Posted inଖେଳ

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ରିଭେରା ପୂର୍ବରୁ ମେଣ୍ଡେଜଙ୍କ ଡେପୁଟି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ଚଳିତ ସିଜନ ଶେଷ (ମେ ୩୧) ପର୍ଯ୍ୟନ୍ତ ରହିବ। ରଭେରା ହେଉଛନ୍ତି ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ(ୟୁଫା)ର ପ୍ରୋ ଲିସେନ୍ସ କୋଚ୍‌। ବିଶେଷ କରି ସ୍ପେନରେ ବିଭିନ୍ନ ଫୁଟ୍‌ବଲ ଦଳ ସହିତ ସେ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ରିଭେରା ଇଷ୍ଟବେଙ୍ଗଲ ଟିମ୍‌ ଏବଂ ଏହାର କୋଚିଂ ଷ୍ଟାଫ୍‌ ସହିତ ବେଶ୍‌ ପରିଚିତ। ତେଣୁ ଅବଶିଷ୍ଟ ସିଜନ ପାଇଁ କାର୍ଯ୍ୟ କଲାବେଳେ ସେ ଫାଇଦାରେ ରହିବେ ନିଶ୍ଚୟ। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସେ କ୍ଲବ ସହିତ ଯୋଗଦେବେ। ଇଷ୍ଟବେଙ୍ଗଲ ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ ଚେନ୍ନାଇ ସିଟି ଏବଂ ଇଣ୍ଡିଆନ ଏରୋଜଙ୍କ ସହିତ ବାସ୍ତବ ରୟଙ୍କ ତତ୍ତ୍ୱାବଧାନରେ ଖେଳିବ। ସୂଚନାଯୋଗ୍ୟ, ଇଷ୍ଟବେଙ୍ଗଲର ହ୍ୟାଟ୍ରିକ୍‌ ପରାଜୟ ପରେ ମେଣ୍ଡେଜଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ଆଇ-ଲିଗ୍‌୍‌ ଷ୍ଟାଣ୍ଡିଂରେ ଇଷ୍ଟବେଙ୍ଗଲ ବର୍ତ୍ତମାନ ୭ଟି ମ୍ୟାଚରୁ ୮ ପଏଣ୍ଟ ଅର୍ଜନ କରି ସପ୍ତମ ସ୍ଥାନରେ ରହିଛି।


All Right Reserved By Dharitri.Com

Posted inଖେଳ View All

ଅନ୍‌ଲାଇନ୍‌ରେ ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ, ୭।୫(ପି.ଟି.): ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହା ଅନ୍‌ଲାଇନ୍‌ରେ ଜରିଆରେ ହେବ। ଏଥିରେ ଉଭୟ ପୁରୁଷ ଓ...

ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍‌ ନେମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଭଳି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍‌ ନେମ୍‌) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ...

ଗାଙ୍ଗୁଲିଙ୍କୁ ନେଇ ଏମିତି କହିଲେ ସେହ୍ବାଗ୍‌: ଗୋଟିଏ ଭବିଷ୍ୟବାଣୀ ସତ ହେଲା, ଆଉ ଗୋଟିଏ ବାକି ଅଛ

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ୍‌ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ଥାଆନ୍ତି। କେତେବେଳେ ଅଜବ ଟୁଇଟ୍‌ ପାଇଁ ତ...

ପ୍ରୋ-କବାଡ଼ି ଲିଗ୍‌ ବେଙ୍ଗଲକୁ ହରାଇଲା ହରିୟାଣା

ନୂଆଦିଲ୍ଲୀ, ୨୭ା୮ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌) ସିଜନ ୭ରେ ସୋମବାର ହରିୟାଣା ଷ୍ଟିଲର୍ସ ୩୬-୩୩ରେ ବେଙ୍ଗଲ ଓ୍ବାରିୟର୍ସକୁ ପରାସ୍ତ କରିଛି। ମ୍ୟାଚରେ ବିଜୟୀ ଦଳର...

ରାହୁଲଙ୍କ ୩ୟ ଶତକ

ବିଶାଖାପାଟଣା,୧୮।୧୨-  ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାକଅପ୍‌ ଓପନର ଲୋକେଶ ରାହୁଲ କ୍ୟାରିୟରର ୩ୟ ଶତକ କରିଛନ୍ତି। ସେ ୧୦୪ ବଲର...

୩ୟ ଟେଷ୍ଟ :ଇନିଂସ ବିଜୟ ସହ ଇଂଲଣ୍ଡର ଅଗ୍ରଣୀ

ପୋର୍ଟ ଏଲିଜାବେଥ୍‌, ୨୦।୧ (ଏଏଫ୍‌ପି)- ସ୍ଥାନୀୟ ସେଣ୍ଟ ଜଜର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ଏକ ଇନିଂସ...

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌...

୩ଦିନିଆ ଅଭ୍ୟାସ ମ୍ୟାଚ: ରାହାନେ, ପୂଜାରା, ବୁମ୍‌ରା ପ୍ରସ୍ତୁତ

କୁଲିଜ(ଆଣ୍ଟିଗୁଆ),୧୭।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଶନିବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ...

Leave a comment

Your email address will not be published. Required fields are marked *