ସମନ୍ବୟ ଅଭାବ:ମଣ୍ଡିରେ ପଡ଼ିଛି ଧାନ, ଆସୁନାହାନ୍ତି ମିଲର

ବାଲିକୁଦା,୨୨ା୧(ସ୍ବ.ପ୍ର.):ଇ-ଟୋକୋନ ମାଧ୍ୟମରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ବାଲିକୁଦାର ସମସ୍ତ ସମବାୟ ସମିତିରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ମାତ୍ର ଧାନ ସଂଗ୍ରହରେ ୩ଟି ସଂସ୍ଥାର ଦାୟିତ୍ୱ ଥିବାବେଳେ ମୁଖ୍ୟତ ଯୋଗାଣ ବିଭାଗ ଓ ମିଲରଙ୍କ ଗୁରୁଦାୟିତ୍ୱ ରହିଛି। କାରଣ ମଣ୍ଡିରୁ ମିଲରମାନେ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି। ଯୋଗାଣ ବିଭାଗ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଯାଉଛି। କିନ୍ତୁ ଚଳିତ ବର୍ଷ ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଦେଖିବାକୁ ମିଳିଛି। ଯାହାର ଉଦାହରଣ ହେଉଛି, ବାଲିକୁଦା ସମୁଦ୍ର ଉପକୂଳ ଅନନ୍ତପୁର ସେବା ସମବାୟ ସମିତି ମଣ୍ଡିରେ। ଏହି ମଣ୍ଡିରୁ ସମ୍ବଲପୁର ହନୁମାନଜୀଉ ରାଇସ ମିଲ ଧାନସଂଗ୍ରହ ପାଇଁ ଯୋଗାଣ ବିଭାଗର ଅନୁମତି ପାଇଛି। ଗତ ୧୭ ତାରିଖରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଇଟୋକନ ମାଧ୍ୟମରେ ଅନୁମତି ଦିଆଯାଇଛି। ମାତ୍ର ଏନେଇ ମିଲରଙ୍କ ସାଙ୍ଗରେ ଯୋଗାଣ ବିଭାଗ କୌଣସି ଆଲୋଚନା କରି ନ ଥିବା ଜଣାପଡିଛି। କାରଣ ଏହି ସମିତିର ଯେଉଁ ଚାଷୀ ଟୋକନ ପାଇଥିଲେ ସେମାନେ ୨୦ତାରିଖରୁ ମଣ୍ଡିରେ ଧାନ ଆଣି ରଖିଛନ୍ତି। ମାତ୍ର ଦୁଇ ଦିନ ହେବ ମିଲରଙ୍କ ଦେଖାନାହିଁ। ୧୭ ତାରିଖରେ ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଟୋକନ କରାଯାଇଥିଲା ସେହି ଚାଷୀଙ୍କ ଧାନ ଏବେ ମଣ୍ଡିରେ ପଡି ରହିଛି। ଶୀତ କାକରରେ ଚାଷୀ ଏବେ ମଣ୍ଡି ଆଗରେ ବସି ରହିଛନ୍ତି। ଏପଟେ ଯୋଗାଣ ବିଭାଗ ପୁଣି ୨୨ ତାରିଖରେ ଧାନ ଦେବାକୁ ଆଉ ୨୫ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରିଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ମଣ୍ଡିରୁ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଇବାକୁ ଚାଷୀ ଦାବି କରିଛନ୍ତି। ନଚେତ ଚାଷୀ ଅନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ସମ୍ପୃକ୍ତ ମିଲରଙ୍କ ସହିତ ଯୋଗଯୋଗ କରିବାରୁ ଆମକୁ ୭ରୁ୮ଟି ମଣ୍ଡିରୁ ଧାନ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଛି। ତେଣୁ ଧାନ ଉଠାଇବା ପାଇଁ ଗାଡିର ଅଭାବ ରହୁଛି। ସେଥିପାଇଁ ଆମେ ଧାନ ଉଠାଇ ପାରିନାହୁଁ। ତଥାପି ବୁଧବାର ୨ଟି ଗାଡିରେ କିଛି ଧାନ ନେବା ପାଇଁ ଚେଷ୍ଟା କରୁଛୁ ବୋଲି କହିଥିଲେ। ଏସମ୍ପର୍କରେ ବାଲିକୁଦା ଯୋଗାଣ ବିଭାଗ ଅଧିକାରୀ ବିଜୟ ସିଂ ପଚାରିବାରୁ ମିଲର ଯଦି ବୁଧବାର ଧାନ ନ ଉଠାନ୍ତି ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଥିଲେ।


