Posted inଜାତୀୟ

ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ସବୁ ଦାବି ମାନି ନେଲେ ଉଦ୍ଧବ

ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟଙ୍କ ସହ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କର ସମସ୍ତ ଦାବି ମାନିନେଇଥିବା କହିଛନ୍ତି ଶିବସେନାର ନେତା ତଥା ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟ କମଲାକର କୋଠେ। ଏନେଇ ମୁଖ୍ୟମନ୍ତ୍ରୀ ଆଗକୁ କୌଣସି ବିବାଦୀୟ ବୟାନ ନ ଦେବା ସହ ଏହି ପ୍ରସଙ୍ଗକୁ ଏଠାରେ ସମାପ୍ତ କରିଛନ୍ତି ବୋଲି କମଲାକର କହିଛନ୍ତି। ତେବେ ଏହି ନିଷ୍ପତ୍ତିରେ ଶିରିଡିବାସୀ ନିଜର ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବରଂ ପାଥ୍ରୀ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ଠାକରେ। ଏଥିସହ ପାଥ୍ରୀର ବିକାଶ ପାଇଁ ଶହେକୋଟି ଟଙ୍କା ମଧ୍ୟ ସେ ମଞ୍ଜୁର କରିଥିଲେ। ପରେ ଠାକରେଙ୍କ ଏହି ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ। ଏହାକୁ ନେଇ ରବିବାର ଶିରିଡି ବନ୍ଦଥିବା ବେଳେ ଭକ୍ତମାନେ କିନ୍ତୁ ବାବାଙ୍କ ଦର୍ଶନ କରିବାରେ କୌଣସି ସମସ୍ୟା ଉପୁଜି ନ ଥିଲା। ମନ୍ଦିର ଖୋଲା ରହିବା ସହ ପ୍ରସାଦାୟଳ ମଧ୍ୟ ଖୋଲା ରଖାଯାଇଥିଲା।


All Right Reserved By Dharitri.Com

ମନି ଲଣ୍ଡରିଂ ମାମଲା: କଂଗ୍ରେସ ନେତା ଶିବକୁମାର ଗିରଫ

ନୂଆଦିଲ୍ଲୀ, ୪ା୯: କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଗିରଫ କରିଛି। କର୍ନାଟକର ଏହି ପୂର୍ବତନ ମନ୍ତ୍ରୀ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ମମତାଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ୍‌: ଆଜି ପଶ୍ଚିମବଙ୍ଗ ଯିବି, ଦେଖିବା କ’ଣ ହେଉଛି

ଲକ୍ଷ୍ନୌ, ୧୬।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...

କଂଗ୍ରେସ-ଶିବସେନା-ଏନ୍‌ସିପିକୁ ଘାରିଛି ବାଡ଼ଡିଆଁ ଭୟ !

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଡୋରି ଧରିଛନ୍ତି। ତେବେ ଶକ୍ତି ପରୀକ୍ଷା...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଅଭିଯୁକ୍ତ ପବନ ଗୁପ୍ତାଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଘଟଣା ସମୟରେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ...

ଲୋକଙ୍କ ଅର୍ଥରେ ଆତ୍ମପ୍ରଚାର ମନା

ନୂଆଦିଲ୍ଲୀ, ୨୦।୧: (ଆଇଏଏନ୍‌ଏସ୍‌): ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜମ୍ମୁ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ...

ଏକ୍‌ଜିଟ୍‌ ପୋଲ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା ହେବ ଫଳାଫଳ: କଂଗ୍ରେସ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇ ଗଲାଣି। ଏକ୍‌ଜିଟ୍‌ ପୋଲ୍‌ କହୁଛି ଏଥର ପୁଣିଥରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ...

Leave a comment

Your email address will not be published. Required fields are marked *