ପୁଞ୍ଜିଲାଲଙ୍କୁ ୪ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ ଅଫିସ,୨୨।୧: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ଅନ୍ତରୀଣ ଜାମିନ ମିଳିଛି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ୪ ଦିନ ଜାମିନ ଦେଇଥିବା ସୂଚନା ମିଳିଛି। ପୁଞ୍ଜିଲାଲଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ତାଙ୍କୁ୨୪ ତାରିଖରେ ଯାଇ ୨୮ ତାରିଖ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଡ଼ା ସର୍ତ୍ତ ମଧ୍ୟ ରଖିଛନ୍ତି। ଜାମିନ ଅବଧୀରେ ଗଣମାଧ୍ୟମକୁ ନ ଭେଟିବାକୁ କୁହାଯାଇଛି। ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଏକ ପାର୍ସଲ ଆସିଥିଲା। ଏହାକୁ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟ ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏପ୍ରିଲ ୨୫ରେ ତାଙ୍କୁ ଗିରଫ କରିଥିଲା। ନିକଟରେ ମା’ଙ୍କ ମୃତ୍ୟୁ ପରେ ପୁଞ୍ଜିଲାଲ ମୁଖାଗ୍ନି ଦେବା ପାଇଁ ଗୋଟିଏ ଦିନ ଜାମିନରେ ଯାଇଥିଲେ। ସେଠାରୁ ଫେରିବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଥିଲେ।


All Right Reserved By Dharitri.Com

ବଜ୍ରକାପ୍ତା, ହାତୀଦାନ୍ତ ଚୋରାଚାଲାଣ ଜେଲ ଗଲେ ୭ ବେପାରୀ

ଖୁଣ୍ଟୁଣୀ,୩ା୧୨(ଡି.ଏନ୍‌.ଏ.):  ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀଠାରୁ ନରସିଂହପୁର ବନାଞ୍ଚଳରେ ବଜ୍ରକାପ୍ତା ଓ ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନାଞ୍ଚଳ ୭ଜଣ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ...

ଟେକ୍ନୋଲୋଜି,ମହିଳା ଫ୍ରେଣ୍ଡ୍‌ଲି ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଡିଜିପି

କଟକ ଅଫିସ, ୩୧।୧୨: ୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି...

ସ୍ପା ଆଗରେ ସ୍ବାମୀଙ୍କୁ ପିଟିଲେ ସ୍ତ୍ରୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରତିଦିନ ସ୍ବାମୀ ଲୁଚିକରି ସ୍ପାକୁ ମସାଜ ପାଇଁ ଯାଆନ୍ତି। ହେଲେ ଘରେ କେହି ଜାଣିପାରନ୍ତି ନାହିଁ। ଶେଷରେ ଶୁକ୍ରବାର ସ୍ତ୍ରୀଙ୍କ ହାତରେ ଧରା ପଡ଼ିଗଲେ...

ସମୁଦ୍ରରେ ବୁଡ଼ି ଛାତ୍ର ମୃତ

ଗୋପ, ୧୬।୬(ଡି.ଏନ୍‌.ଏ.)-ସାଙ୍ଗ ସାଥୀଙ୍କ ସହ ରଜ ସଂକ୍ରାନ୍ତିରେ କୋଣାର୍କ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରଙ୍କର ରବିବାର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ...

ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ...

ସଙ୍ଗୀତ ପ୍ରତି ରାଧାକୃଷ୍ଣ ଭଞ୍ଜଙ୍କ ନିଷ୍ଠା ଥିଲା ଅନନ୍ୟ

ବାରିପଦା ଅଫିସ,୬।୧୧: ଓଡିଶାର ମହାନ ସଙ୍ଗୀତ ନିଦ୍ଦେର୍ର୍ଶକ ତଥା ମୟୂରଭଞ୍ଜ ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜଙ୍କ ଜୟନ୍ତୀ ସ୍ଥାନୀୟ ମିଶନ ସାଇନ୍ସ...

ବାଣୀବିହାର ପ୍ଲାଟିନମ୍‌ ଜୁବିଲି ଉଦ୍‌ଯାପନୀ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଠାରୁ ଟଙ୍କା ନେବା ଭିଡିଓ ଭାଇରାଲ ପ୍ରସବ କରାଇଦେବା ପାଇଁ ନେଲେ ୫ ହଜାର

ନୟାଗଡ଼ ଅଫିସ,୩।୯-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଜଣେ ମହିଳାଙ୍କୁ ପ୍ରସବ କରାଇଦେବା ପାଇଁ ଡାକ୍ତର, ଆଟେଣ୍ଡାଣ୍ଟ ଓ ଆଶା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *