‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌ ୪୧ ସେକେଣ୍ଡର ହୋଇଥିବା ବେଳେ ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏଥିରେ ଆୟୁଷ୍ମାନ ଜଣେ ସମଲିଙ୍ଗୀ ପୁରୁଷ ଭୂମିକାରେ ନଜର ଆସିଛନ୍ତି, ଏଥିରେ ସେ ଜଣେ ପୁଅଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏଥିରେ ଜିତେନ୍ଦ୍ର କୁମାର ଓ ନୀନା ଗୁପ୍ତାଙ୍କ ଭଳି ମଲ୍ଟି ଷ୍ଟାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୦୧୭ର ସୁପରହିଟ୍‌ ହୋଇଥିବା ‘ଶୁଭ ମଙ୍ଗଲ ସାବଧାନ’ର ସିକ୍ୱେଲ୍‌। ଏହି ଫିଲ୍ମ ଏକ ସମଲିଙ୍ଗୀ ପ୍ରେମ କାହାଣୀ ଉପରେ ଆଧାରିତ। ଏକ ରୂଢ଼ିବାଦୀ ପରିବାରରେ ସମଲିଙ୍ଗୀ ପ୍ରେମକୁ କିଭଳି ଦେଖାଯାଇଛି ତାହା ଏଥିରେ ପରିବେଷଣ କରାଯାଇଛି। ତେବେ ଫିଲ୍ମର ଟ୍ରେଲରକୁ ଦେଖିବା ପରେ ଦର୍ଶକେ ବହୁ ଉତ୍ସାହର ସହ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ହିତେଶ କେବଲ୍ୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃୟାରୀ ୨୧ରେ ପରଦାକୁ ଆସିବ।


All Right Reserved By Dharitri.Com

ହ୍ରିତିକ-ଅମିଷା: ୯୨ ପୁରସ୍କାର

ହ୍ରିତିକ ରୋଶନଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘କହୋ ନା ପ୍ୟାର୍‌ ହୈ’। ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସୁପର ହିଟ୍‌ ହେବା ସହ...

ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର...

୩୭ ବର୍ଷରେ ସାଉଥ୍‌ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନ: ଆକ୍ସନ୍‌ ସିନ୍‌ ଭାରି ପସନ୍ଦ

ଚେନ୍ନାଇ: ସାଉଥ୍‌ ଫିଲ୍ଟ ଷ୍ଟାର୍‌ ଆଲୁ ଅର୍ଜୁନ ବୁଧବାର ୩୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ...

ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ

ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ...

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର...

ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ବଚ୍ଛତାକୁ ନେଇ ପ୍ରଯୋଜକମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକୃତପକ୍ଷେ ବିଗତ ଦିନର ପୁରସ୍କାର ବେଳେ କଳାକାର, ଟେକ୍ନିସିଆନ, ପ୍ରଯୋଜକ,...

ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ...

Leave a comment

Your email address will not be published. Required fields are marked *