Posted inଜାତୀୟ

୬୩ ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷର ବଜେଟ ତୁଳନାରେ ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା ସମ୍ପତ୍ତି ଦେଶର ୯୫ କୋଟି ଲୋକଙ୍କ ପାଖରେ ଥିବା ସମ୍ପତ୍ତି ସହ ସମାନ। ସେହିପରି ୬୩ ଅରବପତି ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷ ବଜେଟ୍‌ ତୁଳନାରେ ଅଧିକ ସମ୍ପତ୍ତି ରହିଛି। ଏନେଇ ଓକ୍ସଫାମ୍‌ ପକ୍ଷରୁ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ‘ଟାଇମ୍‌ ଟୁ କେୟାର’ରେ ସୋମବାର ପ୍ରକାଶ ପାଇଛି। ଓକ୍ସଫାମ୍‌ ଧନୀ-ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ। ୨୦୧୮-୧୯ରେ ଦେଶର ବଜେଟ ୨୪ ଲକ୍ଷ ୪୨ ହଜାର ୨ଶହ କୋଟି ଟଙ୍କା ଥିଲା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଘରେ କାମ କରୁଥିବା ଜଣେ ମହିଳାଙ୍କ ରୋଜଗାର ଟେକ୍‌ କମ୍ପାନୀରେ କାମ କରୁଥିବା ସିଇଓଙ୍କ ଏକ ବର୍ଷର ଦରମା ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ମହିଳା ଜଣଙ୍କୁ ଏହି ଟଙ୍କା ରୋଜଗାର କରିବା ପାଇଁ ୨୨ ହଜାର ୨ ଶହ ୭୭ ବର୍ଷ ଲାଗିଯିବ। ଭାରତରେ ସମ୍ପ୍ରତି ପ୍ରଣୟନ କରାଯାଇଥିବା ଅର୍ଥବ୍ୟବସ୍ଥାରେ ମହିଳା ଏବଂ ଯୁବତୀ କମ୍‌ ସୁଫଳ ପାଇବେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ପୃଥିବୀରେ ଅରବପତିଙ୍କ ସଂଖ୍ୟା ୨ ଗୁଣା ବଢ଼ିଥିବା ଏଥିରେ ପ୍ରକାଶ ପାଇଛି। ପୃଥିବୀର ୨ ହଜାର ଶହେ ୫୩ ଅରବପତିଙ୍କ ପାଖରେ ଥିବା ସମ୍ପତ୍ତି ୪୬୦ କୋଟି ଲୋକ ଅର୍ଥାତ୍‌ ୬୦ ପ୍ରତିଶତ ଜନସଂଖ୍ୟାଙ୍କ ସମ୍ପତ୍ତି ସହ ସମାନ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ପୃଥିବୀର ୨୨ ଜଣ ଧନୀକଙ୍କ ସମ୍ପତ୍ତି ଆଫ୍ରିକାର ସମସ୍ତ ମହିଳାଙ୍କ ସମ୍ପତ୍ତି ସହିତ ସମାନ ଥିବା ଏଥିରେ ପ୍ରକାଶ ପାଇଛି।


All Right Reserved By Dharitri.Com

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ; ସଂସଦରେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ବୁଧବାର ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସଂସଦ...

ଉତ୍ତରପୂର୍ବରେ କୋହଳ ହେଲା କର୍ଫ୍ୟୁ, ବନ୍ଦ ରହିଛି ଇଣ୍ଟରନେଟ ସେବା

ଗୁଆହାଟୀ,୧୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ଉତ୍ତରପୂର୍ବ ଭାରତରେ ଆନ୍ଦୋଳନର ନିଆଁ ତେଜିବାରେ ଲାଗିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ...

କେନ୍ଦ୍ରକୁ କଂଗ୍ରେସର ପ୍ରଶ୍ନ:ଜିନ୍‌ଜିଆଙ୍ଗ୍‌କୁ ନେଇ ନୀରବ କାହିଁକି

ନୂଆଦିଲ୍ଲୀ,୧୧-୧୦:: କଶ୍ମୀରକୁ ନେଇ ଚାଇନା ବାରମ୍ବାର ମୁଣ୍ଡ ଖେଳାଉଥିବାବେଳେ ଜିନ୍‌ଜିଆଙ୍ଗ୍‌, ହଂକଂ ଓ ତିବ୍ବତ ପ୍ରସଙ୍ଗରେ ଭାରତ କାହିଁକି ନୀରବ ରହୁଛି ବୋଲି ଗୁରୁବାର କଂଗ୍ରେସ...

ଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ପାଟନା,୧୮ା୪(ପି.ଟି.): ବରିଷ୍ଠ ଆରଜେଡି ନେତା ମହମ୍ମଦ ଅଲି ଅଶ୍ରଫ୍‌ ଫାତ୍‌ମି ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବଙ୍କ ବ୍ୟବହାରକୁ ନେଇ...

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌...

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା...

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ...

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

Leave a comment

Your email address will not be published. Required fields are marked *