ମଠରୁ ପୁଅବେଶଧାରୀ ନାବାଳିକା ଉଦ୍ଧାର

ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି କରିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଏଭଳି ଏକ ଖବର ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ନିକଟ ଏକ ମଠରେ ପୁଅ ବେଶରେ ସଜେଇ ହୋଇ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ଉଦ୍ଧାର କରିଛି। ଏହି ପିଲା ଜଣକ ପୁଅ ନୁହେଁ ବରଂ ଝିଅ ବୋଲି ଜଣାପଡ଼ିବା ପରେ ମଠ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। କୌଣସି ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ସେ ନିଜସ୍ବ ଖର୍ଚ୍ଚରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ କର୍ମକର୍ତ୍ତାଙ୍କ ଜରିଆରେ ସମ୍ପୃକ୍ତ ନାବାଳିକାଙ୍କୁ ରାତିଅଧିଆ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡ଼ିିଛି।
ସୂଚନା ଅନୁଯାୟୀ, କିଛି ମାସ ତଳେ କଟକ ଅଞ୍ଚଳର ଏହି ନାବାଳିକା ଜଣକ କୌଣସି କାରଣରୁ ଘରୁ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ପୁରୀରେ କାମଧନ୍ଦା ଖୋଜି ଥିଲେ। ମାତ୍ର ନ ପାଇବାରୁ ନିଜକୁ ବ୍ରାହ୍ମଣ ବେଶରେ ସଜାଇ ଭିକ୍ଷାବୃତ୍ତି କରି ଚଳୁୁଥିଲେ। ସେ ଦେଖିବାକୁ ସୁନ୍ଦର ହୋଇଥିବାବେଳେ କଥାରେ ମିଷ୍ଟତା ଯୋଗୁ ଅଳ୍ପ ଦିନରେ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିଥିଲେ। ଉକ୍ତ ମଠ ନିକଟରେ ଥିବା ଚା’ ଦୋକାନୀ ସମ୍ପୃକ୍ତ ମଠର ମହନ୍ତଙ୍କୁ ଏହି ବ୍ରାହ୍ମଣ ବେଶଧାରୀ ପିଲାଙ୍କୁ ଦେଖାଇ କହିଥିଲେ ଯେ, ଭଲ ପିଲାଟିଏ, ମନ୍ତ୍ର ପାଠ ଜାଣିଛି। ମଠରେ ରହିବ, ଠାକୁର ଓ ଆପଣଙ୍କ ସେବା କାର୍ଯ୍ୟ କରିବ। ମଠ ମହନ୍ତ ତାଙ୍କ ଚାଲିିଚଳଣ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ମଠରେ ରହିବାକୁ ଅନୁମତି ଦେଇଥିଲେ। ସମ୍ପୃକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଦିନରେ ମଠରେ କାମ କରୁଥିଲେ। ରାତିରେ ଖାଇପିଇ ସେଠାରେ ଶୋଇଯାଉଥିଲେ। ତେବେ କୌଣସି ସୂତ୍ରରୁ ଉକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଜଣଙ୍କ ସମ୍ପର୍କରେ ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଏକ ଟିମ୍‌ ସୋମବାର ରାତିରେ ଅଚାନକ ମଠରେ ପହଞ୍ଚି ମହନ୍ତଙ୍କ ସହ ଆଲୋଚନା କରିଥିଲେ। ସେହି ବେଶଧାରୀ ପିଲା ଜଣଙ୍କ ପୁଅ ନୁହେଁ ବରଂ ଝିଅ ଏବଂ ସେ ନାବାଳିକା ବୋଲି ଜଣାଇଥିଲେ। ଏକଥା ଶୁଣି ମଠ ମହନ୍ତ ଚମକି ପଡ଼ିିଥିଲେ। ସମ୍ପୃକ୍ତ ବେଶଧାରୀ ପିଲାଙ୍କୁ ପଚରାଉଚୁରା କରିବାରୁ ସବୁ କଥା ଜଣାପଡ଼ିଥିଲା। ସେ ନିଜ ପରିଚୟ ଦେବା ସହ ଘର ଠିକଣା ବି କହିଥିଲେ। ଏହାପରେ କାଳେ କିଛି ସମସ୍ୟା ଉପୁଜିବ ଏବଂ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିଯିବ ସେହି ଭୟରେ ମଠ ମହନ୍ତ ଗାଡ଼ି ଭଡ଼ା ଦେଇ ତାଙ୍କୁ ଗ୍ରାମକୁ ତୁରନ୍ତ ପଠାଇ ଦେବାକୁ ଚାହିଁଥିଲେ। ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟା ସଦସ୍ୟମାନେ ତାଙ୍କୁ ସେଠାରୁ ରାତିରେ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଦେଇଥିଲେ।


