ପର୍ଯ୍ୟଟକଙ୍କୁ ଚାପିଦେଲା ବସ୍‌: ଜଣେ ମୃତ, ୧ ଗୁରୁତର

ବ୍ରହ୍ମଗିରି, ୨୦।୧(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କରମଳାସ୍ଥିତ ଅଭିରାମ ପରମହଂସ ଆଶ୍ରମ ନିକଟରେ ସୋମବାର ୨ ଜଣ ମହିଳା ପର୍ଯ୍ୟଟକଙ୍କୁ ବସ୍‌ ଚାପି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ଗୁରୁତର ଜଣକ ହେଲେ ନୟନା ସାହୁ ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ରଣଡ଼ିହାରୁ ପର୍ଯ୍ୟଟକଙ୍କୁ ଧରି ଏକ ବସ୍‌ (ଓଡି-୦୫-ଏଆର୍‌-୧୮୧୪) ପରମହଂସ ଆଶ୍ରମ ଆସିଥିଲା। ସେଠାରେ ଯାତ୍ରୀମାନେ ଓହ୍ଲାଇ ବସ୍‌ ପଛପଟେ ବସିଥିଲେ। ଡ୍ରାଇଭର ଏହା ଜାଣି ନ ପାରି ଗାଡ଼ିଟିକୁ ପଛକୁ ନେବା ସମୟରେ ଚାପିହୋଇ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ନୟନା ଗୁରୁତର ହୋଇଥିଲେ। ଖବରପାଇ ଗଡ଼ିଶାଗୋଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


All Right Reserved By Dharitri.Com

ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି କୁନିକୁନି ପିଲା

କେନ୍ଦୁଝର, ୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରାମାଞ୍ଚଳରେ ରାସ୍ତାଘାଟ ସମସ୍ୟା ଯୋଗୁ କୁନିକୁନି ପିଲା ପାଣିରେ ପଶି ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି।...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମଦ ଦୋକାନରେ ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୭ା୯: ଭାରତ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଆଧାରରେ ଦଶହରା ସମୟରେ ଜଗତ୍‌ସିଂହପୁର ସହରରେ ଥିବା ମଦ ଦୋକାନଗୁଡିକରେ...

 ସୀମାନ୍ତ ପରିଦର୍ଶନ କଲେ ପୂର୍ବାଞ୍ଚଳ ଆଇଜି

ବାରିପଦା ଅଫିସ, ୩୧ା୩- ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନକୁ କଡ଼ାକଡ଼ି ପାଳନ କରାଯିବା ସହିତ ସମସ୍ତ ରାଜ୍ୟ ଓ ଜିଲାର ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକ ସିଲ୍‌...

ଜିଆର୍‌ଏସ୍‌ ସଂଯୁକ୍ତା ହତ୍ୟା ମାମଲା,୨ ମିଲିସିଆ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୮ା୧- ସାଧାରଣ ନିର୍ବାଚନ ବେଳେ କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ...

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର...

ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ବାନ

ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଗାନ୍ଧୀପାର୍କଠାରେ ଶନିବାର ସମ୍ବିଧାନ ବଞ୍ଚାଅ ଓ ଭାରତ ଯୋଡ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ...

ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ...

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି...

Leave a comment

Your email address will not be published. Required fields are marked *