କୂଅକୁ ଠେଲି ଦାଦାଙ୍କୁ ହତ୍ୟା ଅଭିଯୋଗ, ପୁତୁରା ଅଟକ

ବଲାଙ୍ଗୀର ଅଫିସ, ୨୧।୧- ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସମ୍ପର୍କୀୟ କାକାଙ୍କୁ କୂଅ ଭିତରକୁ ଠେଲି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁର ଜଗଦାନନ୍ଦ ବେହେରା ମଙ୍ଗଳବାର ତାଙ୍କ କ୍ଷେତରେ ଥିବା କୂଅ ପାଖରେ ଠିଆ ହୋଇଥିବା ବେଳେ ସମ୍ପର୍କୀୟ ପୁତୁରା ବାଙ୍କନିଧି ବେହେରା ତାଙ୍କୁ କୂଅକୁ ଠେଲି ଦେଇ ନିଜେ ମଧ୍ୟ କୂଅକୁ ଲମ୍ଫ ପ୍ରଦାନ କରିଥିଲେ। କିଛି ସମୟ ପରେ କୂଅ ଭିତରେ ଜଗଦାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିି କୂଅ ଭିତରୁ ଜଗଦାନନ୍ଦଙ୍କ ମୃତଦେହ ଓ ପୁତୁରା ବାଙ୍କନିଧିଙ୍କୁ ଉଦ୍ଧାର କରିଥିଲେ। ଜଗଦାନନ୍ଦଙ୍କୁ ବାଙ୍କନିଧି ହତ୍ୟା କରିଥିବା ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ବାଙ୍କନିଧିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଅଟକ ବାଙ୍କନିଧିଙ୍କ ବିରୋଧରେ ପୂର୍ବରୁ ହତ୍ୟା ଅଭିଯୋଗ ରହିଛି। ୨୦୧୪ ମସିହାରେ ବାଙ୍କନିଧି ଏକ ଶିଶୁବଳି ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ସେ ଜାମିନରେ ବାହାରିଥିଲେ ।


All Right Reserved By Dharitri.Com

ଚୈତ୍ର ଯାତ୍ରାକୁ ନେଇ ଝଲସୁଛି ତାରାତାରିଣୀ ମନ୍ଦିର: ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୦ା୩(ଡିଏନଏ)-ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ସୋମବାର ରାତିରୁ ମନ୍ଦିରକୁ ଆଲୋକ ମାଳାରେ ସଜେଇ ଦିଆଯାଇଥିଲା। ଏହି ଭକ୍ତିମୟ ପରିବେଶର...

ପୋଷା ଜୀବଜନ୍ତୁଙ୍କୁ ବାହାରକୁ ତଡ଼ି ଦିଅନ୍ତୁ ନାହିଁ, ଘରେ ରଖନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଂକ୍ରମଣର ଭୟ ଆଶଙ୍କାରେ ଲୋକମାନେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ବନ୍ଦ କରିଦେଲେଣି। ହେଲେ ଏହାକୁ ଖାଇବାରେ କୌଣସି ଅସୁବିଧା ନାହିଁ।...

ତାପଙ୍ଗ ଛକରେ ବୋମା ପକାଇ ସାନି ମେଶିନ ପୋଡିଦେଲେ ଦୁର୍ବୃତ୍ତ, ୨ ଅଫୁଡ଼ା ବୋମା ଜବତ

ଖୋର୍ଦ୍ଧା ଅଫିସ, ୧୯।୬: ଖୋର୍ଦ୍ଧା ଜିଲା ତାପଙ୍ଗ ଛକ ଏନ୍‌କେଏସ୍‌ କ୍ରସର ନିକଟରେ ଥିବା ଏକ ସାନି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

ଇଡ୍‌କୋ ଉଦ୍ୟୋଗ ସଂଶୋଧନ ଯୋଜନାର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ):ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ପୂର୍ବାହ୍ନରେ ଇଡ୍‌କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟରପ୍ରାଇଜ୍‌ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍‌କୋ) ଦ୍ବାରା...

ଅନ୍‌ଲାଇନ୍‌ରେ ଡିଏଲ୍‌, ଏଲ୍‌ଏଲ୍‌ ଆବେଦନ ବନ୍ଦ

କଟକ ଅଫିସ,୨୫ା୩: ନୂତନ ମୋଟର ଯାନ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ରାଜ୍ୟର ପ୍ରାୟତଃ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ ଲୋକମାନଙ୍କ ଭିଡ...

କଳାହାଣ୍ଡି ପୋଲିସ ବିଭାଗରେ ଅଦଳବଦଳ

ଭବାନୀପାଟଣା, ୩୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଗୋଲାମୁଣ୍ଡା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଜୟପାଟଣା ଥାନାକୁ ବଦଳି କରାଯାଇଥିବା ବେଳେ...

୨୦ ବର୍ଷରେ ବୁଟୁ-ଲକ୍ଷ୍ମୀଧର ଯୋଡ଼ିଚା’ ଦୋକାନ ଦେଇଛି ସାହାରା :ଏକାଠି ଭଡା ଘର ନେଇ ସପରିବାର ରହୁଛନ୍ତି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସେମାନେ ଥିଲେ ପରସ୍ପର ଅପରିଚିତ। ଗ୍ରାମ ଅଲଗା ା କାମ ବି ଅଲଗା । ପରିସ୍ଥିତି ସେମାନଙ୍କୁ ଏକାଠି କଲା। ଆଜିକୁ...

ବାଲି ଉତ୍ତୋଳନକୁ ବିରୋଧ

ବଡ଼ସାହି,୨୦ା୧୨(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଉଠାଣୀନୂଆଗଁା ଗ୍ରାମରେ ଥିବା ଲିଜ୍‌ ବାଲିଖାଦାନରୁ ବାଲି ଉତ୍ତୋଳନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଗ୍ରାମବାସୀ ବିରୋଧ କରିଛନ୍ତିି।...

Leave a comment

Your email address will not be published. Required fields are marked *