All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ନିୟମ: ଫେରିବା ପୂର୍ବରୁ ସରପଞ୍ଚଙ୍କୁ ସମସ୍ତ ତଥ୍ୟ ଦେବା ଜରୁରୀ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ(ଶ୍ରମିକ)ମାନେ ଚିନ୍ତାର କାରଣ ପାଲଟିଛନ୍ତି। ସମ୍ପ୍ରତି...

ଗଞ୍ଜାମରେ ଚାଲିବ ଆଇଡିସିଏମ୍‌, ଏମ୍‌ଡିଡି ଅଭିଯାନ: ଲକ୍ଷ୍ୟ ‘ସୁସ୍ଥ ପରିବାର, ସୁସ୍ଥ ସମାଜ’

ବ୍ରହ୍ମପୁର ଅଫିସ୍‌,୨୬ା୬-ଝାଡ଼ାବାନ୍ତି, ମ୍ୟାଲେରିଆ କିମ୍ବା ଡେଙ୍ଗୁ ଯୋଗୁ କାହାର ଯେମିତି ମୃତ୍ୟୁ ନ ହୁଏ, ସେଦିଗରେ ତତ୍ପତ୍ର ହୋଇପଡ଼ିଛି ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ। ରୋଡ୍‌ମ୍ୟାପ୍‌...

ନିଆରା ଢଙ୍ଗରେ ପାଳିଲେ ଦୀପାବଳି ପ୍ରଶାସନିକ ଅଧିକାରୀ, ସାଧାରଣ ଜନତା ସାମିଲ

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ଜିଲାରେ ବିଭିନ୍ନ ସ୍ଥାନରେ ସୋମବାର ନିଆରା ଢଙ୍ଗରେ ଦୀପାବଳି ପାଳିତ ହୋଇଯାଇଛି। ଜିଲା ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ କ୍ଲବର ପିଲାମାନେ...

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ: ଜଣେ ଅଟକ

ଝାରସୁଗୁଡ଼ା ଅଫିସ,୧୧।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗଙ୍ଗାନଗରଠାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଗଙ୍ଗାନଗରର ଅଜୟ କୁମାର ପ୍ରଧାନ। ସୂଚନାନୁଯାୟୀ, ଅଜୟଙ୍କୁ...

ନଳକୂପ ନିକଟରେ ଅଳିଆ ପକାଇବାକୁ କେନ୍ଦ୍ରକରି ମାରପିଟ: ୩ ଗିରଫ

ଧର୍ମଶାଳା/ଜେନାପୁର,୪ା୩(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ସୁକୁଟିଝର ଗ୍ରାମରେ ଏକ ନଳକୂପ ନିକଟରେ ଅଳିଆ ପକାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ...

୭୦ ଦିବ୍ୟାଙ୍ଗ ପାଇବେ କୃତ୍ରିମ ଅଙ୍ଗ

ପୁରୀ ଅଫିସ, ୪।୧୧: ପୁରୀ ଜିଲାର ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ଜିଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ‘ପ୍ରଫୁଲ୍ଲ ଯୋଜନା’।...

ପଥରରେ ଜୀବନ୍ତ ରୂପ ନେଲେ ଦଶଭୁଜା

କଟକ ଅଫିସ,୨୫ା୫: ନିହାଣ ମୁନରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ଲକ୍‌ଡାଉନ୍‌ ସମୟର ସଦୁପଯୋଗ କରି ସେ ଏକ...

ଆଗନ୍ତୁକଙ୍କ ଉପରେ କଡ଼ା ନଜର

କୋମାକ୍ଷାନଗର, ୬।୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସତର୍କ ହୋଇଉଠିଛି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ। ସହରାଞ୍ଚଳକୁ ଆସୁଥିବା ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସାମାଜିକ ଦୂରତା...

Leave a comment

Your email address will not be published. Required fields are marked *