୧% ଅତିଧନୀଙ୍କ ପାଖରେ ସିଂହ ଭାଗ ସମ୍ପତ୍ତିି

ଡାଭୋସ,୨୧-୧: ଭାରତର ୧% ଅତିଧନୀ ବ୍ୟକ୍ତି ବିଶେଷଙ୍କ ନିକଟରେ ଦେଶର ମୋଟ ସମ୍ପତ୍ତିର ସିଂହ ଭାଗ ଅଂଶ ରହିଛି। ଏମାନଙ୍କ ପାଖରେ ଦେଶର ୭୦% ଜନସଂଖ୍ୟାଙ୍କ ମୋଟ ସମ୍ପତ୍ତିର ୪ଗୁଣରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଛି। ସେହିଭଳି ଭାରତୀୟ ବିଲିୟନେୟାରଙ୍କ ନିକଟରେ ଦେଶର ବାର୍ଷିକ ସାଧାରଣ ବଜେଟଠାରୁ ଅଧିକ ସମ୍ପତ୍ତି ରହିଥିବା ସୋମବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌)ର ୫୦ତମ ବାର୍ଷିକ ସମ୍ମିଳନୀ ପୂର୍ବରୁ ଅକ୍ସଫାମ୍‌ ଗ୍ରୁପର ଟାଇମ ଟୁ କେୟାର ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଏହି ଅବସରରେ ଅକ୍ସଫାମ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର ୨,୧୫୩ ବିଲିୟନେୟାର ବିଶ୍ୱର ୬୦% ଜନସଂଖ୍ୟା ବା ୪.୬% ବିଲିୟନଙ୍କ ନିକଟରେ ଥିବା ସମ୍ପତ୍ତିଠାରୁ ଅଧିକ ସମ୍ପତ୍ତି ହାସଲ କରିଛନ୍ତି।
ବିଶ୍ୱ ସ୍ତରରେ ଆର୍ଥତ୍କ ଅସମାନତା ବୃଦ୍ଧି ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ଦଶନ୍ଧିରେ ବିଲିୟନେୟାରଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ଜଣାପଡିଛି। ଗତ ବର୍ଷ ଏମାନଙ୍କର ମୋଟ ସମ୍ପତ୍ତିରେ ବୃହତ୍‌ ପରିମାଣର ହ୍ରାସ ଘଟିଥିବା ନଜରକୁ ଆସିଥିଲା। ବିନା କୌଣସି ସୁଚିନ୍ତିତ ନୀତି ଦ୍ୱାରା ବିଶ୍ୱ ସ୍ତରରେ ବଢୁଥିବା ଅସମାନତାକୁ ଦୂର କରିବା ସମ୍ଭବ ହେବ ନାହିଁ। ମାତ୍ର କିଛି ଦେଶର ସରକାର ଏ ଦିଗରେ ଯୋଜନା ହାତକୁ ନେଉଥିବା ଅକ୍ସଫାମ ଇଣ୍ଡିଆର ସିିଇଓ ଅମିତାଭ ବେହାର କହିଛନ୍ତି। ଡବ୍ଲ୍ୟୁଇଏଫ୍‌ ସମିଟରେ ଚଳିତ ବର୍ଷ ଲିଙ୍ଗଗତ ଅସମାନତା ଏବଂ ଆୟ ଭଳି ବିଷୟ ସ୍ଥାନ ପାଇବ। ସମ୍ବିଧାନ ପ୍ରଦତ୍ତ ଆଇନର କ୍ଷୁର୍ଣ୍ଣତା, ଦୁର୍ନୀତି, ସାଧାରଣ ସାମଗ୍ରୀ ଏବଂ ସେବା ଦର ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ସମ୍ପକରେ ଡବ୍ଲ୍ୟୁଇଏଫ ଏହାର ରିପୋଟରେ ଉଲ୍ଲେଖ କରିଛି।
ଗତ ୩ ଦଶନ୍ଧିରେ ବିଶ୍ୱ ସ୍ତରରେ ଅସମାନତା କମିଥିଲେ ମଧ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଘରୋଇ ଆୟ ଅସମାନତା ବଢିଛି। ରିପୋର୍ଟ ମୁତାବକ ଦେଶର ମହିଳା କର୍ମଚାରୀମାନେ ପ୍ରମୁଖ ଟେକ୍ନୋଲୋଜି ସିଇଓମାନେ ବର୍ଷକରେ ଲାଭ କରୁଥିବା ବେତନ ସହ ସମକକ୍ଷ ଆୟ କରିବା ଲାଗି ୨୨,୨୭୭ ବର୍ଷ ଲାଗିବ। ଏହି କମ୍ପାନୀଗୁଡିକରେ ଜଣେ ସିଇଓ ୧୦ ମିନିଟରେ ଯେତିକି ଆୟ କରନ୍ତି ଜଣେ ଘରେ କାମ କରୁଥିବା ମହିଳାଙ୍କୁ ତାହା ଆୟ କରିବାକୁ ଗୋଟିଏ ବର୍ଷ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି। ମହିଳା ଏବଂ ବାଳିକାମାନେ କରୁଥିବା ଅନପେଡ କେୟାର ଓ୍ବାର୍କର ମୂଲ୍ୟ ପ୍ରାୟ ୧୯ ଲକ୍ଷ କୋଟି ହେବ,ଯାହା ଦେଶର ଶିକ୍ଷା ବଜେଟର ପ୍ରାୟ ୨୦ ଗୁଣ ଅଧିକ। ଗ୍ଲୋବାଲ ସର୍ଭେ ମୁତାବକ ୨୨ ଅତିଧନୀଙ୍କ ନିକଟରେ ରହିଥିବା ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତିଠାରୁ ଅଧିକ। ମହିଳା ଏବଂ ବାଳିକାମାନେ ପ୍ରତିଦନି କରୁଥିବା ୧୨.୫ ବିଲିୟନ ଘଣ୍ଟା ଅନପେଡ କେୟାରଓ୍ବାର୍କର ବିଶ୍ୱକୁ ଯୋଗଦାନ ପ୍ରାୟ ୧୦.୮ ଟ୍ରିଲିୟନ ଡଲାର ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


