧ୍ୟମ ହେବା ଆବଶ୍ୟକ ବୋଲି ହାଟତୋଟା ପ୍ରଜାମଣ୍ଡଳ ଭବନ ପରିସରରେ ୧୭ତମ ତାଳଚେର ପୁସ୍ତକ ମେଳାର ଉଦ୍‌ଘାଟନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ତାଳଚେର ଉପଜିଲାପାଳ ତଥା ପୁସ୍ତକ ମେଳା କମିଟି ସଭାପତି ପରେଶ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗଦେଇ ଅନ୍ୟଭାଷା ସହିତ ନିଜ ମାତୃଭାଷାକୁ ଭଲ ପାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଭାଷାକୁ ବଞ୍ଚାଇବାକୁ ହେଲେ ପୁସ୍ତକକୁ ଆପଣାର କରିବାର ଅଛି ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଟିପିଏସ୍‌ ଏଜିଏମ ଆଲିୟସ ଟପ୍ନୋ, ଗ୍ରୁପ୍‌ ଜେନେରାଲ ମ୍ୟାନେଜର ଦେବେନ୍ଦ୍ର ନାଥ ତିୱାରୀ, ସାହିତି୍ୟକ ଡ. ସୁବୋଧ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଯୁ୍‌ଗ୍ମ ସାଧାରଣ ସମ୍ପାଦକ ବିରଜା ମିଶ୍ର ବିବରଣୀ ପାଠ କରିଥିଲେ। ଉପସଭାପତି ଦୀପକ କୁମାର ପ୍ରଧାନ ମଞ୍ଚ ସଂଯୋଜନା, କେଶବ ଭୂତିଆ ଧନ୍ୟବାଦ ପ୍ରଦାନ କରିଥିଲେ। ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ୮୦ଟି ଷ୍ଟଲ ଖୋଲା ଯାଇଥିବା କମିଟି ସୂତ୍ରରୁ ଜଣାପଡିଛି। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଏହି ପୁସ୍ତକମେଳା ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।


All Right Reserved By Dharitri.Com

ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

ଛେଣ୍ଡିପଦା,୨ା୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତ ଶିମିଳିସାହି ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ଶ୍ରେଣୀ ଗୃହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଗଣେଶ ପୂଜା ପାଳନ ଅବସରରେ...

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ହେବାକୁ ଥିବା...

ନାଗରିକତ୍ୱ ସଂଶୋଧନ ବିଧେୟକ: ସମର୍ଥନ କରିବ ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): କେନ୍ଦ୍ର ସରକାର ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ କରିବାକୁ ଯାଉଛନ୍ତି। ଏହି ବିଧେୟକକୁ ଗୃହୀତ କରିବା ପାଇଁ ଭାଜପା ପକ୍ଷରୁ ଉଭୟ...

ଶହେଦିନ ପରେ ବି ମିଳୁନି ସନ୍ଧାନ

ଆଠମଲ୍ଲିକ,୨୦ା୧(ଡି.ଏନ.ଏ.) ଆଠମଲ୍ଲିକ ଥାନା ଡିଗିପଦର ଗ୍ରାମର ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନ ନିଖୋଜ ହେବାର ଶହେଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ତାଙ୍କର ସନ୍ଧାନ ପାଇପାରି ନାହିଁ।...

ହାତୀବେଶରେ ମହାପ୍ରଭୁ: ମଙ୍ଗଳବାରଠୁ ପଟିଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୧୮ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦୁଲର୍‌ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ସ୍ନାନବେଦିରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷାଧିକ...

ସିପେଟ୍‌ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ) ସିପେଟ୍‌ ସିଏସ୍‌ଟିଏସ୍‌ ଭୁବନେଶ୍ୱର ଏବଂ ରାଉରକେଲାସ୍ଥିତ ଏନ୍‌ଏସ୍‌ପିସିଏଲ୍‌ର ମିଳିତ ସହଯୋଗରେ ଚତୁର୍ଥ ବର୍ଷ ଲାଗି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଏବଂ...

ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.) ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ...

ସାବରମତି ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠାର ବିକାଶ

କଟକ ଅଫିସ, ୧୪ା୧୨: କଟକରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ...

Leave a comment

Your email address will not be published. Required fields are marked *