କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକୋ

ଚିତ୍ରଡା,୨୪ା୧(ଡି.ଏନ୍‌.ଏ.)- କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ମୟୂରଭଞ୍ଜ ଜିଲା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ଛକରେ ଗୁରୁବାର ରାସ୍ତାରୋକୋ କରାଯାଇଥିଲା। ବାଘୁଆଶୋଳ ଏବଂ ନିଚୁଆପଦା ଗ୍ରାମବାସୀ ପୂର୍ବାହ୍ନ ୧୦ଟାରୁ କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ବସି ରହିଥିଲେ। ଫଳରେ ଦୀର୍ଘ ୪ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବାରିପଦା ସଦର ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ରାତିରେ ବାରିପଦା-ଚିତ୍ରଡା ରାସ୍ତାର ବାଘୁଆଶୋଳ ନିକଟରେ ଏକ କାର ସିରିଜ ଦୁର୍ଘଟଣା ଘଟାଇଥିଲା। ସେହି ଦୁର୍ଘଟଣାରେ ନିଚୁଆପଦା ଅଞ୍ଚଳର ମିନା ବେହେରା ଏବଂ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ମିନାଙ୍କର ମୃତ୍ୟୁ ଘଟିଥିଲା।


All Right Reserved By Dharitri.Com

ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଖୁଣ୍ଟା,୫ା୯(ଡି.ଏନ୍‌.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦...

ଶୁଳିଆପଦା ବ୍ଲକ୍‌ରେ ସର୍ବାଧିକ ବର୍ଷା

ବାରିପଦା ଅଫିସ,୨୬।୭- ମୟୂରଭଞ୍ଜ ଜିଲାରେ ବୁଧବାର ସନ୍ଧ୍ୟାରୁ ବିଭିନ୍ନ ସମୟରେ ବର୍ଷା ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ମୋଟ ୪୯୦.୧୮ ମିମି ବର୍ଷା ହୋଇଥିବା...

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଖୁଣ୍ଟା,୭ା୨(ଡ଼ି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଅଧୀନ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗୁରୁବାର କେତେକ ସମସ୍ୟାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ଉଦଳା ଆଇଟିଡିଏ...

କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ...

୬ ଫୁଟ ଲମ୍ବର ବୋଡ଼ା ଉଦ୍ଧାର

ଠାକୁରମୁଣ୍ଡା,୧୮ା୯(ଡି.ଏନ୍‌.ଏ.)- ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ୬ ଫୁଟ ଲମ୍ବର ବୋଡା ସାପ ଉଦ୍ଧାର ହୋଇଛି। ଗ୍ରାମର ଗଙ୍ଗାଧର ମହାନ୍ତଙ୍କ...

ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର କାରବାର: ୩ ଗିରଫ

ରାଇରଙ୍ଗପୁର,୯।୯(ଡି.ଏନ.ଏ.)-ନୂଆ ମୋଟର ଯାନ ଆଇନ ଲାଗୁ ପରେ ବିଭିନ୍ନ ଗାଡିର ନକଲି ପ୍ରମାଣପତ୍ର କାରବାର ବୃଦ୍ଧି ପାଇଛି। ଗାଡି ଚାଳକଙ୍କୁ ନକଲି ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର...

ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

ଲକ୍ଷାଧିକ ଟଙ୍କାର ବାଣ ଜବତ

ବୈଶିଙ୍ଗା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବେତନଟୀ ଓ ବୈଶିଙ୍ଗା ପୋଲିସର ଏକ ଟିମ୍‌ ବୈଶିଙ୍ଗା ଥାନା ଅନ୍ତର୍ଗତ ବାଛୁରୀପଡା ଗ୍ରାମରେ ଗୁରୁବାର ଚଢାଉ...

Leave a comment

Your email address will not be published. Required fields are marked *