ଉପେକ୍ଷିତ ଟସର ଚାଷୀ

ଯାଜପୁର ଅଫିସ,୨୧। ୧: ରାଜ୍ୟରେ ୨୦୧୮-୧୯ ବର୍ଷରେ ଟସର କୋଷା ୭୭୦୫୦ କାହାଣ, ତୁତ କୋଷା ୨୪୯୪୧ କିଲୋଗ୍ରାମ ଏବଂ ଏଣ୍ଡି କୋଷା ୬୫୯୦ କିଲୋଗ୍ରାମ ଉପତ୍ାଦନ ହୋଇଛି। ସେଥିରୁ ଯାଜପୁର ଜିଲାରେ ଟସର କୋଷା ମାତ୍ର ୩୩୮୬ କାହାଣ ଉପତ୍ାଦନ ହୋଇଥିବା ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ମୋହନଚରଣ ମାଝୀ ଗତ ନଭେମ୍ବରରେ ୧୬୫୪ ନମ୍ବର ବିଧାନସଭା ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି। ଅର୍ଥାତ ଟସର ଚାଷରେ ଦିନେ ପ୍ରସିଦ୍ଧି ଲାଭ କରିଥିବା ଯାଜପୁର ଜିଲାର ସୁକିନ୍ଦା ବ୍ଲକରେ ତୁତକୋଷା ଓ ଏଣ୍ଡି କୋଷା ଉପତ୍ାଦନ ଶୂନ ରହିଛି। ଏଥିରୁ ଯାଜପୁର ଜିଲାରେ ଟସର ଚାଷ ଉପରେ ସରକାର ଆଦୌ ଗୁରୁତ୍ୱ ଦେଉ ନ ଥିବା ସ୍ପଷ୍ଟ ହୋଇଛି। ରେଶମ ଉପତ୍ାଦନର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ରୀୟ ଯୋଜନା ‘ସିଲ୍‌କ ସମଗ୍ର’ ରାଜ୍ୟରେ ୨୦୧୮-୧୯ ବର୍ଷରୁ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪୦ଜଣ ହିତାଧିକାରୀଙ୍କୁ ସମୁଦାୟ ୨୭୦.୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ଯାଜପୁର ଜିଲାର ମାତ୍ର ଜଣେ ହିତାଧିକାରୀଙ୍କୁ ୫୪ ହଜାର ଟଙ୍କା ପ୍ରୋସତ୍ାହନ ମିଳିଛି। ଏଥିରୁ ଯାଜପୁର ଜିଲାର ଟସର ଚାଷୀଙ୍କୁ କିଭଳି ପ୍ରୋସତ୍ାହନ ଦିଆଯାଉଛି ତାହା ସହଜେ ଅନୁମେୟ। ଏହାବାଦ ରେଶମ ସହିତ ନଡ଼ିଆ କତା, କଟନ, ଉଲ ଆଦି ମିଶ୍ରଣ କରି କିଛି ଅଭିନବ ସାମଗ୍ରୀ ଉପତ୍ାଦନ କ୍ଷେତ୍ରରେ ଜିଲା ବହୁ ପଛରେ ରହିଛି। ଯାଜପୁର ଜିଲାର ସୁକିନ୍ଦା ଓ ଦାନଗଦୀ ବ୍ଲକରେ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାରଭାବେ ଗ୍ରହଣ କରି ସରକାର ଶିଳ୍ପାୟନକୁ ଯେଭଳି ପ୍ରେତ୍ସାହିତ କରୁଛନ୍ତି ତା ଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହାର ଗୋଟିଏ ପରେ ଗୋଟିଏ ପ୍ରମାଣ ଲୋକଲୋଚନକୁ ଆସିବାରେ ଲାଗିଛି। ଜିଲାରେ ଲୁହାପଥର, କ୍ରୋମାଇଟ ଭଳି ଖଣିଜ ଭଣ୍ଡାର, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଅଜସ୍ର ଜଳରାଶି ଏଠାରେ କେବଳ ଶିଳ୍ପାୟନ ପାଇଁ ଆକର୍ଷଣର ଉପାଦାନ ହୋଇଛି। କିନ୍ତୁ ସରକାର ଚାଷୀଙ୍କ ପାଇଁ ବୁନ୍ଦାଏ ଜଳସେଚନ କରିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷେ ସୁକିନ୍ଦା ବ୍ଲକ ରାଁସୋଲ ପଞ୍ଚାୟତର ଜନ୍ତିଆ ଓ ତେନ୍ତୁଳପାଳ ଗ୍ରାମର ପ୍ରାୟ ୧୪ଜଣ ଟସର ଚାଷୀ ଅନ୍ୟ ମାଧ୍ୟମରେ ସହଯୋଗ ନେଉଛନ୍ତି। ମୋଟ ୨୫ଏକର ଜମିରେ ଟସର ଚାରାରୋପଣ କରିଛନ୍ତି। ଓଡିଶା ସରକାରଙ୍କ ସମବାୟ ସଂସ୍ଥାଗୁଡିକରେ ଏହି ଅଞ୍ଚଳର ପ୍ରାୟ ୧୨୦୦ ଚାଷୀ ତାଲିକାଭୁକ୍ତ ହୋଇଛନ୍ତି। କିନ୍ତୁ ଆବଶ୍ୟକ ପ୍ରୋସତ୍ାହନ ମିଳୁ ନ ଥିବାରୁ ଏହି ଚାଷୀମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସେମାନଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ପ୍ରଶିକ୍ଷଣ, ପରିଦର୍ଶନ ଯାତ୍ରା, ମାଗଦର୍ଶନ, ପରିଚାଳନା, ଯନ୍ତ୍ରପାତି ଓ ସହାୟକ ଉପକରଣ ଭଳି ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଅନ୍ୟପକ୍ଷେ ପିମ୍ପୁଡିଆ ମୌଜାରେ ଟସର ଉପତ୍ାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଠାରେ ପ୍ରାୟ ୩୦୦ ଚାଷୀ ଟସର ଚାଷ କରି ଦିନେ ଉପକୃତ ହେଉଥିଲେ। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଆୟ ବୃଦ୍ଧି ପାଇଁ ଆହୁରି ସହଯୋଗର ହାତ ବଢାଇଲେ ଅଧିକ ଟସର ଚାଷୀ ସ୍ବାବଲମ୍ବୀ ହୋଇପାରିବେ ବୋଲି ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri