ପୂରା ହେଲା ଆକାଶରେ ଉଡ଼ିବାର ସ୍ବପ୍ନ: ବିମାନଯାତ୍ରାର ମଜା ନେଲେ ୪୮ ଦିବ୍ୟାଙ୍ଗ ଶିଶୁ, କିଶୋର

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବପ୍ନ ବାସ୍ତବ ରୂପ ନେଲା। ଆକାଶରେ ଉଡ଼ିବାର ଇଚ୍ଛା ପୂରଣ ହେଲା। ସମସ୍ତଙ୍କ ଆଖିରେ ଥିଲା ଚମକ, ମୁହଁରେ ଖୁସି, ଓଠରେ ହସ ଓ ମନରେ ପରିତୃପ୍ତି। ପ୍ରଥମଥର ପାଇଁ ୪୮ ଦିବ୍ୟାଙ୍ଗ ଶିଶୁ ଓ କିଶୋର ବିମାନଯାତ୍ରାର ଆନନ୍ଦ ଲାଭ କରିବାର ସୁଯୋଗ ପାଇଥିଲେ। ଦିବ୍ୟାଙ୍ଗମାନଙ୍କ ସ୍ବପ୍ନକୁ ବାସ୍ତବରେ ପରିଣତ କରିବାକୁ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ବୁଧବାର ସକାଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ନିଆରା ପରିବେଶରେ ଦିବ୍ୟାଙ୍ଗମାନେ ପ୍ରଥମଥର ପାଇଁ ବିମାନ ଯାତ୍ରାର ମଜା ନେଇଥିଲେ।
ଏହି ‘ଡ୍ରିମ୍‌ ଫ୍ଲାଇଟ୍‌’ ବା ସ୍ବପ୍ନର ଉଡ଼ାଣ କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗମାନେ ଆମ ସାମାଜିକ ମୂଳସ୍ରୋତର ଅଂଶ ଓ ସେମାନଙ୍କ ପାଇଁ ସମସ୍ତଙ୍କର ପ୍ରତିବଦ୍ଧତା ରହିବା ଆବଶ୍ୟକ ବୋଲି କହିଥିଲେ। ଦିବ୍ୟାଙ୍ଗମାନଙ୍କ ଲାଗି କାର୍ଯ୍ୟ କରୁଥିବା ‘ସ୍ବାଭିମାନ’ର ମୁଖ୍ୟ ଡ. ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ ଏବଂ ଇଣ୍ଡିଆନ୍‌ ଏୟାରଲାଇନ୍ସ, ଏୟାର ଆଲିଆନ୍ସ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସହଯୋଗକ୍ରମେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳେ ‘ମୋ ବସ୍‌’ ଯୋଗେ ପିଲାମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ବିମାନବନ୍ଦର ଲାଉଞ୍ଜରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ସାର୍ଥକ ପାଣିଗ୍ରାହୀ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିବାବେଳେ ଉଡ଼ାଣ ପୂର୍ବରୁ କେକ୍‌ କଟାଯାଇଥିଲା। ମନ୍ତ୍ରୀ ପଣ୍ଡାଙ୍କ ସମେତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଯୁଗ୍ମ ଶାସନ ସଚିବ ଉଷା ପାଢ଼ୀ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ, ଏୟାର ଆଲିଆନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ସି.ଏସ୍‌. ହୋତା, ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ ଏବଂ ଶିଳ୍ପପତି ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ‘ମୋ କଲେଜ’ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଆକାଶ ଦାସ ନାୟକ ଉପସ୍ଥିତ ରହି ପିଲାମାନଙ୍କୁ ସ୍ବାଗତ କରିଥିଲେ। ଏହି ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଅଧିକାଂଶ ବସ୍ତିବାସିନ୍ଦା ଥିଲେ।


All Right Reserved By Dharitri.Com

ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌...

ହୋମ କ୍ବାରାଣ୍ଟାଇନ୍‌ରେ ୧୪ ଶିଷ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୨୪।୩: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି। ଶଙ୍କରାଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ବିମାନ ଯୋଗେ...

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ...

‘ନାରୀ ଚାହିଁଲେ ନୂତନ ଜଗତ ସୃଷ୍ଟି ହୋଇପାରିବ’

କଟକ ଅଫିସ,୨୫ା୧: ସାମ୍ପ୍ରତିକ ସମୟରେ ଯେଉଁ ଜଗତ ଦେଖୁଛନ୍ତି, ତାହା ପ୍ରକୃତ ଜଗତ ନୁହେଁ। ଅନ୍ୟ ଏକ ନୂତନ ଜଗତ ସୃଷ୍ଟି କରିବାକୁ ପଡିବ। ଏଥିପାଇଁ...

ଲୋକସମ୍ପର୍କ ମନ୍ତ୍ରୀଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ଆହାର କେନ୍ଦ୍ରରେ ଭୋଜନ

ଜୟପୁର,୨୬।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶନିବାର ଅଚାନକ ପରିଦର୍ଶନ କରିଛନ୍ତି ।...

ରବି ସିଂଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର,୨।୨(ବ୍ୟୁରୋ): ବିପ୍ଲବୀ କବି ରବି ସିଂଙ୍କ ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପ୍ଲବୀ କବି ରବି...

କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍‌ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଆରଜିଆଇ)ଙ୍କୁ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

Leave a comment

Your email address will not be published. Required fields are marked *