ଗଜଡିହୀ ଗ୍ରାମରେ ନିଆଁ ଲାଗି ଜଳିଗଲା ୩ ବଖରା

ବଡ଼ସାହି,୨୧ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ସୁହାଗପୁର ପଞ୍ଚାୟତ ଗଜଡିହୀ ଗ୍ରାମର ଖଗେଶ୍ୱର ବିନ୍ଧାଣୀଙ୍କ ଘରେ ନିଆଁ ଲାଗି ୩ ବଖରା ପୋଡି ପାଉଁଶ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଘରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ହେଁ ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଲୁଗାପଟା ଓ ଦରକାରୀ କାଗଜପତ୍ର ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ଖବରପାଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ପହଞ୍ଚି ବିପନ୍ନ ପରିବାରକୁ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି । ନିଆଁ ଲାଗିବା କାରଣ ଜଣାପଡ଼ିନଥିଲେ ହେଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି । ରାଜସ୍ବ ନିରୀକ୍ଷକ ଘଟଣାର ତଦନ୍ତ କରିବା ସହ ବିପନ୍ନ ପରିବାରକୁ ଏକ ପଲିଥିନ ଯୋଗାଇ ଦେଇଛନ୍ତି।


All Right Reserved By Dharitri.Com

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ...

ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୪ ଗିରଫ

ବାଲୁଗାଁ,୩।୨(ଡି.ଏନ୍‌.ଏ.): ରବିବାର ସନ୍ଧ୍ୟାରେ ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୪ ଜଣଙ୍କୁ ବାଲୁଗାଁ ଥାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ...

ଚୈତ୍ର ଯାତ୍ରାକୁ ନେଇ ଝଲସୁଛି ତାରାତାରିଣୀ ମନ୍ଦିର: ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୦ା୩(ଡିଏନଏ)-ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ସୋମବାର ରାତିରୁ ମନ୍ଦିରକୁ ଆଲୋକ ମାଳାରେ ସଜେଇ ଦିଆଯାଇଥିଲା। ଏହି ଭକ୍ତିମୟ ପରିବେଶର...

ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଗିରଫ

ପାଟଣା,୧୯।୧୦(ସ୍ବ.ପ୍ର.)- ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଅଜୟ କୁମାର ସାହଙ୍କଠାରୁ ରାସ୍ତାରେ ଟଙ୍କା ଲୁଟ୍‌ ଘଟଣାରେ କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ଜଗତ୍‌ସିଂହପୁର ଥାନା ଅଧୀନ ସିଙ୍ଘାରପୁର ନବାପାଟଣା ଗ୍ରାମର ରାଜୁ ଓରଫ ରାଜେଶ ଗୋଚ୍ଛାୟତ(୩୦)ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗକୁ...

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା...

ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ

ଯୋଡ଼ା, ୨୦।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କଠାରୁ ଟିପ ଚିହ୍ନ ନେଇ ପିଡିଏସ୍‌ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଯୋଗାଣ ଅଧିକାରୀଙ୍କ ନିକଟରେ...

ନାବାଳିକାଙ୍କୁ ନେଇ ସିଡବ୍ଲ୍ୟୁସି-ପୋଲିସ ବିବାଦ ଘଟଣା: ଝିଅକୁ ପାଖରେ ରଖିବାକୁ ବାପା ପ୍ରଶାସନର ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଥଇଥାନ କରିବା ନେଇ ପୋଲିସ ଓ ଜିଲା ଶିଶୁ ମଙ୍ଗଳ ସମିତି ମଧ୍ୟରେ...

Leave a comment

Your email address will not be published. Required fields are marked *