All Right Reserved By Dharitri.Com

ସୁଧୁରୁନି ଚରମ୍ପା ଷ୍ଟେଶନରୋଡ୍‌ ଟ୍ରାଫିକ ସମସ୍ୟା

ଭଦ୍ରକ ଅଫିସ,୬।୧-ଭଦ୍ରକ ଷ୍ଟେଶନରୁ ସହରକୁ ପ୍ରବେଶ ପଥ ଚରମ୍ପା ଷ୍ଟେଶନ ଫିଡର ରୋଡ୍‌ରେ ଟ୍ରାଫିକ ଜାମ୍‌ ସମସ୍ୟା ଯୋଗୁ ଯାତ୍ରୀମାନେ ଦୈନିକ ହଇରାଣ ହେଉଛନ୍ତି। ରାସ୍ତା...

ଆବଶ୍ୟକତା ଠାରୁ କମ ବର୍ଷା: ଖରିଫ ଚାଷ କ୍ଷତିଗ୍ରସ୍ତ; ଚିନ୍ତାରେ ଚାଷୀ

ଝୁମ୍ପୁରା, ୨।୮ (ଡି.ଏନ.ଏ.)-ଆବଶ୍ୟକତାଠାରୁ ବର୍ଷାର ପରିମାଣ ଖୁବ କମ ରହିଥିବାରୁ ଝୁମ୍ପୁରା ବ୍ଲକରେ ଖରିଫ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଝୁମ୍ପୁରା ବ୍ଲକର...

ବୁଲ୍‌ବୁଲ୍‌ ପ୍ରଭାବରେ ବଢୁଛି ପବନର ବେଗ, ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦ୍ରକ ଅଫିସ, ୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରୁଛି। ସମୟ ଯେତେ ବଢ଼ୁଛି ଲୋକେ ସେତେ ଆତଙ୍କିତ ହେଉଛନ୍ତି। ଚାନ୍ଦବାଲି ବ୍ଲକର ୪୦୦...

କଳାହାଣ୍ଡି ଜିଲା କୋର୍ଟ ପରିସରରେ ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟିତ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋର୍ଟ ପରିସରରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟନ ହୋଇଯାଇଛି। ସୁପ୍ରିମ କୋର୍ଟ ଓ...

ଖେଳପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା ପରିଚାଳନା କମିଟି:ଜବରଦଖଲ ଉଚ୍ଛେଦ ଦାବି

ଭୁବନ ୧୭।୯(ଡି.ଏନ.ଏ.) ଭୁବନ ଏନ୍‌ଏସି ଅଧୀନ ୩ନଂ. ଓ୍ବାର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଖପାଖ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛି ପରିଚାଳନା...

ଜାମିନ ସର୍ତ୍ତରେ କୋହଳ ଲାଗି ହାଇକୋର୍ଟରେ ସାରଥିଙ୍କ ଆବେଦନ

କଟକ ଅଫିସ, ୩୧ା୮: ପ୍ରାୟ ୪ ବର୍ଷ ଜେଲ୍‌ରେ ରହିବା ପରେ ସାରଥି ବାବା ଓରଫ ସନ୍ତୋଷ ରାଉଳ ଗତ ଜୁଲାଇ ୨୫ରେ ଜାମିନରେ ମୁକୁଳିଥିଲେ।...

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ ସ୍ଥାନରେ ଚାଲିଛି ତନାଘନା

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଞ୍ଚାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ...

ଚମ୍ପୁଆରୁ ଝାଡ଼ଖଣ୍ଡକୁ ଚୋରାଚାଲାଣ, କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ

କେନ୍ଦୁଝର,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ପୋଲିସ ସୋମବାର ୮୦ କେଜି ଗଞ୍ଜେଇ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି...

Leave a comment

Your email address will not be published. Required fields are marked *