Posted inଜାତୀୟ

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା ନାମକ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବାବେଳେ ତାଙ୍କ ସହ ଏକ ଟିମ୍‌ କାମ କରୁଥିବା ଜଣାପଡ଼ିଛି। ପ୍ରଥମେ ବେଙ୍ଗାଲୁରୁରେ ଇ-ଟିକେଟ କାରବାର କରୁଥିବାବେଳେ ବେଆଇନ ସଫ୍ଟଓ୍ବେୟାର କାମ ଜାରି ରଖିଥିବା ଆର୍‌ପିଏଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଆଇବି, ଇଡି, ଏନ୍‌ଆଇଏ, କର୍ନାଟକ ପୋଲିସ ମୁସ୍ତାଫାଙ୍କୁ ଜେରା କରୁଥିବା ପ୍ରକାଶ। ମଦ୍ରାସାରେ ପାଠ ପଢିଥିବା ମୁସ୍ତାଫା ମନିଲଣ୍ଡରିଂ କରି ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିବା ଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ଅରୁଣ କୁମାର ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୁସ୍ତାଫାଙ୍କ ଲାପ୍‌ଟପ୍‌ରେ ବହୁ ବିଦେଶୀଙ୍କ ନାମ ଠିକଣା, ମୋବାଇଲ ନମ୍ବର, ଏକାଧିକ ବ୍ୟାଙ୍କ, ସଫ୍ଟଓ୍ବେୟାର କମ୍ପାନୀର ଲିଙ୍କ୍‌ ଧରାପଡ଼ିଛି। ଜଣେ ସଫ୍ଟଓ୍ବେୟାର ଡେଭେଲପର ଭାବେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରି ବେଆଇନ କାମରେ ଲଗାଉଥିବା ଅଭିଯୋଗ ହେବା ପରେ ତଦନ୍ତ ଜୋର୍‌ ଧରିଛି।


All Right Reserved By Dharitri.Com

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫...

ଜଳୁଛି ଦିଲ୍ଲୀ: ମେଟ୍ରୋ ଷ୍ଟେଶନ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ...

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି...

ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ...

ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨।୭: ନାବାଳିକା ବଳାତ୍କାର ଅଭିଯୋଗରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ପୁଣି ଝଟକା। ତାଙ୍କ ଜାମିନ ଆବେଦନ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ବଳାତ୍କାର...

ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି

ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ...

ଏସ୍‌ସି, ଏସ୍‌ଟି ଆଇନ: ବିନା ତଦନ୍ତରେ ଦାଏର ହୋଇପାରିବ ଏଫ୍‌ଆଇଆର୍‌; ରାୟ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୧୦(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନ ସମ୍ପର୍କିତ ରାୟ ଦେବାର ଦେଢ଼ବର୍ଷ ପରେ ସୁପ୍ରିମକୋର୍ଟ ଏହାକୁ ଆଂଶିକ ଭାବେ ପ୍ରତ୍ୟାହାର...

Leave a comment

Your email address will not be published. Required fields are marked *