Posted inଜାତୀୟ

ବାଂଲାଦେଶରେ ପଢୁଥିବା ଦାବିନ୍ଦର ଝିଅଙ୍କ ପଢାଖର୍ଚ୍ଚ ବହନ କରୁଛି ଆଇଏସ୍‌ଆଇ!

ନୂଆଦିଲ୍ଲୀ,୨୦।୧: ଜମ୍ମୁ-କଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଧରାପଡିଥିବା ଡିଏସ୍‌ପି ଦାବିନ୍ଦର ସିଂଙ୍କ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡା ନଜର ରଖିଛି। ଏନ୍‌ଆଇଏ ଏବେ ଅନୁମାନ କରିଛି କି ବହିସ୍କୃତ ହୋଇଥିବା ଡିଏସ୍‌ପିଙ୍କର ପାକିସ୍ତାନର ଆଇଏସ୍‌ଆଇ (Inter-Services Intelligence) ସହ ମଧ୍ୟ ସମ୍ପର୍କ ରହିଥାଇପାରେ। ଆହୁରି ମଧ୍ୟ ଅନୁମାନ କରାଯାଉଛି କି ବାଂଲାଦେଶରେ ପଢୁଥିବା ଦାବିନ୍ଦରଙ୍କ ଝିଅଙ୍କ ପଢାଖର୍ଚ୍ଚ ବାବଦକୁ ଆଇଏସ୍‌ଆଇ ଟଙ୍କା ଯୋଗାଇ ଦେଉଛି। ଦାବିନ୍ଦରଙ୍କୁ ପଚରା ଉଚରା ସମୟରେ ଜଣାପଡିଛି କି ନବିଦ ଅହମ୍ମଦଙ୍କ ସହ ତାଙ୍କର ୭ ବର୍ଷ ତଳର ସମ୍ପର୍କ। ନବିଦ ପ୍ରଥମେ ପୋଲିସରେ କାମ କରୁଥିବା ବେଳେ ପରେ ଚାକିରି ଛାଡି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ଏବେ ଦାବିନ୍ଦର ବାଂଲାଦେଶ ଯାଇଥିବା ବେଳେ ସେ କାହିଁକି ଓ କାହାକୁ ସାକ୍ଷାତ୍‌ କରିବାକୁ ଯାଇଥିଲେ ତା’ ଉପରେ ଏନ୍‌ଆଇ ଏ ନଜର ରଖିଛି।


All Right Reserved By Dharitri.Com

ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା...

୩୭ ବର୍ଷ ପରେ ନାଗାଲାଣ୍ଡରେ ବରଫପାତ

କୋହିମା, ୩୦।୧୨:ଉତ୍ତର ଭାରତରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ସ୍ଥାନରେ ପାରଦ ୩ ଡିଗ୍ରୀ ତଳକୁ ଖସିଛି। ଲୋକେ ଘରୁ ବାହାରିବା...

ଏନ୍‌ଡିଏକୁ ବହୁମତ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି କ୍ଷମତାସୀନ ମେଣ୍ଟକୁ...

ଦେଢ ବର୍ଷର ଶିଶୁକୁ ଘରେ ଛାଡି କନଷ୍ଟେବଳ ସାଜିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୫।୪: ନିଜର ବୃତ୍ତିକୁ ନେଇ ଦିନେ ପରିବାରଠାରୁ ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସମାଲୋଚନା ଶିକାର ହେଉଥିବା ମହିଳା କନଷ୍ଟେବଳ ଆଜି ଏକ ଅଦୃଶ୍ୟ ଯୁଦ୍ଧରେ...

୬୮ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଯାଞ୍ଚକଲେ

ଭୁଜ୍‌,୧୫ା୨ : ଗୁଜରାଟର ଭୁଜ୍‌ସ୍ଥିତ ଶ୍ରୀ ସହଜାନନ୍ଦ ବାଳିକା କଲେଜରେ ୬୮ଜଣ ଛାତ୍ରୀଙ୍କୁ ଧର୍ମ ନାମରେ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସେମାନଙ୍କ ଅନ୍ତଃବସ୍ତ୍ର...

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣି…

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ...

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ

ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର...

ଥରିଲା ଆଣ୍ଡାମାନ-ନିକୋବର

ପୋର୍ଟ ବ୍ଲେୟାର,୨୧।୫: ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ଏକ ଭୂକମ୍ପ ମଙ୍ଗଳବାର ସକାଳେ ନିକୋବର ଦ୍ୱୀପରେ ଅନୁଭୂତ ହୋଇଥିବା ସୂଚନା ଦେଇଛି ଇଣ୍ଡିଆନ୍‌ ମେଟୋରୋଲୋଜିକାଲ ଡିପାର୍ଟମେଣ୍ଟ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *