Posted inଜାତୀୟ

ଓଡ଼ିଆ ଅଫିସର ସି.ପି. ମହାନ୍ତି ଦକ୍ଷିଣାଞ୍ଚଳ ସେନା କମାଣ୍ଡର

ନୂଆଦିଲ୍ଲୀ,୨୪ା୧(ପି.ଟି.):ଓଡ଼ିଆ ଅଫିସର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସି.ପି. ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ମିଳିଛି। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏସ୍‌.କେ. ସାଇନିଙ୍କ ସ୍ଥାନରେ ଶନିବାର ସେନାର ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସେହିପରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଓ୍ବାଇ.କେ. ଜୋଷୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ଜମ୍ମୁ-କଶ୍ମୀର ସଂଲଗ୍ନ ପାକିସ୍ତାନ ସୀମା ଓ ଲଦାଖ ସହ ରହିଥିବା ଚାଇନା ସୀମାର ସୁରକ୍ଷା ଦାୟିତ୍ୱରେ ରହିବେ। ୩୧ରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜୋଷୀ ଫେବୃୟାରୀ ୧ରେ ଦାୟିତ୍ୱ ଗ୍ରହଣ କରିବେ। କଶ୍ମୀରରେ ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। କାର୍ଗିଲ ହିରୋ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଜୋଷୀଙ୍କୁ ‘ବୀର ଚକ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଗିଲ ଯୁଦ୍ଧ ବେଳେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଓ୍ବାଇ. କେ. ଜୋଷୀଙ୍କ ନେତୃତ୍ୱରେ ସେନା ଦୁଃସାହସିକତା ପ୍ରଦର୍ଶନ କରିଥିଲେ।


All Right Reserved By Dharitri.Com

ଯବାନଙ୍କ ବଦାନ୍ୟତା

ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ...

ନଭି ମୁମ୍ବାଇର ସୁଉଚ୍ଚ ଅଟ୍ଟାଳିକାରେ ଲାଗିଲା ନିଆଁ

ମୁମ୍ବାଇ,୮।୨: ନଭି ମୁମ୍ବାଇର ସେକ୍ଟର ୪୪ରେ ନେରୁଲ ସିଉଡ୍ସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ସକାଳୁ ନିଆଁ ଲାଗିଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ...

ସିଡବ୍ଲ୍ୟୁସି ବୈଠକରେ ମୋଦି, ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ: ଏନ୍‌ପିଆର୍‌ ଏକ ଛଦ୍ମବେଶୀ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୨ା୧(ପି.ଟି.): ଲୋକଙ୍କୁ ଧର୍ମ ଆଧାରରେ ବିଭାଜନ ପାଇଁ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ପ୍ରତ୍ୟାହାର କରି ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ କେନ୍ଦ୍ର ସରକାର...

କର୍ନାଟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୦ ବିଧାୟକ

ବେଙ୍ଗାଲୁରୁ, ୧୦।୭: କର୍ନାଟକ କ୍ଷମତା ରାଜନୀତି ଦିନକୁଦିନ ଉଗ୍ର ରୂପ ଧାରଣ କରିଛି। ପ୍ରଥମେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ...

ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ

ଡେରାଡୁନ,୧୩।୧୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରହିଛି। ଏହାର କେନ୍ଦ୍ରସ୍ଥଳ ଚମୋଲିର...

ଶାହଙ୍କ ନେତୃତ୍ୱରେ ଭାଜପା ଲଢ଼ିବ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ଆଦି ୩ ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ...

କ୍ୱାରାଣ୍ଟାଇନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି

ଅହମଦାବାଦ୍‌,୧୫।୪: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ କଂଗ୍ରେସ ବିଧାୟକ ଇମରାନ୍‌ ଖୋଡଓ୍ବୋଲାଙ୍କ ନମୁନା ରିପୋର୍ଟ କରୋନା ପଜେଟିଭ୍‌ ଆସିବା...

ବ୍ଲୁଷ୍ଟାର ଅପରେଶନ୍‌କୁ ପୂରିଲା ୩୫ ବର୍ଷ: ୩ ଦିନରେ ୪ଶହ ୯୨ ଲୋକଙ୍କ ଘଟିଥିଲା ମୃତ୍ୟୁ; ୮୩ ଯବାନ ହୋଇଥିଲେ ଶହୀଦ୍‌

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ୩୫ ବର୍ଷ ତଳେ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ଏହି ୩ ଦିନିଆ...

Leave a comment

Your email address will not be published. Required fields are marked *