Posted inଖେଳ

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୭ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୬୬ ରନ କରି ବିଜୟୀ ହୋଇଛି। ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
୧୬୪ ରନ ଟାର୍ଗେଟର ପିଛା କରିଥିବା ଦିଲ୍ଲୀ ତରଫରୁ ଆୟାର ୪୯ ବଲରୁ ୫ ଚୌକା ଓ ୧ ଛକା ସହ ୫୮ ରନ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଶିଖର ଧାଓ୍ବନ ୪୧ ବଲରୁ ୭ ଚୌକା ଓ ୧ ଛକା ସହ ୫୬, ପୃଥ୍ବୀ ଶ ୧୩, କଲିନ୍‌ ଇନ୍‌ଗ୍ରାମ ୧୯, ରିଷଭ ପନ୍ତ ୬, ଅକ୍ଷର ପଟେଲ ୧ ରନ କରି ଆଉଟ ହୋଇଥିବା ବେଳେ ଶେରଫାନ ରଦରଫୋର୍ଡ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ହାର୍ଡୁସ ଭିଲଜୋଏନ ୨ ଓ ମହମ୍ମଦ ସାମି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଲୋକେଶ ରାହୁଲଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ରାହୁଲ ୧୨ ରନ କରି ଆଉଟ ହେବା ପରେ ମୟଙ୍କ ଅଗ୍ରଓ୍ବାଲ ୨ ରନ କରି ନିରାଶ କରିଥିଲେ। କ୍ରିସ୍‌ ଗେଲ ଓ ମନଦୀପ ସିଂଙ୍କୁ ବାଦ ଦେଲେ ଅନ୍ୟମାନେ ସଫଳ ହୋଇ ନ ଥିଲେ। ଗେଲ୍‌ ୩୭ ବଲରୁ ୬ ଚୌକା ଓ ୫ ଛକା ସହ ୬୯ ରନ, ଡେଭିଡ ମିଲର ୭, ସାମ କୁରାନ ବିନା ସ୍କୋରରେ ଆଉଟ ହୋଇଥିଲେ। ମନଦୀପ ସିଂ ୨୭ ବଲରୁ ୧ ଚୌକା ଓ ୧ ଛକା ସହ ୩୦ ରନ କରିଥିଲେ। ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ୧୬ ରନ କରି ଆଉଟ ହୋଇଥିଲେ। ହରପ୍ରୀତ ବ୍ରାର ୨୦ ଓ ହାର୍ଡୁସ ଭିଲଜୋଏନ ୍‌ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଲାମିଚେନ୍‌ ୩, ରାବାଡ଼ା ଓ ଅକ୍ଷର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୬୩/୭
(ଗେଲ୍‌- ୬୯, ମନଦୀପ- ୩୦, ହରପ୍ରୀତ- ୨୦*, ଲାମିଚେନ- ୩/ ୪୦, ରାବାଡ଼ା- ୨/୨୩, ଅକ୍ଷର- ୨୨)।
ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୧୬୬/୫
(ଆୟାର- ୫୮*, ଧାଓ୍ବନ- ୫୬, ଭିଲଜୋଏନ- ୨/୩୯)।


All Right Reserved By

Posted inଖେଳ

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ଆର୍ଚର

ଲଣ୍ଡନ,୨୧ା୫- ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଷ୍ଟାଣ୍ଡ ବାଇ ଭାବେ ରଖାଯାଇଥିବା ଜୋର୍ଫା ଆର୍ଚରଙ୍କୁ ବିଶ୍ୱକପ୍‌ ଲାଗି ମଙ୍ଗଳବାର ଘୋଷିତ ଇଂଲଣ୍ଡ ଦଳରେ ସ୍ଥାନ ମିଳିଛି।...

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ...

ଫିଟ୍‌ ରହିବାକୁ ଯୋଗ କରୁଛନ୍ତି ଗେଲ୍‌

ନୂଆଦିଲ୍ଲୀ,୧୬।୫(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଏଥର କ୍ୟାରିୟର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୯ ବର୍ଷରେ ମଧ୍ୟ ସେ ନିଜକୁ...

ସୁପର ଶଟ୍‌ ଲିଗ୍‌ ୨୭ରୁ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଶୁଟରମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଶୁଟିଂ ସ୍ପୋଟର୍‌ସରେ ପ୍ରଥମଥର ପାଇଁ ଓଡ଼ିଶାରେ ଏକ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଗନ୍‌ ଫର...

ଟେନିସ୍‌ କୋର୍ଟରେ ଫୁଟ୍‌ବଲ ଖେଳିଲେ

ହାଲେ(ଜର୍ମାନୀ),୧୯ା୬: ଏଠାରେ ଚାଲିଥିବା ହାଲେ ଓପନ ଗ୍ରାସ କୋର୍ଟ ଟୁର୍ନାମେଣ୍ଟରେ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ବେନୋଟ ପାଇରେ ଓ ଜୋ ଓ୍ବିଲଫ୍ରେଡ ଟିସୋଙ୍ଗା...

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ...

ପୂର୍ବତନ ୟୁଫା ମୁଖ୍ୟଙ୍କୁ ପଚରାଉଚରା

ପ୍ୟାରିସ,୧୮।୬(ପିଟି)- ପୂର୍ବତନ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ ମୁଖ୍ୟ ମାଇକେଲ ପ୍ଲାଟିନିଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିବା ସହ କାତାରରେ ହେବାକୁ ଯାଉଥିବା ପରବର୍ତ୍ତୀ ଫିଫା ବିଶ୍ୱକପ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *