Posted inଫୁରସତ

ବରଫରେ ସ୍ପୋର୍ଟସ କାର୍‌ ନିର୍ମାଣ କଲେ ଯୁବକ

ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ କରିଛନ୍ତି। ସେ ବରଫରେ ଏକ ସ୍ପୋର୍ଟସ କାର୍‌ ନିର୍ମାଣ କରିଛନ୍ତି। ବଡଗାମର ରାସ୍ତା କଡରେ ନିର୍ମିତ ଏହି କାର୍‌କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଛି। ପର୍ଯ୍ୟଟକମାନେ ସେଲଫି ନେବା ପାଇଁ କାର୍‌ ନିକଟରେ ଭିଡ ଜମାଇଛନ୍ତି। ଜୁବୈର୍‌ ଦୁଇ ଦିନରେ ଏହି କାର ନିର୍ମାଣ କରିଛନ୍ତି। ସୂଚନାଯୋଗ୍ୟ, ଜୁବୈର ଜଣେ ଆଇସ୍‌ ଆର୍ଟିଷ୍ଟ ଭାବେ ଜଣାଶୁଣା। ଏହାପୂର୍ବରୁ ସେ ବରଫରେ ହେଲିକପ୍ଟର, ଭାଲୁ, ବାଇକ୍‌ ଏବଂ ଟ୍ରେନ୍‌ ଭଳି କଳାକୃତି ନିର୍ମାଣ କରିଛନ୍ତି।


All Right Reserved By Dharitri.Com

ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର...

ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ।...

ଗଛ କରୁଛି ଟ୍ବିଟ୍‌

ଆଜିର ଏହି ସୋସିଆଲ ମିଡିଆ ଯୁଗରେ ସୋସିଆଲ ସାଇଟ୍ସକୁ ନେଇ ପ୍ରାୟ ସମସ୍ତେ ଅବଗତ। ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଭଳି ସୋସିଆଲ ସାଇଟ୍ସର ଏବେ ବହୁଳ...

ଏମିତି ମନ୍ଦିର, ଯେଉଁଠି ମାନବମୁଖରେ ପୂଜାପାନ୍ତି ଭଗବାନ ଶ୍ରୀଗଣେଶ

ସାଧାରଣତଃ ପ୍ରତ୍ୟେକ ମନ୍ଦିରରେ ଭଗବାନ ଶ୍ରୀଗଣେଶଙ୍କ ଗଜମୁଖ ସ୍ବରୂପ ପ୍ରତିମା ସ୍ଥାପିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତସ୍ଥିତ ଏକ ମନ୍ଦିରରେ ଏହାର ପରିବର୍ତ୍ତନ ଦେଖିବାକୁ ମିଳିଛି।...

ପକେଟ୍‌ମାର କରି ମାସକୁ ୧୯ ଲକ୍ଷ ଟଙ୍କା କମାନ୍ତି ଏହି ମହିଳା, କିନ୍ତୁ ପାଖରେ ନାହିଁ ଗୋଟିଏ ଟଙ୍କା

ଲଣ୍ଡନ,୨୯।୧୨: ଆଜି ଆମେ ଏକ ଅଜବ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେ କି ମାସକୁ ପକେଟମାର୍‌ କରି ଲକ୍ଷ ଲକ୍ଷ ଟଙ୍କା କମାନ୍ତି, କିନ୍ତୁ...

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର...

କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ...

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ...

Leave a comment

Your email address will not be published. Required fields are marked *