All Right Reserved By Dharitri.Com

ବଜେଟକୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ

ନୂଆଦିଲ୍ଲୀ,୨୦-୧: ବଜେଟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସୋସିଆଲ ମିଡିଆ କ୍ୟାମ୍ପେନ୍‌...

କମିପାରେ ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ,୨୯-୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଘଟିଛି। ଏହା ଫଳରେ ଆଗାମୀ ଦିନରେ ଭାରତୀୟ ଉପଭୋକ୍ତାଙ୍କ ଲାଗି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ...

କୋଲକାତା ଚାଲିଯିବ ଟାଟା ସ୍ପଞ୍ଜ କର୍ପୋରେଟ ଅଫିସ;ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କୋଲକାତା/କେନ୍ଦୁଝର(ସ୍ବ.ପ୍ର),୨୦-୪: ଟାଟା ଷ୍ଟିଲ୍‌ର ଏକ ସହଯୋଗୀ କମ୍ପାନୀ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ ଏହାର କର୍ପୋରେଟ ଅଫିସ୍‌କୁ କୋଲକାତାକୁ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନେଇଛି। ସିଙ୍ଗୁର...

କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ...

ଭିତ୍ତିଭୂମି ବିକାଶ ଲାଗି ରେଲଓ୍ବେ ଖର୍ଚ୍ଚ କରିବ ୧୮ ହଜାର କୋଟି

ନୂଆଦିଲ୍ଲୀ,୨୩-୧୦: ରେଲଓ୍ବେ ପକ୍ଷରୁ ଏକ ନୂଆ ଯୋଜନାରେ ୧୮ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭିତ୍ତିଭୂମି ଉନ୍ନତୀକରଣରେ ଏହି ଅର୍ଥ...

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ବିକଳ୍ପ

ନୂଆଦିଲ୍ଲୀ,୧୯-୩: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ଏହାର କର୍ମଚାରୀଙ୍କୁ ଘରୁ କାମ କରିବା ବିକଳ୍ପ ପ୍ରଦାନ କରାଯାଇଛି। କରୋନା ପ୍ରଭାବ ଯୋଗୁ ଏଭଳି ନିଷ୍ପତ୍ତି ହୋଇଥିବା...

ଶୁଳ୍କମୁକ୍ତ ଦୋକାନରେ ଜିଏସ୍‌ଟି ଲାଗୁ ହେବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୨୬-୫: ଶୁଳ୍କମୁକ୍ତ ଦୋକାନରୁ ପରଫ୍ୟୁମ୍‌, ଚକୋଲେଟ ଆଦି ସାମଗ୍ରୀ କିଣାରେ ଜିଏସ୍‌ଟି ଆଦାୟକୁ ନେଇ ଏକାଧିକ କୋର୍ଟ ରାୟ ଶୁଣାଇ ଥିବା ବେଳେ ଏହାକୁ ନେଇ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୦.୭%

ଭୁବନେଶ୍ୱର,୨-୪: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ୩୩୦ ପଏଣ୍ଟ ଥିଲା। ଫେବୃୟାରୀ ଏଥିରେ ୨ ପଏଣ୍ଟ ହ୍ରାସ...

Leave a comment

Your email address will not be published. Required fields are marked *