ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ୨ ଜଣଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୨ା୧-ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌ ସମର ବିଳାସ ବେହେରା ମଙ୍ଗଳବାର ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଉଭୟଙ୍କୁ ୫୭ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଆଦାୟ ହେଲେ ପୀଡ଼ିତାଙ୍କୁ ଦିଆଯିବ ବୋଲି ଅଦାଲତ କହିଛନ୍ତି। ଅଭିଯୁକ୍ତଦ୍ୱୟ ହେଲେ ବାଲିଗୁଡା ଥାନା ସିନ୍ଧିରିଗାଁ ପଞ୍ଚାୟତ ପାସେରିପଡ଼ାର ଅରୁଣ ସାହୁ ଓ ଖଜୁରିନାଳ ପାଖ ଡୁମୁଡ଼ିସାହିର ରଞ୍ଜିତ ସାହୁ ା
୨୦୧୬ ଡିସେମ୍ବର ୨୨ ତାରିଖ ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ଘର ପାଖରେ ବୁଲୁଥିଲେ। ଏହି ସମୟରେ ଅରୁଣ ଏବଂ ରଞ୍ଜିତ ଏକ ବାଇକରେ ଆସି ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ ା ଛାତ୍ରୀ ଜଣକ ପାଟି କରିବାରୁ ମୁହଁରେ କପଡ଼ା ବାନ୍ଧି ଦେଇଥିଲେ। ବାଟରେ ସେମାନେ ତାଙ୍କର ଜଣାଶୁଣା ଅରୁଣ ନାୟକଙ୍କୁ ପଛରେ ଆସିବାକୁ କହିଥିଲେ। କିଛି ବାଟ ଯିବା ପରେ ଅରୁଣ ଏବଂ ରଞ୍ଜିତ ଛାତ୍ରୀଙ୍କୁ ବାଇକ୍‌ରୁ ଓହ୍ଳାଇ ଏକ କାର୍‌ରେ ଅଳ୍ପ ଦୂର ନେଇଯାଇ ଏକ ଜଙ୍ଗଲରେ ବଳାତ୍କାର କରିଥିଲେ। ଏହାପରେ ସେମାନେ ପଥରରେ ଛାତ୍ରୀଙ୍କ ମୁହଁକୁ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଅରୁଣ ସେଠାରେ ପହଞ୍ଚି ଯାଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଛାତ୍ରୀ ଜଣକ ମରି ଯାଇଥିବା ଭାବି ଦୋଷୀ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ା ପରେ ସେହି ବାଟ ଦେଇ ଆସୁଥିବା କେତେଜଣ ଲୋକ ପୀଡ଼ିତା ଓ ଅରୁଣଙ୍କ ପାଟି ଶୁଣି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ଘଟଣା ପରଦିନ ଅର୍ଥାତ ୨୩ ତାରିଖରେ ଏହି ଖବରପାଇ ମେଡିକାଲରେ ପହଞ୍ଚିଥିଲେ ା ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୀଡ଼ିତାଙ୍କୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା ା ସେଠାରେ ତାଙ୍କର ଚେତା ଫେରିବା ପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲେ ା ଏ ନେଇ ପୀଡ଼ିତାଙ୍କ ମା’ ୨୪ ତାରିଖରେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୮୭/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା ା ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ, ଛାତ୍ରୀଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ ା


All Right Reserved By Dharitri.Com

ଦର୍ଶକଙ୍କୁ ବାନ୍ଧିରଖିଲା ମଞ୍ଚନାଟକ ମିଛ ସଂସାର

ବୀରମହାରାଜପୁର, ୨୯ା୪(ଡି.ଏନ.ଏ.)  ବର୍ତ୍ତମାନର ସିନେମା, ଟେଲିଭିଜନ ଓ ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ମଞ୍ଚନାଟକର ଆଦର କିମ୍ବା ଆକର୍ଷଣ କମିନାହିଁ।  ଏହା ପ୍ରତିପାଦିତ କରିଛନ୍ତି ସୁବର୍ଣ୍ଣପୁର ଜିଲା...

ବିଳମ୍ବରେ ଆସିଲା ଶୀତ: ପନିପରିବା ଚାଷ ପ୍ରଭାବିତ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳକୁ ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଛି। ଗତ ମଙ୍ଗଳବାରଠାରୁ ଏଠାରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦିନବେଳା...

ଜବାହରଚୌକ ପ୍ରତିଷ୍ଠାନ ପାଳିବ ପ୍ଲାଟିନମ୍‌ ଜୁବିଲି: ଛାମୁଣ୍ଡିଆରୁ କଂକ୍ରିଟ୍‌ ମଣ୍ଡପ

ଢେଙ୍କାନାଳ ଅଫିସ, ୧୬।୧୦-ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ୨ନଂ. ମେଢ଼ ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ପୂର୍ତ୍ତି ଅବସରରେ ଚଳିତବର୍ଷ ପ୍ଲାଟିନମ୍‌ ଜୁବିଲି ଉତ୍ସବ ପାଳନ...

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗଞ୍ଜାମ ଜିଲା ତାରାତାରିଣୀ ପୀଠର ଉନ୍ନତୀକରଣ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ସେହିପରି ନିର୍ଦ୍ଧାରିତ ସମୟରେ ଏହାର...

ବଉଳମାଳା ପଥର ବୋଝେଇ ଟ୍ରକ୍‌ ଜବତ ଏସ୍‌କର୍ଟରେ ଯାଉଥିବା ଯୁବକଙ୍କ ସମେତ ୫ ଜେଲ ଗଲେ

ରଣପୁର,୨୪ା୯(ସ୍ବ.ପ୍ର.): ପଡୋଶୀ ଗଞ୍ଜାମ ଜିଲାକୁ ଚୋରାରେ ଚାଲାଣ ହେଉଥିବା ବଉଳମାଳା ପଥର ବୋଝେଇ ୪୦୭ ଟ୍ରକ୍‌କୁ ରଣପୁର ପୋଲିସ ଜବତ କରିଛି। ଏହି ଘଟଣାରେ ଏସ୍‌କର୍ଟରେ...

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ପରିବାରକୁ ଭେଟିଲେ ରାଜ୍ୟ ଭାଜପାର ପ୍ରତିନିଧି ଦଳ

ମାର୍ଶାଘାଇ,୧୦।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ସୋମବାର ଉକ୍ତ ଗ୍ରାମରେ ରାଜ୍ୟ...

ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

କଟକ ଅଫିସ,୭।୨: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍‌ ଭାବେ ନିଯୁକ୍ତି ଦେଇଥିବା...

କୁଶଭଦ୍ରାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଗୋପ,୧୫।୮(ଡି.ଏନ୍‌.ଏ): ପୁରୀ ଜିଲାରେ ପ୍ରବାହିତ କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟାଜଳ ଆସିଥିବାବେଳେ ଗୋପ ବ୍ଲକ ଅଞ୍ଚଳ ନଦୀ କୂଳିଆ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

Leave a comment

Your email address will not be published. Required fields are marked *