ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଜୋତା ଦୋକାନୀ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ବୃତ୍ତିରେ ଜୋତା ଦୋକାନୀ। ଅଭାବ କେବେ ପିଛା ଛାଡ଼େନା। ସୀମିତ ରୋଜଗାରରେ ଘର ଚଳେ। ଅଭାବ ସତ୍ତ୍ୱେ ଟଙ୍କା ଲୋଭ ତାଙ୍କୁ କବଳିତ କରିପାରି ନାହିଁ। ଟଙ୍କା ଭର୍ତ୍ତି ପର୍ସ ରାସ୍ତାକଡ଼ରୁ ମିଳିଥିଲା। ନିଜ ଖର୍ଚ୍ଚରେ ପର୍ସ ମାଲିକଙ୍କ ଠିକଣା ଖୋଜିଖୋଜି ତାଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ଜୋତା ଦୋକାନୀ ସୋନପୁର ତରଭାର ବର୍ଦ୍ଧମାନ ମେହେର।
ତରଭାଠାରେ ଏକ ଛୋଟିଆ ଜୋତା ଦୋକାନ କରିଛନ୍ତି ୨୮ ବର୍ଷୀୟ ବର୍ଦ୍ଧମାନ। ଗତ ଡିସେମ୍ବର ୨୭ରେ ସେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ରସୁଲଗଡ଼ ଛକ ପାଖ ପୋଲ ତଳୁ ତାଙ୍କୁ ଏକ ମନିପର୍ସ ମିଳିଥିଲା। ପର୍ସ ଭିତରେ ପ୍ରାୟ ୧୦ ହଜାର ଟଙ୍କା ସହ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ୨ଟି ଏଟିଏମ୍‌ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଥିଲା। ଆଧାର କାର୍ଡରେ ଦିଲ୍ଲୀ ଠିକଣା ଲେଖାଯାଇଥିଲା। କିନ୍ତୁ ଯୋଗାଯୋଗ ପାଇଁ କୌଣସି ଫୋନ୍‌ ନମ୍ବର ନ ଥିଲା। ଭୁବନେଶ୍ୱରରୁ କାମ ସରିବା ପରେ ସେ ତରଭା ଫେରିଯାଇଥିଲେ। କିନ୍ତୁ ପର୍ସ ଫେରାଇବା ପାଇଁ ସର୍ବଦା ଚିନ୍ତିତ ଥିଲେ। ପର୍ସରେ ଥିବା କେତେକ ସରକାରୀ କାଗଜପତ୍ରରୁ ପର୍ସଟି ଦେବଦତ୍ତ ସାମନ୍ତରାୟଙ୍କର ବୋଲି ଜାଣିପାରିଥିଲେ। ହେଲେ ଯୋଗାଯୋଗାର କୌଣସି ମାଧ୍ୟମ ନ ଥିଲା। ପର୍ସ ଭିତରେ ଥିବା ଏଟିଏମ୍‌ କାର୍ଡକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଦେବଦତ୍ତଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିଥିଲେ। ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। ଦେବଦତ୍ତ ଭୁବନେଶ୍ୱର ଆସି ବୁଧବାର ବର୍ଦ୍ଧମାନଙ୍କ ଠାରୁ ପର୍ସ ସଂଗ୍ରହ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଦେବଦତ୍ତ ହେଉଛନ୍ତି ବିଶିଷ୍ଟ ଫୁଟବଲ୍‌ର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସାନ ଭାଇ। ସେ ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରକୁ ଆସିଥିଲେ। ଏହି ସମୟରେ ଫର୍ସ ହଜିଯାଇଥିଲା।


All Right Reserved By Dharitri.Com

ସାନତିହାଡ଼ା ଗ୍ରାମରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେଲେ

ଜଗତ୍‌ସିଂହପୁର ଅଫିସ,୨୬ା୧୦: ଜଗତ୍‌ସିଂହପୁର ଥାନା ଅଧୀନ ସାନତିହାଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରଶ୍ମିତା ରାଉତ ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ...

ପୁରୀ ପ୍ରଶାସନ ପାଇଁ ଅଳିଆ ଅଡୁଆ: ସଫେଇ ଚାଲିଛି, ପକାଇବାକୁ ଜାଗା ନାହିଁ

ପୁରୀ ଅଫିସ, ୧୧ା୮: ଆଇକନିକ୍‌ ସହର ପୁରୀକୁ ସ୍ବଚ୍ଛ ରଖିବା ପାଇଁ ହେଉଥିବା ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏଭଳି ମହତ ଉଦ୍ଦେଶ୍ୟରେ ପ୍ରଶାସନିକ ଅଧିକାରୀ,...

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ଘଟଣା : ଜେଏମ୍‌ଏଫ୍‌ସିରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ

କଟକ ଅଫିସ,୯।୮ : କଟକରେ କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନୟାଗଡ ଅଞ୍ଚଳର...

ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଗଲା

ସମ୍ବଲପୁର/ହେମଗିର,୨୭ା୨(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ ଜିଲା ହେମଗିର ଅଞ୍ଚଳର ବୋଲି ଜଣାପଡିଛି।...

ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ...

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ...

ନବୀକରଣ ହୋଇପାରୁନି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା: ୨ ମାସ ହେଲା ସରୁନି ପ୍ରଶାସନିକ କାର୍ଯ୍ୟ

ଭାପୁର,୨୪ା୭ (ଡି.ଏନ୍‌.ଏ): ଦୀର୍ଘ ୨୦ ବର୍ଷ କାଳ ଓଡ଼ିଶାରେ ବିଜେଡି ସରକାର ଅମଳରେ ସବୁଠାରୁ ଅବହେଳିତ ଅବସ୍ଥାରେ  ଖବରଦାତାମାନେ ରହିଛନ୍ତି। ରାଜ୍ୟରେ ସେମାନଙ୍କୁ ଚିହ୍ନଟ କରି...

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

Leave a comment

Your email address will not be published. Required fields are marked *